ସନାତନ ଧର୍ମ ଓ ସତ୍ ଶିକ୍ଷାର ପ୍ରସାର ପାଇଁ ୭୩ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀର ବ୍ୟାପକ ଆୟୋଜନ

0 161

ଭୁବନେଶ୍ୱର,୨୭/୦୧( ପ୍ରତ୍ୟୁଷା ବ୍ୟୁରୋ):ସଦଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ବତୀ ଦେଵଙ୍କ ପ୍ରତିଷ୍ଠିତ ନୀଳାଚଳ ସାରସ୍ୱତ ସଂଘ, ପୁରୀଙ୍କ ଆଦର୍ଶ ଓ ଉଦେଶ୍ୟ ସନାତନ ଧର୍ମ ପ୍ରଚାର, ସତଶିକ୍ଷା ବିସ୍ତାର ଓ ଶିଵ ଜ୍ଞାନେ ଜୀବ ସେବା l ଏହି ଲକ୍ଷ ନେଇ ପ୍ରତି ବର୍ଷ ଅନୁଷ୍ଠିତ ହୁଏ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ l ଏହି କ୍ରମରେ ଏ ବର୍ଷ 73 ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ମହାରାଷ୍ଟ୍ର ର ପୁନେ ଠାରେ ଅନୁଷ୍ଠିତ ହେଉଅଛି l ଏଥିପାଇଁ ପବିତ୍ର ପୌଷ ପୁର୍ଣିମା ତିଥିରେ ଶ୍ରୀ ଶ୍ରୀ ଠାକୁରଙ୍କ ବିଜେ ବିଗ୍ରହଙ୍କୁ ତାଙ୍କ ନିତ୍ୟ ବାସସ୍ତଳୀ ପୁରୀ ନୀଳାଚଳ କୁଟୀର ରୁ ଶୁଭ ବିଜୟ ଯାତ୍ରାରେ ପାଛୋଟି ନିଆଯିବ l ପୁରୀରୁ 26 ତାତିଖ ରେ ବାହାରି 31 ତାରିଖ ରେ ପୁନେ ଆସନ ମନ୍ଦିର ରେ ପଦାର୍ପଣ କରିବେ l 26 ରୁ 31 ମଧ୍ୟରେ ଭୁବନେଶ୍ୱର, ବାଙ୍ଗାଲୋର, ହାଇଦ୍ରାବାଦ, ମୁମ୍ବାଇ, ଆସନ ମନ୍ଦିର ରେ ପଦାର୍ପଣ କରି ଭକ୍ତ ମାନଙ୍କର ଅଭ୍ୟର୍ଥନା ଗ୍ରହଣ କରି ଶେଷରେ ପୁନେ ଆସନ ମନ୍ଦିର ରେ ଅବସ୍ଥାନ କରିବେ l ଠିକ ମାସକ ପରେ ମାଘ ପୁର୍ଣିମା ସମୟ ଫେବୃଆରୀ ମାସ 23/24/25 ଦିନ ଧରି ଅନୁଷ୍ଠିତ ହେବ ସନାତନ ଧର୍ମର ମହାକୁମ୍ଭ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ l ଏହି ସମ୍ମିଳନୀରେ ଦେଶ ତଥା ବିଦେଶରୁ ହଜାର ହଜାର ଭକ୍ତ ଯୋଗ ଦେବେ l ଏହି ସମ୍ମିଳନୀର ତୃତୀୟ ଦିବସ ସାଧାରଣ ସଭାରେ ବିଭିନ୍ନ ସାଧୁ ସନ୍ଥ ଯୋଗ ଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସଙ୍ଘର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାନ୍ତି ଜଣାଇଛନ୍ତି l

Leave A Reply

Your email address will not be published.