ଓଡିଶା ପବ୍ଲିକ୍ ପ୍ରୋକିୟର ପ୍ରିଫରେନ୍ସ ପଲିସି ୨୦୨୩ କୁ ଓଡିଶା ଶିଳ୍ପ ସଂଘ ସମୂହର ସ୍ବାଗତ ।

0 75

ଭୁବନେଶ୍ବର ୨୭ ଜାନୁଆରୀ ୨୦୧୪ ( ପ୍ରତ୍ୟୁଷା ବ୍ୟୁରୋ) : ୨୪ ଜାନୁୟାରୀ ୨୦୨୪ ରେ ଆମ ରାଜ୍ୟ ସରକାର ଓଡିଶା ଅଣୁ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କ ପାଇଁ (ଓଏସଏମଇ) ଓଡ଼ିଶା ଜନସାଧାରଣ କ୍ରୟ ଅଗ୍ରାଧୂକାର ନୀତି ୨୦୨୩ (ଓଡିଶା ପବ୍ଲିକ୍ ପ୍ରୋକ୍ୟାରମେଣ୍ଟ ପ୍ରିଫରେନ୍ସ ପଲିସି ୨୦୨୩କୁ ଲାଗୁ କରିଛନ୍ତି ଯାହା ଏକ ସହାୟକ ସକ୍ରିୟ ପ୍ରଗତିଶୀଳ ଏବଂ ଭବିଷ୍ୟତକୁ ଲକ୍ଷରେ ରଖି ଲାଗୁ କରାଯାଇଥିବା ବହୁ ପ୍ରତିକ୍ଷିତ ନୀତି ଯାହା ସେମାନଙ୍କୁ ରାଜ୍ୟର ଭବିଷ୍ୟତର ଅଭିବୃଦ୍ଧିର ପଥରେ ରଖୁବାକୁ ସହାୟକ ହେବ | ଦୀର୍ଘ ୮ ବର୍ଷର ଅପେକ୍ଷା ପରେ ଏହି ନୀତି ଦିନର ଆଲୋକ ଦେଖୁଛି ଏବଂ ଆମେ ସମସ୍ତ ଏମଏସଏମଇ ସଦସ୍ୟବୃନ୍ଦଙ୍କ ତରଫରୁ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ଏମଏସଏମଇ ବିଭାଗର ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ତଥା ବିଭାଗର ଅନ୍ୟ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ। ଓଡ଼ିଶା ଜନସାଧାରଣ କ୍ରୟ ଅଗ୍ରାଧୃକାର ନୀତି ୨୦୨୩ର ପ୍ରମୁଖ ବୈଶିଷ୍ଟ୍ୟ ଗୁଡିକ ହେଲା ଯଥା କ୍ରମେ ନୀତିର ମୁଖ୍ୟ ଧ୍ୟାନ ହେଉଛି ରାଜ୍ୟର ସ୍ଥାନୀୟ ଅଣୁ ଓ କ୍ଷୁଦ୍ର ଉତ୍ପାଦନ ଉଦ୍ୟୋଗ ଦ୍ବାରା ଉତ୍ପାଦିତ ସମସ୍ତ ସାମଗ୍ରୀ କ୍ରୟ କରିବା | ରାଜ୍ୟ ସରକାରଙ୍କ ରେଟ୍ କଣ୍ଟ୍ରାକ୍ଟ ନିୟମ ୨୦୧୪ ରେ ଅନ୍ତର୍ଭୁକ୍ତ, ରପ୍ତାନି ପ୍ରୋତ୍ସାହନ ଏବଂ ମାର୍କେଟିଂ ନିର୍ଦ୍ଦେଶାଳୟ ଦ୍ବାରା ଧାର୍ଯ୍ୟ କରାଯାଇଥିବା ରେଟ୍ କଣ୍ଟ୍ରାକ୍ଟ ହୋଲିଂ ୟୁନିଟ୍ ଗୁଡିକଠାରୁ ବାଧ୍ୟତାମୂଳକ ଭାବେ କ୍ରୟ କରାଯିବ । ସୀମିତ ଟେଣ୍ଡର ମାଧ୍ୟମରେ ସ୍ଥାନୀୟ ଓଡିଶା ଅଣୁ ଓ କ୍ଷୁଦ୍ର ଉତ୍ପାଦନ ଉଦ୍ୟୋଗରୁ ସ୍ବତନ୍ତ୍ର ଭାବେ କ୍ରୟ କରାଯିବାକୁ ଥିବା ଷ୍ଟୋର ଆଇଟମଗୁଡିକର ଏକ ତାଲିକାକୁ ସରକାର ଅବଗତ କରାଇବା ପ୍ରକ୍ରିୟାରେ ଅଛନ୍ତି ଏବଂ ଯାହାକୁ ଖୋଲା ଟେଣ୍ଡର ମାଧ୍ୟମରେ କ୍ରୟ କରାଯିବ ନାହିଁ। ରେଟ୍ କଣ୍ଟ୍ରାକ୍ଟ ଏବଂ ଏକ୍ସକୁସିଭ୍ ତାଲିକାରେ ଅନ୍ତର୍ଭୁକ୍ତ ହୋଇନଥିବା ଦ୍ରବ୍ୟର କ୍ରୟ ଖୋଲା ଟେଣ୍ଡରରେ ଅଂଶଗ୍ରହଣ କରୁଥିବା ଓଡିଶା ଅଣୁ ଓ କ୍ଷୁଦ୍ର ଉତ୍ପାଦନ ଉଦ୍ୟୋଗକୁ ମୂଲ୍ୟ ଏବଂ କ୍ରୟ ଅଗ୍ରାଧିକାର ପ୍ରଦାନ କରିବା ।

Leave A Reply

Your email address will not be published.