ନରସିଂହପୁର ମିନି ମାରାଥନକୁ ପ୍ରବଳ ଜନ ସମର୍ଥନ ।

0 82

ନରସିଂହପୁର , ୨୭୵୦୧୵୨୪ (ପ୍ରତ୍ୟୁଷା ବ୍ୟୁରୋ) : ନରସିଂହପୁର ର ଅଗ୍ରଣୀ ସାମାଜିକ ସଙ୍ଗଠନ ସାର୍ପ ପକ୍ଷରୁ ୧୬ତମ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ଏହି ମାରାଥନ୍ ରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ୫୦୦ ରୁ ଅଧିକ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ପୁରସ୍କାର ବିତରଣ ଉତ୍ସବ ର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଡ଼ିଜି ତଥା ଗୁଇନ୍ଦା ମୁଖ୍ୟ ସଞ୍ଜୀବ ପଣ୍ଡା ଯୋଗଦେଇ ନିଷ୍ଠା ଓ ଏକାଗ୍ରତା ରହିଲେ ସଫଳତା ର ଶୀର୍ଷରେ ପହଞ୍ଚି ହେବ ନିଜର ଲକ୍ଷ ସ୍ଥିର କର ସଫଳତା ନିଶ୍ଚିତ ମିଳିବ ବୋଲି ଶ୍ରୀଯୁକ୍ତ ପଣ୍ଡା କହିଥିଲେ। ମହିଳା ଓ ପୁରୁଷ ଦୁଇଟି ବର୍ଗରେ ଏହି ମାରାଥନ୍ ଅନୁଷ୍ଠିତ ହୋଇଥିଲା। ଚମ୍ପେଶ୍ୱର୍ ରୁ ନରସିଂହପୁର ପର୍ଯ୍ୟନ୍ତ ୧୦ କିଲୋମିଟର ମାରାଥନ୍ ରେ ବୌଦ୍ଧ ଜିଲ୍ଲା ର ଅଶୋକ ଦଣ୍ଡସେନା ଚାମ୍ପିଅନ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଞ୍ଚଳର ନେତ୍ରମଣି ଶବର ଦ୍ଵିତୀୟ ସ୍ଥାନ ଓ ବାଙ୍କୀ ର ବେଣୁଧର ସ୍ବାଇଁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚାମ୍ପିଅନ ଙ୍କୁ ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ୧୦ ହଜାର ଟଙ୍କା ସହିତ ଚାମ୍ପିଅନ ଟ୍ରଫି ପ୍ରଦାନ କରିଥିଲେ। ସେହିପରି ନରସିଂହପୁର ମହାବିଦ୍ୟାଳୟ ରୁ ଅନୁଷ୍ଠିତ ମହିଳା ବର୍ଗରେ କାନପୁର ର ଦୁଇ ଭଉଣୀ ରୋଜାଲିନ ବେହେରା ଚମ୍ପିୟାନ ହୋଇଥିବା ବେଳେ ମିତାଲି ବେହେରା ତୃତୀୟ ଓ ରଙ୍ଗଡ଼ାବ ଶକ୍ତିମୟୀ ସାହୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଚମ୍ପେଶ୍ୱର ଓ ନରସିଂହପୁର ମହାବିଦ୍ୟାଳୟ ରେ ତହସିଲଦାର ମନୋଜ କୁମାର ମାଝୀ, ଭିଡିଓ ନୀଳମାଧବ ସୁନା ନରସିଂହପୁର ମହାବିଦ୍ୟାଳୟ ର ଅଧକ୍ଷ ଡ ଦେବେନ୍ଦ୍ର ନାରାୟଣ ପତ୍ରି ପ୍ରମୁଖ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଭଜନ ମଣ୍ଡପ ରେ ସାର୍ପ ସଙ୍ଗଠନ ସଭାପତି କୁଳମଣୀ ବାରିକି ଙ୍କ ସଭାପତିତ୍ୱ ଅଭୟନନ୍ଦ ଦାଶ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଏଡିଜି ସଞ୍ଜୀବ ପଣ୍ଡା ସମ୍ମାନୀତ ଅତିଥି ଭାବେ ତହସିଲଦାର ମନୋଜ କୁମାର ମାଝୀ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ସାର୍ପ ସଂଗଠନ ର ସଂପାଦକ ବିଜୟ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହ ମାରାଥନ ର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ପ୍ରଦୀପ୍ତ କୁମାର ମହାରଣା ଶିକ୍ଷକ ସୁଗମ ପ୍ରସାଦ ଡାଳୁଆ କଳିଙ୍ଗ କେଶରୀ ପ୍ରଧାନ ସନତ କୁମାର ମିଶ୍ର ରିଙ୍କୁ ରଣା, କାହ୍ନୁ ଚରଣ ନାୟକ ସୁଜିତ୍ କୁମାର ସାହୁ, ଇରାସିସ୍ ଦାସ ପ୍ରବାସିନି ପଣ୍ଡା, ଙ୍କ ସମେତ ସମସ୍ତ କର୍ମକର୍ତ୍ତା କାର୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।।

Leave A Reply

Your email address will not be published.