ଯନ୍ତ୍ରପାତି ଓ ଟୁଲ୍‌କିଟ୍ ସହାୟତା ମାଧ୍ୟମରେ ଦକ୍ଷତାରେ ଉନ୍ନତି ଆଣିବା ହେଉଛିକେଭିଆଇସିର ମୂଳ ଲକ୍ଷ୍ୟ: କେଭିଆଇସି ଅଧ୍ୟକ୍ଷ

0 144

ଭୁବନଇଶ୍ଵର ୦୪/୦୩( ପ୍ରତ୍ୟୁଷା ବ୍ୟୁରୋ): ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଆଜି ଭୁବନେଶ୍ଵରରେ ହନି ମିଶନ ଓ ଗ୍ରାମୋଦ୍ୟୋଗ ବିକାଶ ଯୋଜନା ଅଧ୍ବନରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପର ଘୋଷଣା କରିଛନ୍ତି । ଏହି ଅବସରରେ ସେ କାରିଗରମାନଙ୍କୁ ଯନ୍ତ୍ରପାତି ଓ ଟୁଲ୍‌କିଟ ସହାୟତା ପ୍ରଦାନ କରି ସେମାନଙ୍କର ଦକ୍ଷତାକୁ ସୁଦୃଢ କରିବା ଓ ପାରମ୍ପରିକ ଶିଳ୍ପଗୁଡିକର ବିକାଶ ପାଇଁ ଏକ ଲକ୍ଷ୍ୟ ସହିତ ବିବକ୍ସ, ଇଲେକ୍‌ଟ୍ରିକ ପୋଟର୍ସ ସ୍କିଲ୍, ପେପର୍ ମେଶିନ ଓ ସବାଇ ଗ୍ରାସ୍ ବ୍ୟାନ୍‌ ନିର୍ମାଣକାରୀ ଟୁଲ୍ ବିତରଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ସାଂସଦ ଶ୍ରୀମତି ଅପରାଜିତା ସଡଙ୍ଗୀ ଯୋଗ ଦେଇଥିଲେ । ସେ କାର୍ଯ୍ୟକ୍ରମର ମହତ୍ବ ସମ୍ପର୍କରେ ମତବ୍ୟକ୍ତ କରି କହିଛନ୍ତି, “ ଦୃଷ୍ଟାନ୍ତମୂଳକ ଫଳାଫଳ ହାସଲ କରିବା ପାଇଁ ଦେଶବ୍ୟାପୀ ଗ୍ରହଣ କରାଯାଉଥିବା ଏଭଳି ସ୍ଵତନ୍ତ୍ର ଓ ସ୍ବୀକୃତିପ୍ରାପ୍ତ ସଚେତନତା ପଦକ୍ଷେପଗୁଡିକ ନିଶ୍ଚିତ ଭାବେ କାରିଗରଙ୍କ ବିକାଶ କ୍ଷେତ୍ରରେ ଆଶାୟୀ ଫଳ ପ୍ରଦାନ କରିବ ।” ଏହି ଅବସରରେ ଓଡ଼ିଶା ଖଦି ଇନଷ୍ଟିଟ୍ୟୁସନ୍ ଫେଡରେସନ ସଚିବ ଗୋପୀନାଥ ଖଡ଼େଙ୍ଗା, କେଭିଆଇସି ଡେପୁଟି ଚିଫ ଏକ୍ସିକ୍ୟୁଟିଭ ଅଫିସର ଶ୍ରୀ ଏସ.ଏସ.ସିଲ୍ ଏବଂ କେଭିଆଇସି ଭୁବନେଶ୍ଵର ରାଜ୍ୟ ନିର୍ଦ୍ଦେଶକ ଆଇ, ଜହର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ସାଂସ୍କୃତିକ ଐତିହ୍ୟକୁ ଆଲୋକପାତ କରି କେଭିଆଇସିର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ସ୍ଵଦେଶୀ ଶିଳ୍ପଗୁଡିକୁ ସହଯୋଗ କରିବାର ମହତ୍ଵ ଉପରେ ଗୁରୁତ୍ବାରୋପ କରିଥିଲେ । ସେ କହିଥିଲେ, ଓଡିଶା ଏହାର ସମ୍ବଲପୁରୀ ଇଜ୍ଜତ, ବୋମ୍‌କାଇ ସିଲ୍କ, ବ୍ରହ୍ମପୁରୀ ପାଟ ଓ ନବପାଟଣା ଟସର ସିଲ୍କ ଶାଢୀ ପାଇଁ ବିଶ୍ବପ୍ରସିଦ୍ଧ ଅଟେ, ପ୍ରତ୍ୟେକ ଶାଢୀ ସାଂସ୍କୃତିକ ଐତିହ୍ୟରେ ସମୃଦ୍ଧ ସ୍ଵତନ୍ତ୍ର ବୁଣା ପଦ୍ଧତି, ସୂକ୍ଷ୍ମ ଡିଜାଇନ ଓ ଜୀବନ୍ତ ରଙ୍ଗଗୁଡିକର ପ୍ରତିନିଧ୍ଵତ୍ଵ କରୁଛି । ଏହି କ୍ଷେତ୍ରରେ ରହିଥିବା ଅନେକ ସୁଯୋଗଗୁଡିକୁ ଦୃଷ୍ଟିରେ ରଖ୍ କେଭିଆଇସି ଆମର କାରିଗରମାନଙ୍କର ଲାଭ ପାଇଁ ଆଂଚଳିକ ସୁଯୋଗଗୁଡିକୁ ଉପଯୋଗ କରିବା ପାଇଁ ପ୍ରସ୍ତୁତ ରହିଛି। ଗତ ୯ ବର୍ଷରେ କାରିଗରମାନଙ୍କର ବେତନରେ ୨୩୩%ରୁ ଅଧିକ ବୃଦ୍ଧି ଖଦି କାର୍ଯ୍ୟ କାରିଗରମାନଙ୍କୁ ଆକର୍ଷିତ କରିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପାର ସହଯୋଗକୁ ଦୋହରାଇ ସେ କହିଛନ୍ତି, ମୋଦି ସରକାରଙ୍କ ଗ୍ୟାରଂଟି ସହିତ ‘ନ୍ୟୁ ଖଦି ଅଫ୍ ନ୍ୟୁ ଇଣ୍ଡିଆ’ ଆତ୍ମନିର୍ଭରଶୀଳ ଓ ବିକଶିତ ଭାରତ ଅଭିଯାନକୁ ନୂଆ ଦିଗ ପ୍ରଦାନ କରିଛି । ଏହି କ୍ଷେତ୍ର ଗତ ୯ ବର୍ଷରେ ଖଦି ଉତ୍ପାଦଗୁଡିକର ବିକ୍ରିରେ ୪ ଗୁଣ ବୃଦ୍ଧି ପରିଲକ୍ଷିତ କରିଛି ଯାହା ଗ୍ରାମାଂଚଳ ଭାରତରେ କାରିଗରମାନଙ୍କୁ ଆର୍ଥିକ ଭାବେ ସମୃଦ୍ଧ କରିଛି ।

Leave A Reply

Your email address will not be published.