ହୃଦୟ ଦିବସର ସଚେତନତା ଆଣିଲା ସନ୍ ସାଇନ୍ ହସ୍ପିଟାଲ୍ ।

0 28

ଭୁବନେଶ୍ଵର ୨୯/୯/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ):ହୃଦୟ ରୋଗରେ ଆକ୍ରାନ୍ତ ହୋଇ ପ୍ରତି ବର୍ଷ ଦୁନିଆରେ ପ୍ରାୟ ୨ କୋଟି ଲୋକ ମୃତ୍ୟୁ ବରଣ କରୁଛନ୍ତି। ଭାରତରେ ମଧ୍ୟ ପ୍ରତିଦିନ ୫ ରୁ ୬ ଜଣ ଲୋକ ମୃତ୍ୟୁବରଣ କରୁଛନ୍ତି। ଏଣୁ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯକ୍ରମ ସନ୍ ସାଇନ୍ ହସ୍ପିଟାଲ୍ ଆୟୋଜନ କରିଛି ବୋଲି ପ୍ରତ୍ୟୁଷାନ୍ୟୁଜକୁ କହିଛନ୍ତି ସନ୍ ସାଇନ୍ ହସ୍ପିଟାଲ୍ର କାଡିଓଲୋଜି ଡାକ୍ତର ରିତେଶ ଆଚାର୍ଯ୍ୟ। ସେ କହିଛନ୍ତି ଆମେ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରୟାସ କରିବୁ। ଆମ ରୋଗିଙ୍କ ମଧ୍ୟରେ ଭୟ ଦୂର କରିବା ଚେଷ୍ଠା କରିବୁ। ୱାକଥନ୍ ପରେ ହସ୍ପିଟାଲ୍ ରେ ଏକ ସଚେତନତା ଅଭିଯାନ ଦିଗରେ କାର୍ଯକ୍ରମ କରାଯାଇଥିଲା। ଏଥିରେ ବହୁ ସଂଖ୍ୟାରେ ସମାଜର ବୁଦ୍ଧିଜୀବୀ, ଡାକ୍ତର ଓ ଜନ ସାଧାରଣ ଯୋଗ ଦେଇ ହୃଦୟ ରୋଗରୁ ମୁକ୍ତି ପାଇବା ପାଇଁ ଉପାୟ ସମ୍ପର୍କରେ ଅବଗତ ହୋଇ ଥିଲେ।

Leave A Reply

Your email address will not be published.