ଦଶହରାରେ ମୁକ୍ତିଲାଭ କରିବ ଦୁର୍ଗା ।

0 29

ଭୁବନେଶ୍ବର, 29.09.24 ( ପ୍ରତ୍ୟୁଷା ବ୍ୟୁରୋ):ଅନସମିସ୍ ପ୍ରଡକ୍ସନ ବ୍ୟାନରରେ ପରଦାକୁ ଆସୁଛି ଚଳଚ୍ଚିତ୍ର ” ଦୁର୍ଗା ” । ଏ ସମ୍ପର୍କରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହାର ପ୍ରଯୋଜକ ପ୍ରୀତମ୍ ସାହୁ ଓ ନିର୍ଦ୍ଦେଶକ ତାପସ ସରଘରିଆ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତ “ଦୁର୍ଗା ” ଏକ ଭିନ୍ନ ସ୍ଵାଦର ଚଳଚିତ୍ର ଯାହା ନାରୀ କୈନ୍ଦ୍ରିକ। ଦର୍ଶକ ଏହାକୁ ପଶନ୍ଦ କରିବେ ବୋଲି ଆଶା। ସିନେମାରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ପୁନମ ମିଶ୍ର ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ରାଜ ରାଜେଶ, ହରିହର ପ୍ରମୁଖ କଳାକାର ଅଛନ୍ତି। ସଙ୍ଗୀତ ସଜାଇଛନ୍ତି ଅଭିଜିତ ମଜୁମଦାର । ଏହାର କ୍ରିଏଟିଭ ଉପଦେଷ୍ଟା ଶ୍ୟାମା ମିଶ୍ର ଥିବା ବେଳେ ମିଡ଼ିଆ ସଂଯୋଜନାରେ ଅଛନ୍ତି ହର ମହାପାତ୍ର। ଉଲ୍ଲେଖ ଯେ ପ୍ରଯୋଜନା ସଂସ୍ଥା ଓଡ଼ିଆ ସିନେମା ଜଗତରେ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସନ୍ତା ଅକ୍ଟୋବର ୦୯ ତାରିଖରେ ଚଳଚିତ୍ରକୁ କେବଳ ପୁରୀ ଟାଉନ୍ ହଲ୍ ରେ ୧୦ ଦିନ ପାଇଁ ଏହାକୁ ପରଦାରେ ଖେଳାଇବେ। ପରେ ଅକ୍ଟୋବର ୧୮ ରୁ ସାରା ଓଡ଼ିଶାରେ ମୁକ୍ତିଲାଭ କରିବେ। ଦଶହରାରେ ମୁକ୍ତିଲାଭ କରିବାକୁ ପ୍ରାୟ ୦୮ଟି ସିନେମା ମୁକ୍ତି ଲାଭ କରିବ ବୋଲି ଜଣାପଡିଛି।

Leave A Reply

Your email address will not be published.