ଭୁବନେଶ୍ୱର,18.11.26 ( ପ୍ରତ୍ୟୁଷା ବ୍ୟୁରୋ ) : ଜାତୀୟ ଶିକ୍ଷାନୀତି ୨୦୨୦ର କାର୍ଯ୍ୟକାରିତା କର୍ମଶାଳା କଳିଙ୍ଗ ଷ୍ଟାଡିୟମ ଟେନିସ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଛି। ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ,ପ୍ରଫେସର ଏମ ଜଗଦୀଶ କୁମାର ପୂର୍ବତନ ୟୁଜିସି ଅଧକ୍ଷ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, କେ ଏନ ରଘୁ ନନ୍ଦନ ବିଦ୍ୟା ଭାରତୀ ଉଚ୍ଚ ଶିକ୍ଷା ସଂସ୍ଥାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି। ରାଷ୍ଟ୍ର ବନ୍ଦନାରୁ ଆରମ୍ଭ ହୋଇଥିବା ଏହି କର୍ମଶାଳାରେ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ଭି ସି, କୂଳ ସଚିବ ପ୍ରମୁଖ ଏହି ଜାତୀୟ ଶିକ୍ଷା ନୀତି ୨୦୨୦ ଉପରେ ବିଚାର ବିମର୍ଶ କରିବେ। କାର୍ଯ୍ୟକ୍ରମ ଦୁଇଟି ସୋପାନ ଆଲୋଚନା ପରେ ଅପରାହ୍ନରେ ଉଦଯାପିତ ହେବ।