ଲେମନ ଟ୍ରି ରେ କାର୍ତ୍ତିକ ମେଳା ହବିଷ ସ୍ପେଶାଲ

0 56

ଭୁବନେଶ୍ୱର,୧୯/ ୧୧ ( ପ୍ରତ୍ୟୁଷା ବ୍ୟୁରୋ ) :ରାଜଧାନୀ ଭୁବନେଶ୍ୱର ଭରତପୁର ୪ ଷ୍ଟାର ହୋଟେଲ ଲେମନ ଟ୍ରି ରେ ପୁଣ୍ୟ କାର୍ତ୍ତିକ ମାସ ପାଇଁ ହବିଷ ସ୍ପେଶାଲ ଆରମ୍ଭ ହୋଇଛି। ନଭେମ୍ବର ୨୧ ରୁ ୨୪ ପର୍ଯ୍ୟନ୍ତ ପଞ୍ଚୁକ ପାଇଁ ହୋଟେଲ ପକ୍ଷରୁ ପଞ୍ଚୁକ ହବିଷ ଖାଦ୍ୟ ବ୍ୟଞ୍ଜନରେ ରୁଚି ରଖୁଥିବା ଖାଦ୍ୟପ୍ରେମୀଙ୍କ ପାଇଁ ଏହା ସୁଯୋଗ ଆଣିଛି।

ହବିଷ ସ୍ପେଶାଲରେ ଓଡ଼ିଆ ରୁଚିପୂର୍ଣ୍ଣ ହବିଷ ଡାଲମା ଅଗସ୍ତି ଶାଗ ମୁଗ ଓଉ ଖଟା ଅଗସ୍ତି ଫୁଲ ପୀଠାଉ ଭଜା ପାଳୁଅ କ୍ଷୀରି ଗଜ ମଣ୍ଡା ଏବଂ ଶ୍ରୀ ଜଗନ୍ନାଥଙ୍କ ଅତି ପ୍ରିୟ ଟଙ୍କ ତୋରାଣି ସୁସ୍ୱାଦୁ ଥାଳିରେ ମିଳିବ। ବିଶେଷ କରି ଆହୁରି ଅନେକ ପାରମ୍ପରିକ ଓଡ଼ିଆ ଖାଦ୍ୟ ବ୍ୟଞ୍ଜନ ମଧ୍ୟ ହୋଟେଲ ପକ୍ଷରୁ ପ୍ରସ୍ତୁତ କରାଯାଇଛି ବୋଲି ଲେମନ ଟ୍ରି ର ଜେନେରାଲ ମ୍ୟାନେଜର ଚନ୍ଦନ ଚୌଧୁରୀ ପ୍ରେସକୁ କହିଛନ୍ତି। ସେ କହିଛନ୍ତି ଖାଦ୍ୟ ପ୍ରେମୀ ମାନେ ଏହାର ସୁଯୋଗ ନେଇ ପୁଣ୍ୟ କାର୍ତ୍ତିକରେ ପବିତ୍ରତା ଉପଲବ୍ଧି କରନ୍ତୁ। ଲଞ୍ଚ ଟାଇମ ଦିନ ୧୨ ଟା ରୁ ସାଢେ ୩ ଟା ମଧ୍ୟରେ ବିନା ପିଆଜ ରସୁଣ ରେ ଏହା ମିଳିବ ଉଲ୍ଲେଖ ଯେ ନୂଆ ଲେମନ ଟ୍ରି ହୋଟେଲ ଭରତପୁର ଖଣ୍ଡଗିରି – ଚନ୍ଦକା ରାସ୍ତାରେ ଅବସ୍ଥିତ।

Leave A Reply

Your email address will not be published.