ଗଜପତି ମହାରାଜଙ୍କ କରକମଳରେ ଦୁଇଟି ପୁସ୍ତକ ଉନ୍ମୋଚିତ

0 175

ଭୁବନେଶ୍ୱର 29/6/22 ( ପ୍ରତ୍ୟୁଷା ବ୍ୟୁରୋ )
ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ଦିବ୍ୟସିଂହ ଦେବ ମହାରାଜଙ୍କ କରକମଳରେ ଭାରତର ସ୍ୱାଧୀନତା ସଂଗ୍ରାମ ଓ ଲୁହ ଲହୁର କାହାଣୀ କଳାପାଣି ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଛି l ବିନୟ ମହାପାତ୍ରଙ୍କ ଦ୍ଵାରା ଲିଖିତ ଓ ବୁକ୍ସ ଆଣ୍ଡ ବୁକ୍ସ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ରହିଛି ଦେଶ ସ୍ୱାଧୀନତାର କଷ୍ଟଲବ୍ଧ କାହାଣୀ ଆଉ କଳାପାଣିର ଯନ୍ତ୍ରଣା l

ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ଏହି ମନୋଜ୍ଞ କାର୍ଯ୍ୟକ୍ରମ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନେତ୍ରୋତ୍ସବରେ ଗଜପତି ମହାରାଜଙ୍କ ସ୍ୱୟଂ ଉପସ୍ଥିତି ଉନ୍ମୋଚନ ଉତ୍ସବର ଗମ୍ଭୀର୍ଯ୍ୟକୁ ବଢ଼ାଇ ଦେଇଥିଲା l କାର୍ଯ୍ୟକ୍ରମରେ ଅତିଥିଭାବେ ସାଂସଦ ସୁଲତା ଦେଓ, ପ୍ରାକ୍ତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଶରତ ଦାସ ଉପସ୍ଥିତ ଥିଲେ l ସଂଗୀତଜ୍ଞ ଲଷ୍ମୀକାନ୍ତ ପାଳିତ ଉତ୍ସବର ସଂଯୋଜନା କରିଥିଲେ l ବିଶିଷ୍ଟ ସମାଜ ସେବୀ ଲଷ୍ମୀ ନାରାୟଣ ଅଗ୍ରୱାଲ ଗଣମାଧ୍ୟମ ଓ ଅତିଥି ସଂଯୋଜନା କରି ଉତ୍ସଵ ର ସଫଳ ରୂପାୟନ କରିଥିଲେ l

Leave A Reply

Your email address will not be published.