ସିଆଇଆଇ ଓଡିଶା ପକ୍ଷରୁ ଓଡିଶାରେ ଶିଳ୍ପ ଅଭିବୃଦ୍ଧି ଓ ସ୍ଥାୟୀ ବିକାଶ ପାଇଁ ଏକ ରୋଡମ୍ୟାପ ସହିତ ୨୦୨୬-୨୭ ପାଇଁ ନୂଆ ନେତୃତ୍ୱ ଘୋଷଣା ।
ଭୁବନେଶ୍ୱର, 7.05.26 ( ପ୍ରତ୍ୟୁଷା ବ୍ୟୁରୋ ): ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ), ଓଡିଶା ରାଜ୍ୟ ପରିଷଦ ପକ୍ଷରୁ, ଜେଏସଡବ୍ଲ୍ୟୁ ଷ୍ଟିଲ ଲିମିଟେଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନୀଲ କୁମାର ସିଂହ ୨୦୨୬-୨୭ ବର୍ଷ ପାଇଁ ଏହାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିସହିତ ଟାଟା ଷ୍ଟିଲ ଏସଇଜେଡ ଲିଃର ପରିଚାଳନା ନିର୍ଦ୍ଦେଶକ, ମଣିକାନ୍ତ ନାୟକ ଏହି ଅବଧି ପାଇଁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଗାମୀ ବର୍ଷ ପାଇଁ ରହିଥିବା ପ୍ରାଥମିକତା ସମ୍ପର୍କରେ ଅନୀଲ କୁମାର ସିଂହ ଗୁରୁତ୍ୱାରୋପକରି କହିଛନ୍ତି ଯେ, “ସିଆଇଆଇ ଓଡିଶା ଭିତିଭୂମି ଅଭିବୃଦ୍ଧି, ଶିଳ୍ପ ଇକୋସିଷ୍ଟମକୁ ମଜବୁତ କରି ଓ ସମାବେଶୀ ସାମାଜିକ ବିକାଶକୁ ପ୍ରୋତ୍ସାହିତ କରି ଓଡିଶାରେ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶକୁ ପରିଚାଳନା କରିବା ପାଇଁ ପ୍ରତିବଦ୍ଧ ରହିଛି । ୨୦୩୬ ସୁଦ୍ଧା ରାଜ୍ୟରେ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା, ଶିଳ୍ପ ଉତ୍ପାଦକତା ବୃଦ୍ଧି କରିବା ଓ ସାମାଜିକ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଲକ୍ଷ୍ୟ ସହିତ ସିଆଇଆଇ ଉଦ୍ଭାବନ, ଅନ୍ତର୍ଭୁକ୍ତୀକରଣ ଓ ସ୍ଥିରତା ପାଇଁ ଓଡିଶାକୁ ବିଶ୍ୱସ୍ତରରେ ଏକ ପ୍ରତିଯୋଗିତାମୂଳକ କେନ୍ଦ୍ର ଭାବେ ପରିକଳ୍ପନା କରିଛି ।ସିଆଇଆଇ ପର୍ଯ୍ୟଟନ, ଉଦ୍ଭାବନ ଓ ଟେକ୍ନୋଲୋଜି-ଆଧାରିତ ଅର୍ଥନୀତି, କୃଷି, ଜଳସେଚନ ଓ ଉଦ୍ୟାନ କୃଷି, ଧାତୁ ଓ ଖଣି ଖନନ, ଉତ୍ପାଦନ, ବନ୍ଦର-ପରିଚାଳିତ ବିକାଶ, ମତ୍ସ୍ୟଚାଷ ଓ ଆକ୍ୱାକଲ୍ଚର, ପରିବହନ ଓ ମଲ୍ଟି-ମୋଡାଲ ଲଜିଷ୍ଟିକ୍ସ, ମହିଳା-ନେତୃତ୍ୱାଧୀନ ଅଭିବୃଦ୍ଧି, ମାନବ ସମ୍ବଳ ବିକାଶ, ଆଦିବାସୀ ଓ ଆର୍ଥିକ ଦୁର୍ବଳ ବର୍ଗର ବିକାଶ, ସ୍ୱାସ୍ଥ୍ୟସେବା ଓ ପୋଷଣ, କଳା, ଐତିହ୍ୟ ଓ କ୍ରୀଡା, ଶକ୍ତି ରୂପାନ୍ତରଣ, ବିପର୍ଯ୍ୟୟ ସ୍ଥିରତା ଓ ଜଳବାୟୁ ପରିବର୍ତନ ଭଳି ପ୍ରମୁଖ ଅଭିବୃଦ୍ଧି ପରିଚାଳକଗୁଡିକ ଉପରେ ଗୁରୁତ୍ୱ ଦେବ ।ଏହି ଅବସରରେ ଶ୍ରୀଯୁକ୍ତ ମଣିକାନ୍ତ ନାୟକ, ସିଆଇଆଇ ଇଣ୍ଡିଆନ ୱମେନ ନେଟ୍ୱର୍କ (ଆଇଡବ୍ଲ୍ୟୁଏନ) ମାଧ୍ୟମରେ ମହିଳା ସଶକ୍ତିକରଣ ଓ ଉଦ୍ୟୋଗିକତା ବିକାଶ ପାଇର୍ଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ଲାଗି ପରିଷଦର ନିରନ୍ତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଶିଳ୍ପ ଉତ୍ପାଦନ ଓ ପ୍ରତିଯୋଗିତା ବୃଦ୍ଧି କରିବା ପାଇଁ ସିଆଇଆଇ ଜିଏସଟି, ଜିଇଏମ, ଟୋଟାଲ କ୍ୱାଲିଟି ମ୍ୟାନେଜମେଂଟ (ଟିକ୍ୟୁଏମ) ଓ ଏକ୍ସପୋର୍ଟ ଡକ୍ୟୁମେଂଟେଶନ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ କର୍ମଶାଳାର ଆୟୋଜନ କରିବ ।ରାଜ୍ୟ ପରିଷଦ ରାଜ୍ୟରୁ ରପ୍ତାନୀ ସମ୍ଭାବନା ବୃଦ୍ଧି, ଓଡିଶାବ୍ୟାପୀ ଏମଏସଏମଇ କନେକ୍ଟ ସିରିଜ ମାଧ୍ୟମରେ ଏମଏସଏମଇ ଓ ବୃହତ ଶିଳ୍ପଗୁଡିକ ମଧ୍ୟରେ ସଂଯୋଗକୁ ମଜବୁତ କରିବା, ଗ୍ରୀନ ସାର୍ଟିଫିକେଶନ ସହିତ ଭିତିଭୂମି ପ୍ରକଳ୍ପଗୁଡିକର ପ୍ରସାର ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ସୁବିଧା ଓ ସଂଯୋଗ ମାଧ୍ୟମରେ ମେଡିକାଲ ଟୁରିଜିମର ବିକାଶ ସମେତ ସିଆଇଆଇ ଓଡିଶାର ନୀତିଗତ ପଦକ୍ଷେପଗୁଡିକୁ ହାଇଲାଇଟ କରିଛି । ସିଆଇଆଇ ଓଡିଶା ଦକ୍ଷତା-ନିର୍ମାଣ ଅଭିଯାନ ଉପରେ ଦକ୍ଷତା ବିକାଶ ଓ ବୈଷ୍ରୟିକ ଶିକ୍ଷା ବିଭାଗ ସହ ସହଭାଗିତା କରିବା ଜାରି ରଖିବ, ବିଭିନ୍ନ ନୀତି ପ୍ରସଙ୍ଗ ଉପରେ ଶିଳ୍ପର ପରାମର୍ଶଗୁଡିକୁ ଦାଖଲ କରିବ, ନିବେଶ ପ୍ରୋତ୍ସାହାନ ପାଇଁ ସରକାରଙ୍କ ସହ ସହଯୋଗିତା କରିବ, ଫୁଡ ଓ ଟ୍ରାଭେଲ ବ୍ଲଗରଙ୍କ ସହିତ ନିୟୋଜନ ମାଧ୍ୟମରେ ପର୍ଯ୍ୟଟନର ପ୍ରଚାର ପ୍ରସାର କରିବ, ରପ୍ତାନୀ ବୃଦ୍ଧିରେ ସହଯୋଗ କରିବ ଏବଂ ଅର୍ବାନ ଡେଭ୍ଲପମେଂଟ ଡିପାର୍ଟମେଂଟ୍ସ ଓ ଅର୍ବାନ ଲୋକାଲ ବଡିଜ୍ (ୟୁଏଲବି)ର ଅଧିକାରୀଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମର ପରିଚାଳନା କରିବ ।ଏହି ପଦକ୍ଷେପଗୁଡିକ ମାଧ୍ୟମରେ ସିଆଇଆଇ ଓଡିଶା, ଓଡିଶାର ଶିଳ୍ପ ଇକୋସିଷ୍ଟମକୁ ଆହୁରି ମଜବୁତ କରିବା ଏବଂ ରାଜ୍ୟର ଦୀର୍ଘକାଳିନ ଅର୍ଥନୈତିକ ଓ ସାମାଜିକ ବିକାଶ ଲକ୍ଷ୍ୟ ଦିଗରେ ବହୁମାତ୍ରାରେ ଯୋଗଦାନ ଦେବା ପାଇଁ ଲକ୍ଷ୍ୟ ରଖିଛି ।