ଭୁବନେଶ୍ୱର : ୦୬ ମଇ ୨୦୨୬( ପି ଏନ ଏସ )
ସ୍ଵତନ୍ତ୍ର ଓ ବ୍ୟାପକ ଚକ୍ଷୁ ଚିକିତ୍ସା ପ୍ରଦାନ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ସୁଦୃଢ କରି ସେଣ୍ଟର ଫରସାଇଟ ଗ୍ରୁପ ଅଫ୍ ଆଇ ହସ୍ପିଟାଲ୍ଡ ପକ୍ଷରୁ ଏହାର ଭୁବନେଶ୍ଵର ସେଣ୍ଟରରେ ଉତ୍ସର୍ଗୀକୃତ ପେଡିଆଟ୍ରିକ ଅପ୍ଥାଲମୋଲୋଜି ସେବାରଶୁଭାରମ୍ଭ କରାଯାଇଛି । ଏଥ୍ସହିତ ଏଠାରେ ସିନିଅର କନ୍ସଲ୍ଟ ଭାବେ ଡଃ ମୋନାଲିସା ମହାପାତ୍ରଙ୍କୁ ନିଯୁକ୍ତ କରାଯାଇଛି ।କାରଣ ପ୍ରତ୍ୟେକ ଶିଶୁ ସ୍ପଷ୍ଟ ଭାବେ ନିଜ ଦୁନିଆ ଦେଖିବା ପାଇଁ ଯୋଗ୍ୟ ଅଟନ୍ତି ।ଏହି ସେବାର ଶୁଭାରମ୍ଭ ସହିତ ସଂଟର ଏକ ବିସ୍ତୃତ ଶୃଙ୍ଖଳାର ଶିଶୁ ଚକ୍ଷୁ ସମସ୍ୟା ଯେପରିକି ସ୍ଫଟ (ଷ୍ଟ୍ରାବିସ୍ସ), ପେଡିଆଟ୍ରିକକାଟାରାକ୍ଟ ଓ ସ୍ନାୟୁ-ସମ୍ବନ୍ଧିତ ଦୃଷ୍ଟିଶକ୍ତି ରୋଗଗୁଡିକର ଚିକିତ୍ସା କ୍ଷେତ୍ରରେ ନିଜର କ୍ଷମତା ବୃଦ୍ଧି କରିଛି, ଯାହା ପିଲାମାନଙ୍କ ପାଇଁ ଶୀଘ୍ରନିଦାନ, ସଠିକ ସମୟରେ ଚିକିତ୍ସା ଓ ଉତମ ଦୃଷ୍ଟିଶକ୍ତି ଫଳାଫଳ ନିଶ୍ଚିତ କରୁଛି ।ଡକ୍ଟର ମୋନାଲିସା ମହାପାତ୍ର (ଏମବିବିଏସ, ଏମଏସ, ଏଫପିଓଏସ) ପ୍ରତିଷ୍ଠିତ ଏଲ ଭି ପ୍ରସାଦ ଆଇ ଇନ୍ଷ୍ଟିଚ୍ୟୁଟର ଜଣେ ପୂର୍ବତନକନ୍ସଲଟାଂଟ ଅଟନ୍ତି ଏବଂ ତାଙ୍କର ଅପ୍ଥାଲମୋଲୋଜି କ୍ଷେତ୍ରରେ ୧୭ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ରହିଛି । ତାଙ୍କର ଶିଶୁମାନଙ୍କରଚକ୍ଷୁ ଚିକିତ୍ସା, ସ୍କିଟ କରେକ୍ସନ ଓ ଦୃଷ୍ଟିଶକ୍ତି ସମ୍ପର୍କିତ ଜଟିଳ ରୋଗ କ୍ଷେତ୍ରରେ ବ୍ୟାପକ ବିଶେଷଜ୍ଞତା ରହିଥିବାବେଳେ ସେ ସଠିକ,ରୋଗୀ-ଅନୁକୂଳ ଚିକିତ୍ସା ପ୍ରଦାନ କରିବା ଉପରେ ଦୃଢ ମହତ୍ଵ ଦେଇଥାନ୍ତି ।ଉକ୍ତ ଭୁବନେଶ୍ଵର ସଂଟର କାଟାରାକ୍ଟ, ରେଟିନା, କଣ୍ଠିଆ, ଗ୍ଲୁକୋମା, ରିଫ୍ରାକ୍ଟିଭ ପଦ୍ଧତି ଓ ପେଡିଆଟ୍ରିକ ଅପ୍ଥାଲମୋଲୋଜି କ୍ଷେତ୍ରରେବିସ୍ତୃତ ଚକ୍ଷୁ ଯତ୍ନ ସେବା ପ୍ରଦାନ କରୁଛି, ଯାହା ଏହାକୁ ଆଖର ସମସ୍ତ ପ୍ରକାରର ସମସ୍ୟା ପାଇଁ ଏକ ଏକକ ଗନ୍ତବ୍ୟସ୍ଥଳୀରେ ପରିଣତଫଳାଫଳ ଉପରେ ଗୁରୁତ୍ଵ ବଜାୟ ରଖୁଛି ।କରୁଛି । ଅତ୍ୟାଧୁନିକ ନିଦାନ ଓ ଆଧୁନିକ ଅସ୍ତ୍ରୋପଚାର ପ୍ରଯୁକ୍ତିବିଦ୍ୟା ଦ୍ଵାରା ସମର୍ଥିତ ଏହି ସଂଟର ସଠିକ, ସୁରକ୍ଷିତ ଓ ଉନ୍ନତ ଚିକିତ୍ସାରଣନୈତିକ ଭାବେ ନୟାପଲ୍ଲୀଠାରେ ଅବସ୍ଥିତ ଏହି ସଂଟର ଭୁବନେଶ୍ବର ଓ ଆଖପାଖ ଅଂଚଳର ପରିବାରଗୁଡିକ ପାଇଁ ସ୍ଵତନ୍ତ୍ର ଚିକିତ୍ସାକ କୁ ପହଞ୍ଚାଇବ ବୋଲି ନିଶ୍ଚିତ କରୁଛି।