ଟାଟା ଷ୍ଟିଲ ସହ ସାଗର ବିଜନେସ୍ ଭେଞ୍ଚର୍ସ ଲିମିଟେଡର ସହଭାଗିତାରେ ଓଡିଶାରେ ଭାରତର ପ୍ରଥମ ଟିଜେକେ ସୁପରଫ୍ଲେକ୍ଟ ୱେଲ୍ମେସ ଲାଇନର ଶୁଭାରମ୍ଭ
ଭୁବନେଶ୍ବର : ୦୭ ମଇ ୨୦୨୬( ପ୍ରତ୍ୟୁଷା ବ୍ୟୁରୋ )ଟାଟା ଷ୍ଟିଲ ସହ ସହଭାଗିତାରେ ସାଗର ବିଜନେସ୍ ମଂଚର୍ସ ଲିମିଟେଡ (ଏସବିଭିଏଲ) ପକ୍ଷରୁଆଜି ଓଡିଶାର ଟାଙ୍ଗୀସ୍ଥିତ ଏହାର ଷ୍ଟିଲ ପ୍ରୋସେସିଂ କାରଖାନାରେ ଭାରତର ପ୍ରଥମ ଟିଜେକେ ସୁପରଫ୍ଲେକ୍ସଠେଲ୍ମେସ ମାନୁଫ୍ୟାକ୍ ଚରିଂ ଲାଇନର ଉଦ୍ ଘାଟନ କରାଯାଇଛି।ଆନ୍ତର୍ଜାତୀୟ ଟେକ୍ନୋଲୋଜି ଲିଡର ଟିଜେକେ ସହ ସହଭାଗିତାରେ ବିକଶିତ ଏହି ସୁପରଫ୍ଲେକ୍ସ ଲାଇନ ଭାରତରେଭିତିଭୂମି ଓ ନିର୍ମାଣ ପ୍ରକଳ୍ପଗୁଡିକ ପାଇଁ ପ୍ରଶସ୍ତ ଓ ଦକ୍ଷ ଠେଲ୍ମେଶ ପ୍ରଡକ୍ଟସନର ଏକ ନୂତନ ଯୁଗରଆରମ୍ଭ କରିଛି।ଏହି ଉଦ୍ଘାଟନ ସମାରୋହରେ ଟାଟା ଷ୍ଟିଲର ମାର୍କେଟିଂ ଓ ସେଲ୍ ସ ବିଭାଗର ଉପାଧ୍ୟକ୍ଷ ଶ୍ରୀ ଆଶିଷ ଅନୁପମମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାଗର ବିଜନେସ୍ ଭୋଟର୍ସ ଲିମିଟେଡର ନିର୍ଦ୍ଦେଶକ ଶ୍ରୀୟଶକିଶୋରପୁରିଆ, ଟାଟା ଷ୍ଟିଲ, ଟିଜେକେ ଓ ଶିଳ୍ପର ଅନ୍ୟ ବରିଷ୍ଠ ଅଧିକାରୀମାନେ ଏଠାରେ ଉପସ୍ଥିତ ଥିଲେ, ଯାହାଟାଟା ଷ୍ଟିଲ ଓ ସାଗର ବିଜନେସ୍ ମଧ୍ୟରେ ଦୀର୍ଘକାଳିନ ସହଭାଗିତାର ଶକ୍ତିକୁ ପ୍ରଦର୍ଶିତ କରିଛି ।ଟିଜେକେ ସୁପରଫ୍ଲେକ୍ସ ଠେଲ୍ମେଶ ଲାଇନ ହେଉଛି ଭାରତର ପ୍ରଥମ ଧରଣର ଇନ୍ ଷ୍ଟଲେଶନ ଯାହା ଆଲୁମିନିୟମଫର୍ମଠର୍କର ବ୍ୟବହାର କରି ଆରସିସି ଠାଲର ନିର୍ମାଣ ପାଇଁ ଆବାସିକ ଓ ବାଣିଜ୍ୟିକ ପ୍ରକଳ୍ପଗୁଡିକରେ ଆବଶ୍ୟକ୩.୩ ମିଟର ପର୍ଯ୍ୟନ୍ତ ଚଉଡାର ମେଶ୍ ଉତ୍ପାଦନ କରିବା ପାଇଁ ସକ୍ଷମ ଅଟେ। ଏହା ବର୍ତମାନ ପର୍ଯ୍ୟନ୍ତ ଶିଳ୍ପରେବ୍ୟବହାର କରାଯାଉଥିବା ପାରମ୍ପରିକ ୨.୪ ମିଟର ସୀମାକୁ ଅତିକ୍ରମ କରିଛି।ଏହି ଫ୍ୟାସିଲିଟିର ବର୍ତମାନ ମାସିକ ୧୦୦୦ ଏମ୍ ଟିର ଏକ ଉତ୍ପାଦନ କ୍ଷମତା ରହିଛି ଏବଂ ଏହାକୁ ଉତ୍ପାଦକତା ବୃଦ୍ଧିକରିବା, ଶ୍ରମ ନିର୍ଭରତା ହ୍ରାସ କରିବା ଏବଂ ଭିତିଭୂମି, ସୁଉଚ୍ଚ ଅଟ୍ଟାଳିକା ଓ ପ୍ରିକାଷ୍ଟ ଷ୍ଟ୍ରକ୍ ଚର ସମେତ ବୃହତସ୍ତରର ନିର୍ମାଣ ପ୍ରୟୋଗଗୁଡିକ ପାଇଁ ସଠିକତା ଉତ୍କୃଷ୍ଟ ଗୁଣବତା ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି।