ପୂର୍ବତଟ ରେଳପଥ ଜୋନ୍‌କୁ ଦୁର୍ବଳ କରିବା ବିରୋଧରେ ରେଳ କ୍ଷେତ୍ର ରେ ଓଡ଼ଶାର ହକ ପାଇଁ ୧୧ଟି ବିରୋଧୀ ଦଳର ମିଳିତ ଗଣ ଧାରଣା ।

0 37

ଭୁବନେଶ୍ୱର, ୧୬ ଏପ୍ରିଲ ୨୦୨୬( ପ୍ରତ୍ୟୁଷା ବ୍ୟୁରୋ ): 🔴 ୱାଲଟିୟର ରେଳ ଡିଭିଜନକୁ ପୂର୍ବତଟ ରେଳପଥ ଜୋନ୍‌କୁ ତୁରନ୍ତ ଫେରାଅ, ପାଲାସା–ଇଚ୍ଛାପୁରମ୍ ରେଳ ଅଞ୍ଚଳ ସ୍ଥାନାନ୍ତରଣ ନିଷ୍ପତ୍ତି ବାତିଲ୍ କର, ଓଡ଼ିଶା ଭୂଖଣ୍ଡ ମଧ୍ୟରେ ଯାଇଥିବା ସମସ୍ତ ରେଳ ଅଞ୍ଚଳକୁ ପୂର୍ବତଟ ରେଳପଥ ଅଧୀନକୁ ଆଣ,ସୁନ୍ଦରଗଡ଼, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ରେଳ ଲାଇନ୍‌ଗୁଡ଼ିକୁ ପୂର୍ବତଟ ରେଳପଥରେ ଅନ୍ତର୍ଭୁକ୍ତ କର, ରେଳ ରାଜସ୍ୱ, ନିଯୁକ୍ତି ଓ ଭିତ୍ତିଭୂମି ଉନ୍ନତିରେ ଓଡ଼ିଶାକୁ ତା’ର ନ୍ୟାୟସଂଗତ ହକ୍ ଦିଅ ଦାବିରେ ବିରୋଧୀ ଦଳମାନଙ୍କ ମିଳିତ ଆହ୍ଵାନ ରେ ଭୁବନେଶ୍ବର ପୂର୍ବତଟ ରେଳପଥ ଜୋନ୍ ଅଫିସ( ରେଳ ସଦନ) ସମ୍ମୁଖରେ ବିଶାଳ ଗଣ ଧାରଣା ଆଜି ଆୟୋଜନ ହୋଇଛି। ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ସାଧାରଣ ମହା ପ୍ରବନ୍ଧକଙ୍କ ଜରିଆରେ ୫ଦଫା ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରଯାଇଛି। ଏହି ଧାରଣା ରେ ୧୧ଟି ରାଜନୈତିକ ଦଳର ରାଜ୍ୟ ନେତୃବୃନ୍ଦ ବକ୍ତବ୍ୟ ରଖିଥିଲେ।🔴ଏହି ଗଣ ଧାରଣା ରେ କଂଗ୍ରେସ ର ବରିଷ୍ଠ ନେତା, ନିରଞ୍ଜନ ପଟ୍ଟନାୟକ,ଶ୍ରୀକାନ୍ତ ଜେନା,ପ୍ରସାଦ ହରିଚନ୍ଦନ, ପଞ୍ଚାନନ କାନୁନଗୋ, ବିଜେଡି ର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର,ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସି .ପି .ଆଇ.ର ବରିଷ୍ଠ ନେତା ଡଃ ପ୍ରଶାନ୍ତ କୁମାର ମିଶ୍ର,ଜୟନ୍ତ ଦାସ,ଏନ୍ ନାରାୟଣ ରେଡ୍ଡୀ, ସୁର ଜେନା, ସି.ପି.ଆଇ.(ଏମ) ର ବରିଷ୍ଠ ନେତା ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଅଳି କିଶୋର ପଟ୍ଟନାୟକ, ସନ୍ତୋଷ ଦାସ, ଦୁଷ୍ମନ୍ତ କୁମାର ଦାସ, ସି.ପି.ଆଇ(ଏମ.ଏଲ)-ଲିବେରେସନ ର ବରିଷ୍ଠ ନେତା ଯୁଧିଷ୍ଠିର ମହାପାତ୍ର, ମହେନ୍ଦ୍ର ପରିଡା, ଅଶୋକ କୁମାର ପ୍ରଧାନ, ଫରୱାର୍ଡ ବ୍ଲକର ବରିଷ୍ଠ ନେତା ଜ୍ୟୋତି ରଞ୍ଜନ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପାଢ଼ୀ,ଲକ୍ଷ୍ମୀ ଦୋରା,ଏନ୍ ସି ପି ର ବରିଷ୍ଠ ନେତା ବିକ୍ରମ ସ୍ୱାଇଁ,ଆର୍ ଜେ ଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର, ସମତା କ୍ରାନ୍ତି ଦଳ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାସ ସାମନ୍ତରା, ଜେ ଏମ୍ ଏମ ର ରାଜ୍ୟ ନେତା କମଳ ଲୋଚନ ବାରିକ ପ୍ରମୁଖ ବାରିଷ୍ଠ ରାଜ୍ୟ ନେତୃବୃନ୍ଦ ଉଦବୋଧନ ଦେଇଥିଲେ। ଉପରୋକ୍ତ ନେତୃବୃ୍ଦଙ୍କ ସମେତ ଅନନ୍ତ ସେଠୀ, ସୁରେଶ କୁମାର ରାଉତରାୟ, ଲଲାଟେନ୍ଦୁ ମହାପାତ୍ର,ଶିବାନନ୍ଦ ରାୟ, ପ୍ରକାଶ ଜେନା, ପ୍ରଫୁଲ୍ଲ ସାମଲ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ସିପ୍ରା ମଲ୍ଲିକ, ରଜନୀ କାନ୍ତ ମହାନ୍ତି, ଡଃ ମନୀଷ ଦାଶ ପଟ୍ଟନାୟକପ୍ରଦୀପ୍ତ ନାୟକ,ସଂଘମିତ୍ରା ଜେନା ପ୍ରମୁଖ ବହୁ ନେତୃବୃନ୍ଦ ଗଣ ଧାରଣା ରେ ଉଦବୋଧନ ଦେଇଥିଲେ।🔴ଡବଲ ଇଞ୍ଜିନ ବିଜେପି ସରକାର ର ଓଡ଼ିଶା ବିରୋଧୀ ନୀତି ବିରୋଧ ରେ ଆଗାମୀ ଦିନରେ ରେଳବାଇ ପ୍ରସଙ୍ଗ ସହିତ ରାଜ୍ୟବାସୀଙ୍କ ସ୍ବାର୍ଥ ସମ୍ବଳିତ ସମସ୍ୟା ଉପରେ ପ୍ରସଙ୍ଗ ଭିତ୍ତିକ ଏକତା ଏବଂ ସଂଗ୍ରାମ ଜାରି ରହିବ ବୋଲି ୧୧ଟି ବିରୋଧୀ ଦଳର ନେତାମାନେ ଘୋଷଣା କରିଛନ୍ତି।

Leave A Reply

Your email address will not be published.