ମ୍ୟାନେଜମେଣ୍ଟ ପ୍ରଡକ୍ଟଭିଟି ବୃଦ୍ଧି ପାଇଁ ଆଲୋଚନାଚକ୍ର ।

0 193

ଭୁବନେଶ୍ୱର : ୧୬ ଏପ୍ରିଲ ୨୦୨୬( ପ୍ରତ୍ୟୁଷା ବ୍ୟୁରୋ )

ମାନେଜମେଣ୍ଟ ପ୍ରଡକ୍ଟଭିଟି ସିଷ୍ଟମ ମୁମ୍ବାଇ ଓ ଟ୍ରେନିଂ ପାର୍ଟନର ମ୍ୟାକଓ୍ଵିନ ରିସର୍ଚ୍ଚ ଓଡିଶା ମିଳିତ ସହଯୋଗରେ ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ( ୱାର୍ଲଡ କ୍ଲାସ ମ୍ୟାନୁଫାକଚରିଙ୍ଗ ପ୍ରାକ୍ଟିସ )ଭୁବନେଶ୍ୱର ସ୍ଥିତ ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନାସନାଲରେ ଶୁଭାରମ୍ଭ ହୋଇଛି। ଏହି ଅବସରରେ ଏମ ପି ଏସ ମୁମ୍ବାଇ ତଥା କାର୍ଯ୍ୟକ୍ରମ ର କଂଭେନର ହେମେନ୍ଦ୍ର ଭର୍ମା ପ୍ରଡ଼କ୍ଟଭିଟି ସିଷ୍ଟମ ପ୍ରାକ୍ଟିସର ତିନିଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରି ଏହା ଉପରେ ଅଧିକ ଅନୁଧ୍ୟାନ ପାଇଁ ଉପସ୍ଥିତ କର୍ପୋରେଟ ପଦସ୍ଥ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଶ୍ରୀ ଭର୍ମା କହିଲେ ୫ ଏସ, ଟି ପି ଏମ ଓ ଜେ ଆଇ ଟି ଇତ୍ୟାଦି ସମୁଦାୟ ପ୍ରଡକ୍ସନ ମେଣ୍ଟନାନ୍ସ ଉପରେ ଧ୍ୟାନ ଦେଇ କାର୍ଯ୍ୟ ସୁପରିଚାଳନା କରାଯାଇ ପାରିବ। କାର୍ଯ୍ୟକ୍ରମ ସଂଚାଳନ କରୁଥିବା ମ୍ୟାକଓ୍ଵିନ ମ୍ୟାନେଜେମେଣ୍ଟ ଆଣ୍ଡ ରିସର୍ଚ୍ଚ ର ସହ ପ୍ରତିଷ୍ଠାତା ସରୋଜ ରଞ୍ଜନ ମହାପାତ୍ର ଆଲୋଚନାରେ ଅଂଶ ଗ୍ରହଣ କରି କହିଲେ ଭାରତରେ ନିର୍ମାଣ ଶିଳ୍ପ ଉତ୍ପାଦ ଦେଶ ବିଦେଶରେ ଚାହିଦା ବୃଦ୍ଧି କରିବାକୁ ହେଲେ ମ୍ୟାନୁଫାକଚରିଂ ପ୍ରାକ୍ଟିସ ଆପଣାଇବାକୁ ପଡିବ। କାର୍ଯ୍ୟକ୍ରମରେ ବେଦାନ୍ତ ଆଲୁମିନିୟମ ଓମଫେଡ, କଷ୍ଟ ଆକାଉଟାଣ୍ଟ ହୋଟେଲିୟରଙ୍କ ସମେତ ଉଦ୍ୟୋଗପତିମାନେ ଯୋଗ ଦେଇ ଆଲୋଚନାରେ ମତ ବିନିମୟ କରିଥିଲେ। ଉଲ୍ଲେଖ ଯେ ଏହି କାର୍ଯ୍ୟକ୍ରମ ଆସନ୍ତା ଦୁଇ ଦିନ ଜାରି ରହିବ।

Leave A Reply

Your email address will not be published.