ଭୁବନେଶ୍ବର, ୧୧ ମାର୍ଚ୍ଚ୨୦୨୬ ( ପ୍ରତ୍ୟୁଷା ବ୍ୟୁରୋ )
ସ୍କିଜୋଫ୍ରେନିଆ ଗବେଷଣା ସଂସ୍ଥା ( schizophrenia Research Foundation ) SCARF India ଦ୍ବାରା ଜାମସ୍ ପ୍ରକଳ୍ପ ର ଏକ ପ୍ରସାରଣସଭା ୧୧ ମାର୍ଚ୍ଚ ୨୦୨୬ ରେ ଭୁବନେଶ୍ବରର ହୋଟେଲ ଏକ୍ସେଲେନ୍ସିରେ ଆୟୋଜିତ ହୋଇ ଯାଇଛି ଏହି କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ଓ ମନୋସ୍ଵାସ୍ଥ୍ୟ କ୍ଷେତ୍ରର ଅନେକ ବିଶେଷଜ୍ଞ ଓ ଅତିଥିମାନେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଯୋଗ ଦେଇ କହିଥିଲେ ଯେ ଅତ୍ୟଧିକସୋସିଆଲ ମିଡିଆ ବ୍ୟବହାର କିଶୋର-କିଶୋରୀମାନଙ୍କ ମନୋସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ କାରଣ ହେଉଛି।ଏହି ସଭାରେ ୟୁନିସେଫ ର ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନ୍ନା ବିଶ୍ବାସ, ସେଣ୍ଟର ଫର ଚାଇଲ୍ଡ ରାଇଟ୍ ର ନିର୍ଦ୍ଦେଶିକା ଶ୍ରୀମତୀ ବିରଜସ୍ବାଇଁ ଓ ଏକ୍ସ ଆଇ ଏମ୍ ବି ର ସହାୟକ ପ୍ରଫେସର ଶ୍ରୀମତୀ ସନ୍ଧ୍ୟା ରାଣୀ ପାଳ ପ୍ୟାନେଲିଷ୍ଟ ଭାବେ ଯୋଗଦେଇଥିଲେ। ସେମାନେ ସରକାରୀସହଯୋଗ ମାଧ୍ୟମରେ ଗ୍ରାମ୍ୟ ସ୍ତରରେ କିପରି ମନୋସ୍ଵାସ୍ଥ୍ୟ ସଚେତନତାକୁ ପହଞ୍ଚାଇ ହେବ ତାହା ଉପରେ ଆଲୋଚନା କରିଥିଲେ।ପ୍ରକାଶ ଶ୍ରୀନିବାସନ ମଧ୍ୟ ଏହି ବିସ୍ତାର ସଭାରେ ଅଂଶଗ୍ରହଣ କରି ଶିଶୁ ଯନ୍ତ୍ର ଅନୁଷ୍ଠାନ ରେ ଥିବାବିଷୟରେ ଆଲୋଚନା କରିଥିଲେ।ଜାମସ ପ୍ରକଳ୍ପର ମୁଖ୍ୟ ଡା. ଶିବାଶିଶୁମାନଙ୍କ ମନୋସ୍ବାସ୍ଥ୍ୟ ସମସ୍ୟାସମ୍ପୂର୍ଣ୍ଣ କାର୍ୟକ୍ରମଟିକୁ ପ୍ରତ୍ୟୁଷ ପଣ୍ଡା ସଫଳଭାବେ ସମନ୍ବୟ କରିଥିଲେ।ଏହି ପ୍ରସାରଣ ସଭା ଶିଶୁ ଓ କିଶୋର-କିଶୋରୀମାନଙ୍କ ମନୋସ୍ଵାସ୍ଥ୍ୟ ସଚେତନତା ଓ ସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ଏକମହତ୍ତ୍ବପୂର୍ଣ୍ଣ ମଞ୍ଚ ସୃଷ୍ଟି କରିପାରିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।