ରାଜ୍ୟସଭା ନିର୍ବାଚନ କ୍ରସ ଭୋଟିଂ ଉପରେ ନଜର ।

0 9

ଭୁବନେଶ୍ୱର,4.03.26 ( ପ୍ରତ୍ୟୁଷା ବ୍ୟୁରୋ ): ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତା କାଲି ନମାଙ୍କନର ଅନ୍ତିମ ଦିବସ। ଓଡ଼ିଶା ପାଇଁ ଖାଲି ହୋଇଥିବା ୪ଟି ଆସନ ପାଇଁ ବିଜେପି ପକ୍ଷରୁ ୨ ପ୍ରାର୍ଥୀଙ୍କୁ ପ୍ରଥମ ପସନ୍ଦ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ଦ୍ୱିତୀୟ ପସନ୍ଦ ପାଇଁ ସୁଜିତ୍ କୁମାରଙ୍କୁ ପ୍ରାର୍ଥୀ ମନୋନୀତ କରାଯାଇଛି। ନିର୍ବାଚନ ସଂଖ୍ୟା ଗଣିତ ଦୃଷ୍ଟିରୁ ବିଜେପି ପ୍ରଥମ ଓ ଦ୍ୱିତୀୟ ପସନ୍ଦ ଆସନ ଜିତିବାରେ ସନ୍ଦେହ ନାହିଁ। ସେହିଭଳି ବିରୋଧୀ ବିଜେଡି ତୃତୀୟ ଆସନ ସଂଖ୍ୟା ଗଣିତ ଦୃଷ୍ଟିରୁ ଜିତିଯିବା ଆଶା ରହିଛି କିନ୍ତୁ ଚତୁର୍ଥ ଆସନ ପାଇଁ ରହିଛି ନଜର କାରଣ ଏହି ଆସନ ପାଇଁ କୌଣସି ଦଳ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ। ଏହି ପରିପ୍ରେକ୍ଷୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କଂଗ୍ରେସ ସଭାପତି ଭକ୍ତ ଦାସ ବିଜେପିକୁ ରୋକିବା ଲକ୍ଷରେ ହାତ ମିଳାଇ ଜଣେ ମିଳିତ ପ୍ରାର୍ଥୀ ମନୋନୀତ କରି ରାଜ୍ୟର ଜଣାଶୁଣା ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଆଣି ଜିତି ଯିବା ପାଇଁ ପ୍ରସ୍ତୁତି ଚଳାଇ ଥିଲେ ମଧ୍ଯ ଶେଷ ମୂହୁର୍ତ୍ତରେ ବିଜେପି ଚତୁର୍ଥ ଆସନ ପାଇଁ ଦିଲ୍ଲୀପ ରାୟଙ୍କୁ ସାମ୍ନାକୁ ଆଣି ବିରୋଧୀ ଶିବିରର ଚିନ୍ତା ବଢାଇ ଦେଇଛନ୍ତି। ବିଜେପିର ରଣ କୌଶଳ ବିଜେଡିର ରଣ ନୀତିକୁ ପାଣିଚିଆ କରିଦେଇଛନ୍ତି। ଏବେ ନଜର ବିଜେଡି ଓ କଂଗ୍ରେସ ଶିବିରରୁ କେତୋଟି ଭୋଟ ଦିଲ୍ଲୀପ ରାୟଙ୍କୁ ମିଳୁଛି। ଚର୍ଚ୍ଚା ଅନୁଯାୟୀ କଂଗ୍ରେସରୁ ୪ ଓ ବିଜେଡିର ୮ ବିଧାୟକଙ୍କ ଭୋଟ ଦିଲ୍ଲୀପଙ୍କୁ ଯିବ। ଉଲ୍ଲେଖ ଯୋଗ୍ୟ ଯେ ଦିଲ୍ଲୀପ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ଆମେ ପାଉଥିବା ଖବର ସତ ହୁଏ ତେବେ ଦିଲ୍ଲୀପ ବାଜି ମାରି ନେବେ। ପ୍ରଶ୍ନ ଯେଉଁ ବିଧାୟକ ମାନେ କ୍ରସ୍ ଭୋଟିଂ କରିବେ କଣ ରହିବ ସମସ୍ୟା। ୨୦୦୬ ସୁପ୍ରିମ କୋର୍ଟଙ୍କ ରାୟ ଅନୁଯାୟୀ କୌଣସି ବିଧାୟକଙ୍କ ସଭ୍ୟ ପଦ ଯିବ ନାହିଁ କେବଳ ଦଳ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ।୨୦୦୨ରେ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇ ସେତେବେଳେ ବିଜେପି ର ୬ ଓ କଂଗ୍ରେସର ୩ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏବେ ଓପନ ବାଲଟ ବ୍ୟବସ୍ଥା ରହିଛି ଏଣୁ କ୍ରସ ଭୋଟିଂ କରିବା ଲାଗି ଅସୁବିଧା ନାହିଁ।ଶେଷ ଖବର ଅନୁଯାୟୀ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ମଧ୍ଯ କ୍ରସଭୋଟିଂର ଶିକାର ହେବା ନେଇ ସୂଚନା ମିଳୁଛି।

Leave A Reply

Your email address will not be published.