ଭୁବନେଶ୍ୱର, 3.03.26 ( ପ୍ରତ୍ୟୁଷା ବ୍ୟୁରୋ ): ନାମାଙ୍କନ ପାଇଁ ଆସନ୍ତା ୫ ତାରିଖ ଶେଷ ଦିବସ ରହିଥିବା ବେଳେ ମନମୋହନ ସାମଲ ଓ ସୁଜିତ କୁମାରଙ୍କ ନାମ ଘୋଷଣା କରାଯାଇଛି। କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ଦୁଇ ନାମ ଉପରେ ମୋହର ଦେଇଛନ୍ତି। ମନମୋହନ ଏବେ ରାଜ୍ୟ ସଭାପତି ଅଛନ୍ତି। ସୁଜିତ କୁମାର ବିଜେଡି ଶିବିରରୁ ବିଜେପିକୁ ଆସି ଦଳକୁ ସଶକ୍ତ କରିବାରେ ଭୂମିକା ନିଭାଉଛନ୍ତି। ପ୍ରଥମ ପସନ୍ଦରେ ମନମୋହନ ଓ ଦ୍ୱିତୀୟ ପସନ୍ଦରେ ସୁଜିତଙ୍କୁ ମନୋନୀତ କରାଯାଇଛି। ବର୍ତ୍ତମାନ ବିଜେପି ତୃତୀୟ ପସନ୍ଦ ଅର୍ଥାତ ଚତୁର୍ଥ ଆସନ ପାଇଁ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ନଜର ରହିଛି। ଦିଲ୍ଲୀପ ରାୟ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଛି।