ଭୁବନେଶ୍ୱର ,୨୭୧୨/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ): ଦେଶରେ କ୍ରୀଡା ପରିଧାନ ଉତ୍ପାଦନ କ୍ଷେତ୍ରରେ ଓଡ଼ିଆ ଉଦ୍ୟୋଗୀ ମୁକେଶ ନାୟକ ଏବେ ଦେଶ କାହିଁକି ବିଦେଶରେ ବି ଚହଳ ସୃଷ୍ଟି କରିଛନ୍ତି। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସେଡ୍ରା ଫିଲଟରେସନ ପ୍ରାଇଭେଟ ଲିଃ କ୍ରୀଡା ପରିଧାନ ପ୍ରସ୍ତୁତ କ୍ଷେତ୍ରରେ ଦେଶ ବିଦେଶର ନାମୀ ଦାମୀ ସ୍ପୋର୍ଟ୍ସ ବ୍ରାଣ୍ଡ ଠାରୁ ଦୁଇ ପାଦ ଆଗକୁ ବଢିଛି। ଏ କଥା ଦେଶ ତଥା ରାଜ୍ୟର ଆଗ ଧାଡିର କ୍ରୀଡ଼ାବିତ ମାନେ ନିଜ ପାଇଁ ପରିଧାନ ଚୟନ ବେଳେ ସେଡ୍ରାଫିଲ କଥା ସାମ୍ନାକୁ ଆଣୁଛନ୍ତି। ତେବେ ଏ ସମ୍ପର୍କରେ କମ୍ପାନୀର ମୁଖ୍ୟ ତଥା ପରିଚାଳନା ନିର୍ଦେଶକ ମୁକେଶ କୁମାର ନାୟକ ଶନିବାର ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟର ଠାରେ ଆୟୋଜିତ ଟେକ୍ସନୋଭା ଓଡିଶା ବସ୍ତ୍ର ପ୍ରଦର୍ଶନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଭାରତ ସରକାର ବୟନ ଶିଳ୍ପର ବିକାଶ ପାଇଁ ପଦକ୍ଷେପ ନେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣାରେ ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ମନ ବଳାଇଥିଲେ। ସେ କହିଲେ ସ୍ପୋର୍ଟ୍ସ ପୋଷାକ କଥା ଆସିବା ବେଳେ କେବଳ ବିଦେଶୀ ବ୍ରାଣ୍ଡ ସମ୍ମାକୁ ଆସୁଥିଲା ଏଣୁ ରାଜ୍ୟରେ ଏଭଳି ଏକ ସ୍ପୋର୍ଟ୍ସ ପୋଷାକ ଉତ୍ପାଦନ କାରଖାନା ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିଲେ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ କମ୍ପାନୀ ଗତ ୫ ବର୍ଷରେ ୫ ହଜାର କର୍ମଚାରୀ ନିଯୁକ୍ତି ଦେଇ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିପାରି ଛନ୍ତି। ସେ କହିଲେ ତାଙ୍କ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦ ଗୁଣବତ୍ତା ଉପରେ ଧ୍ୟାନ ଦେଉଛି ଯାହା ସେଡ୍ରାଫିକର ବିଶ୍ୱାସନୀୟତା ବଢ଼ାଇଛି। ଆଗକୁ ଏହା ଉପରେ କମ୍ପାନୀ ଗୁରୁତ୍ୱ ଜାରି ରଖିବ। କାର୍ଯ୍ୟକ୍ରମ ଅବସରରେ କମ୍ପାନୀର ଇ କମର୍ଶ ଷ୍ଟୋରର ଶୁଭାରମ୍ଭ କରାଯାଇଥିଲା। ଉଲ୍ଲେଖ ଯେ କମ୍ପାନୀର ଏବେ ଭୁବନେଶ୍ୱର ପଟିଆ ଓ ଭୁବନେଶ୍ୱର ଉପକଣ୍ଠ ବରୁଣେଇ ଠାରେ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିଛି। ସ୍ପୋର୍ଟ୍ସ ଉତ୍ପାଦ ତଥା ସମସ୍ତ ବର୍ଗର ପରିଧାନ ପ୍ରସ୍ତୁତ କରୁଛି। ଯାହା ଉଭୟ ଅନ ଲାଇନ ଓ ଅଫ ଲାଇନରେ ଉପଲବ୍ଧ। କମ୍ପାନୀ ୱେବ ସାଇଟ ପରିଦର୍ଶନ କଲେ ସମସ୍ତ ତଥ୍ୟ ମିଳିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।