ଭୁବନେଶ୍ୱର,୧୩/୧୦( ପ୍ରତ୍ୟୁଷା ବ୍ୟୁରୋ ): ଭାରତର ଅଗ୍ରଣୀ ପରୀକ୍ଷା ପ୍ରସ୍ତୁତିକାରୀ ସଂସ୍ଥାମାନଙ୍କ ମଧ୍ୟରୁ ଅନ୍ୟତମ ‘ଆକାଶ ଏଜୁକେସନାଲ୍ ସର୍ଭିସେସ୍ ଲିମିଟେଡ୍’, “ଆକାଶ ଇନଭିକ୍ଟସ୍-ଇଞ୍ଜିନିୟରିଂ ୨.୦’ ଜରିଆରେ ଏହାର ଇଞ୍ଜିନିୟରିଂ ପ୍ରସ୍ତୁତି ଇକୋସିଷ୍ଟମକୁ ଅଧିକ ଦୃଢ଼ କରାଯାଇଥିବା ନେଇ ଘୋଷଣା କରିଛି । ଜେଇଇ ମେନ, ଜେଇଇ ଆଡଭାନ୍ସଡ ଏବଂ ରାଜ୍ୟ ସିଇଟି ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଏକ ସୁବ୍ୟବସ୍ଥିତ ପଥ ଯୋଗାଇଦେବା ପାଇଁ ଏହି ନୂତନ କାର୍ଯ୍ୟଦକ୍ଷତା-ଭିତିିକ ଏକାଡେମିକ୍ ଆର୍କିଟେକ୍ଚର୍ ପ୍ରସ୍ତୁତ କରାଯାଇଛି ।ଜାତୀୟ ସ୍ତରରେ ଶୁଭାରମ୍ଭ ସହିତ, ଆକାଶ ଇନଭିକ୍ଟସ୍ ଚାରୋଟି କୈନ୍ଦ୍ରିକ ବ୍ୟାଚ୍ ମଧ୍ୟ ପ୍ରବର୍ତର୍ନ କରୁଛି – ଏସ, ଆଚିଭର, ଏକ୍ସେଲେରେଟର ଏବଂ ଆପେକ୍ସ ପ୍ରତ୍ୟେକଟି ସମାନ ଭାବରେ ଏକ ମଜଭୁତ ପଥ, ଯାହା ଜଣେ ଛାତ୍ର କିପରି ସର୍ବୋତମ ଭାବରେ ଶିଖନ୍ତି ଏବଂ ସେମାନଙ୍କର ଆକାଂକ୍ଷା କ’ଣ ତାହା ଉପରେ ଆଧାରିତ। ଭୁବନେଶ୍ୱରରେ ଉକ୍ତ ଶୁଭାରମ୍ଭ ଅବସରରେ ନ୍ୟାସନାଲ ଏକାଡ଼େମିକ ଡ଼ାଇରେକ୍ଟର, ଶ୍ରୀ ଅଜୟ କୁମାର ଶର୍ମା, ରିଜିଓନାଲ ଡ଼ାଇରେକ୍ଟର ଇଷ୍ଟ, ଶ୍ରୀ ଅଜୟ ବାହାଦୂର ସିଂ, ଏକାଡ଼େମିକ ଡ଼ାଇରେକ୍ଟର ଓଡ଼ିଶା, ରାଜିବ ନୟନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶୁଭାରମ୍ଭ ଅବସରରେ ମତବ୍ୟକ୍ତକରି ଆକାଶ ଏଜୁକେସନାଲ୍ ସର୍ଭିସେସ୍ ଲିମିଟେଡ୍ (ଏଇଏସଏଲ) ର ମ୍ୟାନେଜିଂ ଡାଇରେକ୍ଟର୍ ଏବଂ ଚିଫ୍ ଏକ୍ସିକ୍ୟୁଟିଭ୍ ଅଫିସର୍, ଶ୍ରୀ ଚନ୍ଦ୍ର ଶେଖର ରେଡ୍ଡୀ ଗରିସା କହିଛନ୍ତି: “ଆକାଶ ଇନଭିକ୍ଟସ୍-ଇଞ୍ଜିନିୟରିଂ ୨.୦ କୁ ଆମର ସର୍ବଶ୍ରେଷ୍ଠ ଶିକ୍ଷକମାନଙ୍କ ଦ୍ୱାରା ନିର୍ମାଣ କରାଯାଇଛି, ଯେଉଁମାନେ ବର୍ଷ ପରେ ବର୍ଷ ଶ୍ରେଷ୍ଠ ର୍ୟାଙ୍କ ସୃଷ୍ଟି କରିବାରେ ଦଶନ୍ଧି ଦଶନ୍ଧି ଧରି ଅଭିଜ୍ଞତା ରଖିଛନ୍ତି । ସେମାନେ ଆମର ପାଠ୍ୟକ୍ରମକୁ ପୁନର୍ବାର ଗଠନ କରିଛନ୍ତି, ଆମର ବହିଗୁଡ଼ିକୁ ପୁନର୍ବାର ଲେଖିଛନ୍ତି ଏବଂ ଆମର ପରୀକ୍ଷଣ ପ୍ରଣାଳୀକୁ ମୂଳରୁ ପୁନଃଡିଜାଇନ୍ କରିଛନ୍ତି । ଆମେ ପ୍ରଥମେ ନିର୍ଦ୍ଦିଷ୍ଟ କେନ୍ଦ୍ରମାନଙ୍କରେ ଏହି କାର୍ଯ୍ୟକ୍ରମ ଚାଲୁ କରିଥିଲୁ ଏବଂ ଜେଇଇ ୨୦୨୬ ର ଫଳାଫଳ ଅତ୍ୟନ୍ତ ଚମତ୍କାର ରହିଛି । ଆଜି ଆମେ ଆମର ବିଦ୍ୟମାନ ଛାତ୍ରଛାତ୍ରୀମାନଙ୍କଠାରୁ ଆରମ୍ଭକରି ଭାରତର ପ୍ରତ୍ୟେକ ଆକାଶ ଶାଖାରେ ଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଖରେ ଆକାଶ ଇନଭିକ୍ଟସକୁ ପହଂଚାଉଛୁ । ଆମେୁ ବିଶ୍ୱାସ କରୁଛୁ ଯେ ଏହି ସିଷ୍ଟମ୍ ଆମର ଛାତ୍ରଛାତ୍ରୀମାନଙ୍କୁ ଜେଇଇ ଆଡଭାନ୍ସଡ୍, ଜେଇଇ ମେନ୍, ବିଟସାଟ୍ ଏବଂ ରାଜ୍ୟ ଇଞ୍ଜିନିୟରିଂ ପରୀକ୍ଷାରେ ସେମାନଙ୍କର ସର୍ବୋତମ ସମ୍ଭାବ୍ୟ ର୍ୟାଙ୍କ ହାସଲ କରିବାରେ ସାହାଯ୍ୟ କରିବ ଏବଂ ଆମେ ଆଶ୍ୱାସିତ ଯେ ଜେଇଇ ୨୦୨୭ ଏବଂ ୨୦୨୮ ଆକାଶର ଇତିହାସରେ ସର୍ବଶ୍ରେଷ୍ଠ ଫଳାଫଳ ହେବ। ସର୍ବୋପରି “ଉତ୍କର୍ଷତା କାହିଁକି କେବଳ ସୀମିତ ରହିବ ।”ଏହି ରୋଲଆଉଟ୍ ସମଗ୍ର ଭାରତର ସମସ୍ତ ଆକାଶ ଶାଖାକୁ କଭର୍ କରୁଛି ଏବଂ ତତକ୍ଷଣାତ୍ ଆରମ୍ଭ ହେଉଛି । ବିଦ୍ୟମାନ ଆକାଶ ଛାତ୍ରଛାତ୍ରୀମାନେ ହିଁ ଇନଭିକ୍ଟସ୍ ସିଷ୍ଟମକୁ ସ୍ଥାନାନ୍ତରିତ ହେବାରେ ପ୍ରଥମ ହେବେ, ଏହାପରେ ଯୋଗ ଦେଉଥିବା ପ୍ରତ୍ୟେକ ନୂତନ ଛାତ୍ରଛାତ୍ରୀ ଏଥିରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମକୁ ବିସ୍ତୃତ ଭାବରେ ବୁଝିବାରେ ସାହାଯ୍ୟ କରିବା ପାଇଁ ଶାଖାଗୁଡ଼ିକ ପକ୍ଷରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ପାଇଁ ଓରିଏଂଟେସନ୍ ଅଧିବେଶନ ମଧ୍ୟ ଆୟୋଜନ କରାଯାଉଛି । ଅଧିକ ସୂଚନା ପାଇଁ, ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ୭୩୦୩୭୫୯୪୯୪ ରେ ଯୋଗାଯୋଗ କରିପାରିବେ କିମ୍ବା ଗ୍ଦଙ୍କକ୍ଟ୍ରକ୍ଟ୍ରକ୍ଟକ୍ସଗ୍ଧ.ସଦ୍ଭଙ୍ଖସମଗ୍ଧଙ୍କଗ୍ଦଅବରଗ୍ଦକ୍ଷ.ସଦ୍ଭ. କୁ ମେଲ୍ କରିପାରିବେ ।