ଗଣମାଧ୍ୟମ ହେଉ ସମାଜର ଦର୍ପଣ

0 70

ଭୁବନେଶ୍ୱର : ୧୬ /୧୧/୨୦୨୫( ପ୍ରତ୍ୟୁଷା ବ୍ୟୁରୋ )

ଗଣମାଧ୍ୟମ ସମାଜରେ ଜନ ସାଧାରଣଙ୍କ ବିଶ୍ୱାସ ଜିତୁ। ଭ୍ରମାତ୍ମକ ଖବର ଦେଖାଇ ଗଣଙ୍କୁ ବିଭ୍ରାନ୍ତ ନ କରୁ। ସମାଜରେ ଗଣ ମାଧ୍ୟମ ଦର୍ପଣ ଭଳି କାମ କରୁ। ଗଣ ମାଧ୍ୟମ ସମାଜରେ ସକାରାତ୍ମକ ଖବର ପରିବେଷଣ କରି ସଚେତନ କରାଉ ଏବଂ ଦାୟିତ୍ୱପୂର୍ଣ୍ଣ ଭାବେ ସ୍ୱାଧୀନ ମତ ଲେଖୁ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ୨୦୨୫ ଅବସରରେ ଉପସ୍ଥିତ ସମ୍ମାନିତ ଅତିଥି ମାନେ ମତ ପ୍ରକାଶ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦେଶକ ଅନୁଜ ଦାସ ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଗଣ ଯୋଗାଯୋଗ ବିଭାଗର ପ୍ରତିଷ୍ଠିତା ମୁଖ୍ୟ ଅତିଥି ସୂର୍ଯ୍ୟ ନାରାୟଣ ମିଶ୍ର, ଦେଵୀ ଲାଲ ମିଶ୍ର, ସୂଚନା ଓ ଲୋକ ସମ୍ପର୍କ ବିଭାଗର ବୈଷୟିକ ନିର୍ଦେଶକ ଗୁରୁବୀର ସିଂହ, ଉତ୍କଳ ମେଲ ର ସମ୍ପାଦକ ପୀତବାସ ମିଶ୍ର ଗଣ ମାଧ୍ୟମରେ ବର୍ତ୍ତମାନ ସମୟରେ ଦେଖା ଯାଇଥିବା ବିଲକ୍ଷଣ ଦୂର ହେବା ଉପରେ ଗୁରୁତ୍ୱ ଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ମାନେ ନ୍ୟାୟ ପ୍ରଦାନ ପୂର୍ବକ ସାମ୍ବାଦିକତା କରିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ। ଗଣତନ୍ତ୍ରର ଭବିଷ୍ୟତକୁ ସୁଦୃଢ କରିବାକୁ କାମ କରନ୍ତୁ। ଖବରରେ ନିଚ୍ଛକ ତଥ୍ୟ ରଖି କଲମ ଚାଲନ୍ତୁ। କାର୍ଯ୍ୟକ୍ରମକୁ ସୁଚେତା ପ୍ରିୟ ଦର୍ଶିନୀ ଓ ରୋଜାଲିନ ସାହୁ ସଂଚାଳନ କରିଥିଲେ।ଭୁବନେଶ୍ୱର ଜିଲ୍ଲା ସୂଚନା ଅଧିକାରୀ ଜିତେନ୍ଦ୍ରିୟ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Leave A Reply

Your email address will not be published.