ବିଶ୍ୱ ହୃଦୟ ଦିବସ ପାଳିଲା ଇନର ହ୍ଵିଲ କ୍ଲବ ।

0 117

ଭୁଵନେଶ୍ୱର : ୪/୯( ପ୍ରତ୍ୟୁଷା ବ୍ୟୁରୋ )ଇନର୍ ହୁଇଲ୍ କ୍ଲବ୍ ତରଫରୁ ବିଶ୍ୱ ହୃଦୟ ଦିବସ ସିଓର କ୍ୟୁଅର କ୍ଲିନିକ ପରିସରରେ ପାଳିତ ହୋଇଯାଇଛି । ହୃଦରୋଗର ପ୍ରତିଷେଧ ଓ ନିରାକରଣ ସଂପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବିଶ୍ୱ ହୃଦୟ ଦିବସ ଭାବେ ପାଳନ କରାଯାଉଛି । ସାଧାରଣ ଲୋକଙ୍କୁ ହୃତପିଣ୍ଡ ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ ହେଉଛି । ମଣିଷ ଶରୀରର ହାର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ। ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ତେଣୁ ଏହାର ଯତ୍ନ ନେବା ମଧ୍ୟ ଆବଶ୍ୟକ। ତେବେ ଉଚିତ ଖାଦ୍ୟ, ପାନୀୟ ଗ୍ରହଣ କଲେ, ବ୍ୟାୟାମ କଲେ, ଧୂମପାନ ବର୍ଜନ କଲେ ହାର୍ଟ ସୁସ୍ଥ ରହିଥାଏ । ନହେଲେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ । ଏହି ସମସ୍ୟା ଭିତରୁ ହୃଦଘାତ ଗୋଟିଏ ।କ୍ଳବର ସଭାପତି ବିଜୟଲକ୍ଷ୍ମୀ ଶତପଥୀ ସୁସ୍ଥ ଜୀବନ ଶୈଳୀ ବଞ୍ଚିବା ପାଇଁ କ୍ଲବ ସବୁବେଳେ ପ୍ରତିଶ୍ରୁତିବଦ୍ଧ । କ୍ଳବର ପୂର୍ବତ୍ତନ ସଭାପତି ରଶ୍ମିତା ଶତପଥୀ ତୃଣମୂଳ ସ୍ତରରୁ ହୃଦଘାତ ନିରାକରଣ ପାଇଁ ସଚେତନତା ସୃଷ୍ଟି କରିବା ଉପରେ ଗୃତାରୋପ କରିଥିଲେ । ସିଓର କ୍ୟୁଅର କ୍ଲିନିକର ଡାକ୍ତର ଶୁଗୁତ୍ତା ଫିର୍ନୋଡ଼ସ ଉଚିତ୍ ଖାଦ୍ୟ, ପାନୀୟ ଗ୍ରହଣ ସହ ନିୟମିତ ବ୍ୟାୟାମ କଲେ ହାର୍ଟ ସୁସ୍ଥ ରହିଥାଏ ବୋଲି ପରାମର୍ଶ ଦେଇଥିଲେ । କ୍ଳବର ଉପଦେଷ୍ଠ। ମଧୁସ୍ମିତା ମହାନ୍ତି ଓ ଅନ୍ୟ ସଭ୍ୟ ମାନେ ଏହି ଅବସରରେ ଯୋଗଦେଇଥିଲେ । ଏହି ଅବସରରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.