ନାଲକୋ ଅନୁଗୁଳ ପାଳନ କଲା ” ସ୍ୱଚ୍ଛତା ଶ୍ରମଦାନ” କାର୍ଯ୍ୟକ୍ରମ

0 162

ନାଲକୋ ନଗର : ୨୫/୯( ପ୍ରତ୍ୟୁଷା ବ୍ୟୁରୋ )

ଭାରତ ସରକାରଙ୍କ ନବରତ୍ନ ପ୍ରାପ୍ତ ଉପକ୍ରମନ୍ୟାଶନ୍ୟାଲ ଆଲୁମିନିୟମ କମ୍ପାନି (ନାଲକୋ) ଏହାର ଅନୁଗୁଳ ଠାରେ ସ୍ଥିତ ସେକ୍ଟରଓ ପାୱାର କମପ୍ଲେକ୍ସ ଠାରେ ସ୍ଵଚ୍ଛତା ହି ସେବା କାର୍ଯ୍ୟକ୍ରମ ଆନୁକୁଲ୍ୟରେ ‘ସ୍ଵଚ୍ଛତାଶ୍ରମଦ।ନ’ କାର୍ଯ୍ୟକ୍ରମ ପାଳିତ କରିଛି। ସମଗ୍ର ଭାରତ ବର୍ଷରେ ଭାରତର ଯଶସ୍ୱୀପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଏହି ‘ଶ୍ରମଦାନ’ କାର୍ଯ୍ୟକ୍ରମରଆୟୋଜନ କର।ଯାଇଥିଲା।ନାଲକୋ ତରଫରୁ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଦିଲ୍ଲୀ ପବ୍ଲିକ ସ୍କୁଲ ପ୍ରାଙ୍ଗଣରେକର।ଯାଇଥିଲା। ସ୍କୁଲର ପ୍ରିନ୍ସପ୍ୟାଲ ଡାଃ ଶର୍ମାଙ୍କ ଅଧ୍ୟକ୍ଷତାରେ ଏହା ପାଳିତହୋଇଛି । ପ୍ରଧାନ ଶିକ୍ଷକ ଡାଃ ରାଧାମାଧବ ଦାଶ ସମସ୍ତ ଶିକ୍ଷକ ଓ ଛାତ୍ର-ଛାତ୍ରୀ ମାନଙ୍କୁସ୍ଵଚ୍ଛତା ଶପଥପାଠ କରାଇ ଥିଲେ। ସ୍କୁଲର ଆଞ୍ଚଳିକ ପରିଚାଳନା କମିଟିର ବରିଷ୍ଠସଦସ୍ୟ ଶ୍ରୀ ହିମାଂଶୁ ପଣ୍ଡା, ସିଜିଏମ (ବିତ୍ତ), ନାଲକୋ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ରୂପେ ଯୋଗଦେଇ ସମସ୍ତଙ୍କୁ ଉଦ୍ବୋଧନ ଦେଇଥିଲେ ଓ ସ୍ଵଚ୍ଛତାର ମହାଦ୍ଵାବିଷୟରେ ପରାମର୍ଶ ଦେଇଥିଲେ। ଦୈନନ୍ଦିନ ଜୀବନରେ ପରିଷ୍କାର ପରିଛନ୍ନତାକୁକିପରି ବ୍ୟବହାର କର।ଯାଇପାରିବ ଓ ଜୀବନର ମାନକୁ ଉଚ୍ଚତର କରିହେବ, ସେହିବିଷୟରେ ଛାତ୍ର-ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ପରିଶେଷରେ ସମସ୍ତ ଶିକ୍ଷକଓ ଶିକ୍ଷୟିତ୍ରୀ ଓ ନାଲକୋ କର୍ମଚାରୀ ମାନଙ୍କ ଦ୍ବାରା ସ୍କୁଲ ପ୍ରାଙ୍ଗଣରେ ସଫେଇ କର।ଯାଇଥିଲା ।ନାଲକୋ ତରଫରୁ ଲୋକ ସମ୍ପର୍କ ବିଭାଗର ଏଜିଏମ ଶ୍ରୀ ସମୀର ମାଝୀଙ୍କ ନେତୃତ୍ବରେପିଆର ବିଭାଗ ଓ ପରିମଳ ଓ ଉଦ୍ୟାନ ବିଭାଗର କର୍ମକର୍ତ୍ତା ମାନେ ସହଯୋଗକରିଥିଲେ ଓ ଏହି ଆୟୋଜନକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave A Reply

Your email address will not be published.