ଭୁବନେଶ୍ଵର ,୧୪/୦୨( ପ୍ରତ୍ୟୁଷା ବ୍ୟୁରୋ ) :ବିଧାନ ସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ ପ୍ରଥମ ପର୍ଯ୍ୟାୟ ଗୃହ କାର୍ଯ୍ୟ ଚାଲି ପାରିନି। ବିରୋଧୀ କଂଗ୍ରେସ ପ୍ରଥମେ ଗୃହ ମଧ୍ୟ ଭାଗକୁ ଆସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନେଇ ନାରା ବାଜି ଆରମ୍ଭ କରିଥିଲେ। ପରେ ପରେ ବିରୋଧୀ ବିଜେଡି ମଣ୍ଡି ଅବ୍ୟବସ୍ଥା କଟନି ଛଟନି ନେଇ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ହୋ ହାଲ୍ଲା କରିଥିଲେ। ବାଚସ୍ପତି ସୁରମା ପାଢ଼ୀ ପ୍ରଶ୍ନ କାଳ ପାଇଁ ପ୍ରସ୍ତୁତ ହେବାକୁ ବିରୋଧୀଙ୍କୁ ଅନୁରୋଧ କରିଥିଲେ। ବାଚସ୍ପତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଉତ୍ତର ଦେବା ପାଇଁ ପ୍ରୟାସ ଜାରି ରଖିବାକୁ ଉଦ୍ୟତ ହେବାରୁ ବିରୋଧୀ ସେମାନଙ୍କ ସ୍ୱରଉଚ୍ଚ କରିବାକୁ ବାଚସ୍ପତଙ୍କ ଗୃହ କାର୍ଯ୍ୟ ବନ୍ଦ ରଖି ୧୨ ଟା ପର୍ଯ୍ୟନ୍ତ ଓ ପରେ ସମାନ ଅଵସ୍ଥା ଉପୂଜିବାରୁ ଅପରାହ୍ନ ୪ ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ।