ଭୁବନେଶ୍ବର, ୧୪ ଫେବୃଆରୀ ୨୦୨୫: ( ପ୍ରତ୍ୟୁଷା ବ୍ୟୁରୋ )ଓଡ଼ିଶାର ଯୁବବର୍ଗଙ୍କ ମଧ୍ୟରେ ହସପିଟାଲିଟି ବା ଆତିଥ୍ୟ ଶିକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ବରର ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ (ଆଇଏଚଏମ) ସହଭାଗିତାରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ସଫଳତାର ସହ ଶିକ୍ଷାନୁଷ୍ଠାନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଆଇଏଚଏମ ଭୁବନେଶ୍ବରର ଅଧ୍ୟକ୍ଷ ଶ୍ରୀମତୀ ଶାରଦା ଘୋଷ, ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଅଧ୍ୟାପକ ଶ୍ରୀ ସମ୍ବିତ ସୁମନ ଏବଂ ଶ୍ରୀ ପ୍ରମଥଦୀପ କର ଉପସ୍ଥିତ ଥିଲେ । ଆତିଥ୍ୟ କ୍ଷେତ୍ରରେ ରହିଥିବା ବ୍ୟାପକ କ୍ୟାରିଅର ସମ୍ଭାବନା ଏବଂ ଭବିଷ୍ୟତର ପେସାଦାରମାନଙ୍କୁ ଗଢ଼ିବାରେ ଗୁଣାତ୍ମକ ଶିକ୍ଷାର ଗୁରୁତ୍ଵପୂର୍ଣ୍ଣ ଭୂମିକା ଉପରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା।