ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନ ସଭା ଅଧିବେଶନ ଆରମ୍ଭ

0 45

ଭୁବନେଶ୍ଵର ,୧୩ / ୦୨ / ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) :ବିଧାନ ସଭାର ବଜେଟ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି। ଫେବୃଆରି ୧୩ ତାରିଖ ପୂର୍ବାହ୍ନ ୧୧ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଧାନସଭା ଅଧିବେଶନ ଆରମ୍ଭ ରାଜ୍ୟପାଳ ଡ ହରିବାବୁ କମ୍ବମପତି ପହଞ୍ଚିବା ପରେ ବାଚସ୍ପତି ସୁରମା ପାଢ଼ୀ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ ପରେ ଗୃହ କାର୍ଯ୍ୟ ଆରମ୍ଭ ପାଇଁ ପାଛୋଟି ଆଣିଥିଲେ। ଗୃହରେ ଜାତୀୟ ସଙ୍ଗୀତ ଗାନ ପରେ ବଜେଟ ଅଭିଭାଷଣ ରାଜ୍ୟପାଳ ଆରମ୍ଭ କରିଥିଲେ। ସପ୍ତଦଶ ବିଧାନ ସଭା ର ତୃତୀୟ ଅଧିବେଶନ ଆରମ୍ଭରେ ଗୃହର ଦିବଂଗତ ସଦସ୍ୟଙ୍କ ପାଇଁ ସୋକ ପ୍ରକାଶ କରି ଅଭିଭାଷଣ ପୁସ୍ତିକାକୁ ପାଠ କରିଥିଲେ। ଗୃହର ସଦସ୍ୟ ମାନେ ଅଭିଭାଷଣ ପାଠରେ ସହଯୋଗ ପାଇଁ ଅନୁରୋଧ ପରେ ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ପ୍ରଦାନ ସମୟ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିରୋଧୀ ଦଳ ନେତା ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.