ଭୁବନେଶ୍ଵର ୨୦/୧୨/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) :ରାଜ୍ୟରେ ଏକ ସ୍ଵଚ୍ଛ କୃଷି ନୀତି ପାଇଁ ବ୍ୟାପକ ବିଚାର ବିମର୍ଷ ଓ ପଦକ୍ଷେପ ପ୍ରସଙ୍ଗରେ ଆଲୋଚନା ହୋଇଛି। ତୃଣମୂଳ ସ୍ତରରେ କୃଷି ନୀତି କିପରି କାର୍ଯ୍ୟକାରୀ ହେବ ତାହା ଉପରେ ଉପସ୍ଥିତ ଅତିଥି ଓ ଅଧିକାର ମାନେ ଆଲୋକପାତ କରିଥିଲେ। କୃଷି ନୀତି ଉପରେ ଅନୁଷ୍ଠିତ ଗୋଲ୍ ଟେବୁଲ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଲେ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନରେ ରାଜ୍ୟ ସମବାୟ କୃଷକ ମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଜୈବ ପଦ୍ଧତି ଓ ପ୍ରଯୁକ୍ତି ଆଧାରିତ ପ୍ରସଙ୍ଗ ସହିତ କୃଷି ଖେତ୍ରରେ ରସାୟନିକ ସାର ପ୍ରୟୋଗ ନେଇ ଅଭିଭାଷଣ ପ୍ରଦାନ କରିଥିଲେ।ସେ କହିଛନ୍ତି ସରକାର ଚିନ୍ତନ ବୈଠକ ପରେ ବାହାରୁଥିବା ନିର୍ଯାସକୁ ନେଈ ଏକ ନୂଆ ନୀତି ଆଣିବେ ଯେଉଁଥିରେ ରସାୟନ ବିଜ୍ଞାନ ବଦଳ ରେ ଜୈବ ବିବିଧତା ପ୍ରଯୋଗ ଉପରେ ଗୁରୁତ୍ୱ ଦିଆଯିବ।ସେହଭଳି କୃଷକ ମାନଙ୍କ ଉତ୍ପାଦିତ ଫସଲର ସମୁଚିତ ଷ୍ଟୋରେଜ ପରିକଳ୍ପନା ରପ୍ତାନୀ ଓ ବଜାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ପୂର୍ବତନ ସଚିବ ଟି ନନ୍ଦ କୁମାର, ସାକ ବଙ୍ଗଳାଦେଶର ଏଚ ରସିଦ, ବି ଏମ୍ ଜି ଏଫ୍ର ଉପଦେଷ୍ଟା ଡ ପୁର୍ବି ମେହେଟ୍ଟ, ରାଜ୍ୟ ସରକାରର ପ୍ରମୁଖ ସଚିବ ରାଜେଶ ପ୍ରଭାକର ପାଟିଲ କୃଷି ସଚିବ ଅରବିନ୍ଦ ପାଢୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।