ଖଣିଜ ସମ୍ପଦର ସଂରକ୍ଷଣ ଓ ଭବିଷ୍ୟତ ଉପରେ ଗୁରୁତ୍ୱ । ଭୂ ବିଜ୍ଞାନୀ ସୋସାଇଟି ପକ୍ଷରୁ ବିକଶିତ ଭାରତ ୨୦୪୭ ଜାତୀୟ ଆଲୋଚନା ଚକ୍ର ।

0 16

ଭୁବନେଶ୍ଵର ୨୧/୧୨/୨୦୨୪( ପ୍ରତ୍ୟୁଷା ବ୍ୟୁରୋ ) :ରାଜ୍ୟର ଖଣିଜ ସମ୍ପଦ, ଭବିଷ୍ୟତ ପ୍ରକଳ୍ପ ଯୋଜନା ଗୁଡିକ କାର୍ଯ୍ୟକାରିତା ଉପରେ ଆଲୋଚନା ଚକ୍ର ଭୁବିଜ୍ଞାନୀ ସୋସାଇଟି ଏବଂ ମିଳିତ ପ୍ରଯୁକ୍ତିବିତ୍ ପକ୍ଷରୁ ଆଲୋଚନା ହୋଇଛି। ଏହି ସମ୍ମିଳନୀରେ ସଂଘ ପକ୍ଷରୁ ଦୁଇଟି ସୋପନ ରେ ବିକଶିତ ଭାରତ ପାଇଁ ରହିଥିବା ଆହ୍ବାନ ଗୁଡିକ କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରାଇବା ସହ ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରି ଥିଲେ। କାର୍ଯ୍ୟକ୍ରମରେ ନାଲକୋର ପୁର୍ବତନ କାର୍ଯୟନିର୍ବାହୀ ନିର୍ଦ୍ଦେଶକ ଡ ଆର ସି ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଓଲୋଜିକାଲ୍ ସର୍ଭେ ଅଫ ଇଣ୍ଡିଆର ଏ ଡି ଜି ଡ ଜୟେସ ବାଗ୍ଚୀ ରାଜ୍ୟରେ ଲୌହ ଖଣିଜ ସମ୍ପଦ ଭବିଷ୍ୟତ ପାଇଁ ରହିଥିବା ଆହ୍ବାନ ଗୁଡିକ କାର୍ଯ୍ୟକାରିତା ପାଇଁ ପ୍ରୟାସ ଜାରି ରଖିବାକୁ ମତ ପ୍ରକାଶ କରିଥିଲେ। ସେହିପରି ଏମ ସି ଏଲ୍ , ବେଦାନ୍ତ ଆଲୁମିନା ଭଳି ବଡ ବଡ କମ୍ପାନୀର ଅଧିକାରୀ ମାନେ ଯୋଗ ଦେଇ ଲୌହ ବାକ୍ସସାଇଡ , ମାଙ୍ଗାନିଜ ଖଣିରୁ ଉତ୍ପାଦିତ ହେଉଥିବା ସମ୍ପଦ ଗୁଡ଼ିକର ସୁବିନିଯୋଗ ଉପରେ ଗୁରୁତ୍ୱ ଦେଇଥିଲେ। ସର୍ବୋପରି ପରିବେଶ ସନ୍ତୁଳନ ରକ୍ଷା କରିବା ସହିତ ଦେଶର ଅର୍ଥ ନୈତିକ ମୂଲ୍ୟଯୁକ୍ତ ବିକାଶ ପାଇଁ ପ୍ରୟାସ ଜାରି ରଖିବାକୁ ମତ ଦେଇଥିଲେ। ଉଲ୍ଲେଖ ଯୋଗ୍ୟ ଯେ ଏହି ସମ୍ମିଳନୀ ଆସନ୍ତା କାଲି ମଧ୍ୟ ଜାରି ରହିବ।

Leave A Reply

Your email address will not be published.