ଭୁବନେଶ୍ୱର: ୧୯/୧୨/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଡିସେମ୍ବର ୨୮ରୁ ଆରମ୍ଭ ହେଉଥିବା ହକି ଇଣ୍ଡିଆ ଲିଗକୁ ନଜରରେ ରଖ୍ ଓଡ଼ିଶା ଭିଭିକ ଫ୍ରାଞ୍ଚାଇଜି ବେଦାନ୍ତ କଳିଙ୍ଗ ଲାଳସର୍ସ ପକ୍ଷରୁ ଏହାର ଜର୍ସି, ଆନ୍ଥମ ଏବଂ ମାସ୍କଟ୍କୁ ଏକ ଗ୍ରାଣ୍ଟ ଇଭେଣ୍ଟରେ ଶୁଭାରମ୍ଭ କରାଯାଇଛି । ରାଜ୍ୟ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ଏହି ଅବସରରେ ନୂଆ ଜର୍ସି, ମାସ୍କଟକୁ ଉନ୍ମୋଚନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଛନ୍ତି।ଟିମକୁ ପ୍ରତିନିଧିତ୍ୱ କରୁଥିବା କ୍ରୀଡାବିତ ମାନେ ଏହି ଅବସରରେ ଉପସ୍ଥିତ ରହିଥିଲେ । ଏହି ଜର୍ସିରେ ନୀଳ ଏବଂ ସବୁଜ ରଙ୍ଗର ମିଶ୍ରଣ ରହିଥିବା ବେଳେ ଏହା କମଳା ଏବଂ ଧଳା ରଙ୍ଗକୁ ମଧ୍ଯ ସ୍ଥାନିତ କରିଛି । ଜର୍ସିରେ ଓଡ଼ିଶାର ଇତିହାସ, ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ, ଭୂଗୋଳ ସହ ଭବିଷ୍ୟତର ଆକାଂକ୍ଷା ପ୍ରତିଫଳିତ ହେଉଛି । ରାଜ୍ୟର ପ୍ରାକୃତିକ ଶୋଭାରାଜି ଏବଂ ପ୍ରଗତିକୁ ଏହା ପ୍ରଦର୍ଶିତ କରୁଛି । କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସମ୍ମାନ ଜଣାଇ ଏଥୁରେ ହାର୍ଟ ନିକଟରେ ରହିଛି କୋଣାର୍କ ଚକ୍ର । ଏହା ସହ ରାଜ୍ୟର ପାରମ୍ପରିକ କଳାକୁ ମଧ୍ୟ ଏଥୁରେ ସେଲିବ୍ରେଟ କରାଯାଇଛି । ଉତ୍ତର ଓଡ଼ିଶାର ଛଉ ନୃତ୍ୟ, ଦକ୍ଷିଣ ଓଡ଼ିଶାର ଘୁମୁରା ଫ୍ୟାକ୍ଟ ପ୍ୟାଟର୍ନ ସହ ପଶ୍ଚିମ ଓଡ଼ିଶାର ସମୃଦ୍ଧ ଦୟନ କଳା ସମ୍ବଲପୁରୀ ଡିଜାଇନର ଝଲକ ଏଥୁରେ ଦେଖୁବାକୁ ମିଳିବ । ଡିଜାଇନରେ ଏହି ଅତ୍ୟାଧୁନିକ ଦିଗ ଗୁଡିକ ପ୍ରଗତି ପ୍ରତି ରହିଥିବା ବେଦାନ୍ତର ପ୍ରତିବଦ୍ଧତାକୁ ଦୋହରାଉଛି । ତଳ ଭାଗରେ ପଦ୍ମାକୃତି ଢ଼େଉ ଆକୃତି ବେଦାନ୍ତ ଲୋଗୋରୁ ଅନୁପ୍ରାଣିତ ହୋଇ ସ୍ଥାନିତ କରାଯାଇଛି ।ଏହା ଅଭିବୃଦ୍ଧି, ଇତିହାସ, କଳା ଏବଂ ନିରନ୍ତରତାର ମିଶ୍ରଣକୁ ଦର୍ଶାଉଛି । କର୍ସର ଉପର ଭାଗରେ ତରଙ୍ଗାୟିତ ମହାନଦୀ ସ୍ଥାନିତ କରାଯାଇଛି । ସେହିଭଳି ହୀରାକୁଦ ଡ୍ୟାମ ସହ ଡେଲଟା ଭଳି ଓଡ଼ିଶାର ଭୌଗୋଳିକ ଜୀବନ ଧାରା ଏବଂ ସମୁଦ୍ର ସହ ସମ୍ପର୍କକୁ ଦର୍ଶାଉଛି । ଟିମ୍ବର ମାସ୍କଟ ଜିତ୍ ମଧ୍ୟ ଏହି ଅବସରରେ ଉନ୍ମୋଚିତ ହୋଇଛି । କଳିଙ୍ଗ ଲ୍ୟାନସର୍ସର ଆଛେମ ଜଜବା କି ଜିତ୍ କଠିନ ପରିଶ୍ରମ ଏବଂ ଅଧ୍ୟବସାୟକୁ ପ୍ରଦର୍ଶନ କରୁଛି ।