ସହିଦ ନଗରରେ ନିର୍ମାଣ ହେବ ଅତ୍ୟାଧୁନିକ ଅଡିଟୋରିୟମ ।

0 33

ଭୁବନେଶ୍ଵର: ୨୫/୧୧/୨୦୨୪ : ( ପ୍ରତ୍ୟୁଷା ବ୍ୟୁରୋ )ଭୁବନେଶ୍ଵର ମହାନଗର ନିଗମ (ବିଏମ୍‌ସି)ର ୨୬ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ବିଏମ୍‌ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଶ୍ରୀ ରତ୍ନାକର ସାହୁ, ଶ୍ରୀମତୀ ସସ୍ମୀତା ସାହୁ ଜୋନାଲ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାଶ ପ୍ରମୁଖ ମଂଚାସୀନ ଥିଲେ । ଆଜିର ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି । ସେଗୁଡିକ ମଧ୍ୟରେ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ରାଜଧାନୀର ପ୍ରମୁଖ ରାସ୍ତା ପାର୍ଶ୍ବରୁ ଜବରଦଖଲ ହଟାଇବାକୁ ନିଷ୍ପତି ନିଆଯାଇଛି । ସେହି ରାସ୍ତାଗୁଡିକର ସୌନ୍ଦର୍ଯ୍ୟକରଣ କରାଯିବ । ସେହି ରାସ୍ତାକଡରୁ ହଟାଇ ଦିଆଯାଇଥିବା ବ୍ୟବସାୟୀମାନଙ୍କୁ ସଂପୃକ୍ତ ୱାର୍ଡରେ ଥିବା କଂଜରଭେନ୍ତି ଲେନ୍‌ରେ ସାମୟିକ ଥଇଥାନ କରାଯିବା ପାଇଁ ଆଲୋଚନା ହୋଇଥିଲା । ଆସନ୍ତା ମାସରେ ମହାନଗର ନିଗମର ୩ଟି ଜୋନ୍‌ରେ ପଥ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ମଧ୍ୟ ପ୍ରସ୍ତାବ ଆଗତ ହୋଇଥିଲା । ତେବେ ଷ୍ଟାଣ୍ଡିଂ କମିଟିରେ ପାସ ହେବା ପରେ ତାହା କାର୍ଯ୍ୟକାରୀ ହେବ ବୋଲି ନିଷ୍ପତି ନିଆଯାଇଛି । ନେବରଉଡ୍ ମାର୍କେଟ ପାଇଁ ଜୋନାଲ କମିଶନରମାନେ ପ୍ରତି ୱାର୍ଡରେ ତୁରନ୍ତ ସ୍ଥାନ ଚିହ୍ନଟ କରି ଜଣାଇବାକୁ ନିର୍ଦେଶ ଦିଆଯାଇଛି । ସ୍ଥାନ ଚିହ୍ନଟ ପରେ ସର୍ଭେ କରାଯାଇ ସେଠାରେ ମାର୍କେଟ ନିର୍ମାଣ କରାଯିବାକୁ ଆଲୋଚନା କରାଯାଇଥିଲା । ସୌନ୍ଦର୍ଯ୍ୟକରଣ କାମ ଜାରି ରହିବ । କାରଣ ଆସନ୍ତା ୨୯ ତାରିଖରେ ସର୍ବଭାରତୀୟ ଡିଜି ସମ୍ମିଳନୀରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ହୋମ୍ ମିନିଷ୍ଟର ଆସିବାର କାର୍ଯ୍ୟକ୍ରମ ରହିଛି । ଡିସେମ୍ବର ୩ ତାରିଖରେ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିବା ବଳେ ବେଳେ ଜାନୁଆରୀ ୧ ତାରିଖରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଭୁବନେଶ୍ଵରରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.