ପଞ୍ଚାୟତ , ବିଦ୍ୟାଳୟ, ସମ୍ପ୍ରଦାୟ ସ୍ତରରେ ବାଲ୍ୟ ବିବାହ ନିରୋଧ ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ।

0 26

ଭୁବନେଶ୍ଵର ୨୧/୧୦/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ସୁପ୍ରିମକୋର୍ଟ ବିଭିନ୍ନ ମନ୍ତ୍ରଣାଳୟକୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବିଲୋପ କରିବା ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଛନ୍ତି | କୋର୍ଟ ପଞ୍ଚାୟତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମ୍ପ୍ରଦାୟ ପୋଲିସ୍ ଏବଂ ବାଲ୍ୟ ବିବାହ ସୁରକ୍ଷା ଅଧିକାରୀଙ୍କୁ ବାଲ୍ୟ ବିବାହ ପାଇଁ ଉତ୍ତରଦାୟୀ କରିଛନ୍ତି । ବାଲ୍ୟ ବିବାହ ମୁକ୍ତ ଭାରତ ସହଭାଗୀ ତଥା ଓଡିଶା ଭିଭିକ ପିଟିସନକାରୀ ସୋସାଇଟି ଫର୍ ଏନଲାଇଟେନମେଣ୍ଟ ଆଶ ଭଲ୍ଲାୱାରୀ ଆକ୍ସନ (ଏସଇଭିଏ) କୃତଜ୍ଞତା ଜଣାଇ କହିଛନ୍ତି, ସମାନ ମନେଲରେ ସିଏମଏଫଆଇର ଅଂଶ ଭାବରେ ୨୦୦ରୁ ଅଧିକ ଏନଜିଓ କାର୍ଯ୍ୟ କରୁଛନ୍ତି | ୨୦୦ରୁ ଅଧିକ ଏନଜିଓର ମିଳିତ ମଞ୍ଚ ସିଏମଏଫଆଇ କେବଳ ୨୦୨୩ ୨୪ ମସିହାରେ ସମଗ୍ର ଭାରତରେ ୧, ୨୦, ୦୦୦ରୁ ଅଧିକ ବାଲ୍ୟ ବିବାହ ବନ୍ଦ କରିଛନ୍ତି । ଚାଇଲ୍ଡ ମ୍ୟାରେଜ୍ ଫ୍ରି ଇଣ୍ଡିଆ (ସିଏସ୍ଏଫ୍ଆଇ) ମିଳିତ ସହଯୋଗୀ ସୋସାଇଟି ଫର୍ ଏନଲାଇଟେନମେଣ୍ଟ ଆଣ୍ଡ ଭଲ୍ୟୁଣ୍ଟାରୀ ଆକ୍ସନ (ଏସଇଭିଏ) ତଥା କାର୍ଯ୍ୟକର୍ତ୍ତା ନିର୍ମଲ ଗୋରାନାଙ୍କ ଦ୍ଵାରା ଦାଖଲ ହୋଇଥିବା ଏକ ଆବେଦନକୁ ଶୁଣିବା ପରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେବା ସହିତ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେଉଁଥରେ ଗ୍ରାମ ସମ୍ପ୍ରଦାୟକୁ ସଚେତନ କରାଇବା ସହିତ ବାଲ୍ୟ ବିବାହର ସମାପ୍ତି ଉପରେ ଗୁରୁତ୍ବ ଦିଆଯାଉଛି। ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ଜାରି କରାଯାଇଥ‌ିବା ନିର୍ଦ୍ଦେଶାବଳୀ ନିଶ୍ଚିତ ଭାବରେ ୨୦୩୦ ସୁଦ୍ଧା ବାଲ୍ୟ ବିବାହର ଅନ୍ତ ଘଟାଇବ ବୋଲି ନିଶ୍ଚିତ କରି ଓଡିଶା ସ୍ଥିତ ଏନଜିଓ ସେବା(ଏସଇଭିଏ)ର ନିର୍ଦ୍ଦେଶକ ଅଳକା ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ନିର୍ଦ୍ଦେଶାବଳୀ ସିଏମଏଫଆଇ ଅଭିଯାନର କାର୍ଯ୍ୟ ଏବଂ ବିଶ୍ଵାସକୁ ସମ୍ପୂର୍ଣ ରୂପେ ପ୍ରତିଫଳିତ କରୁଛି ଏବଂ ଏହା ଦର୍ଶାଉଛି ଯେ, ମିଳିତ ମଞ୍ଚର ୨୦୦ରୁ ଅଧିକ ଏନଜିଓ ଅଂଶୀଦାରମାନଙ୍କୁ ସାମିଲ କରାଯାଇ ନୂତନ ଭାବେ ସଶକ୍ତ କରାଯାଇଛି ।

Leave A Reply

Your email address will not be published.