ନଭେମ୍ବର ୮ରୁ ୨୭ତମ କଳିଙ୍ଗ ପୁସ୍ତକ ମେଳା।

0 11

ଭୁବନେଶ୍ୱର , ୨୧/୧୦ ( ପ୍ରତ୍ୟୁଷା ବ୍ୟୁରୋ ) : ୨୭ ତମ କଳିଙ୍ଗ ପୁସ୍ତକ ମେଳା ଚଳିତ ବର୍ଷ ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟକୁ କାଲିବ । ରାଜଧାନୀର ୟୁନିଟ ୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବାକୁ ଥ‌ିବା ଏହି ୧୦ ଦିନିଆ ପୁସ୍ତକ ପର୍ବରେ ରାଜ୍ୟ ତଥା ଦେଶର ୨୦୦ରୁ ଉର୍ଦ୍ଧ୍ୱ ଅଗ୍ରଣୀ ପ୍ରକାଶଳୀ ସଂସ୍ଥାଙ୍କ ସହ ବହୁ ସଂଖ୍ୟାରେ ପୁସ୍ତକ ବିତରକ, ବିକ୍ରେତା ଏବଂ ଶିକ୍ଷାନୁଷ୍ଠାନ ସମ୍ବନ୍ଧୀୟ ଅନୁଷ୍ଠାନମାନ ଅଂଶଗ୍ରହଣ କରିବେ । ତା ସହ ପୁସ୍ତକ ମେଳା ଉରେ ସାହିତ୍ୟ ତଥା ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମମାନ ଆୟୋଜନ ହେବ । ଏହି ଅବସରରେ ସ୍କୁଲ କଲେଜର ଛାତ୍ରଛାତ୍ରୀ, ଲେଖକ/ଲେଖିକା, ସାରସ୍ବତ ଜଗତ ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନେ, ବୁଦ୍ଧିଜୀବୀ, ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ଏବଂ ବହୁ ସଂଖ୍ୟାରେ ପୁସ୍ତକ ପ୍ରେମୀ ଯୋଗ ଦେବେ | ସନ୍ଧ୍ୟାରେ ସ୍କୁଲ କଲେଜର ଛାତ୍ରଛାତ୍ରୀ ଏବଂ ଅନୁଷ୍ଠାନ ମାନଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ସନ୍ଧ୍ୟାରେ ପୁରସ୍କାର ବିତରଣ କରାଯିବ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆକର୍ଷଣୀୟ ପ୍ରତିଯୋଗିତାମାନ ଆୟୋଜନ କରାଯିବ । ନର୍ସରୀ ଠାରୁ ଆରମ୍ଭ କରି ସ୍ନାତକତ୍ତୋର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, ବକୃତା, ସାଧାରଣ ଜ୍ଞାନ, କୌତୁକିଆ ପୋଷାକ ପରି ପ୍ରତିଯୋଗିତା ଆୟୋଜନ କରାଯିବ । ପ୍ରତ୍ୟେକ ଦିନ ଅପରାହ୍ନ ୪ ଘଟିକା ଠାରୁ ରାତି ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆୟୋଜିତ ହେବ । ଏନେଇ ଆସନ୍ତା ଅକ୍ଟୋବର ୨୫ ତାରିଖ ଠାରୁ ପୁସ୍ତକମେଳା କାର୍ଯ୍ୟାଳୟ ଠାରେ ନାମ ପଞ୍ଜିକରଣ ଆରମ୍ଭ ହେବ ।

Leave A Reply

Your email address will not be published.