ଅରୁନ୍ଧତୀ ଜୁଏଲର୍ସର ନୂତନ ଓ ବୃହତ୍ତ ଅତ୍ୟାଧୁନିକ ନୂତନ ଫ୍ଲାଗସିପ ସୋରୁମ ଉଦଘାଟିତ ।

0 27

ଭୁବନେଶ୍ଵର , ୨୦/୧୦/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ): ଅରୁନ୍ଧତୀ ଜୁଏଲର୍ସ ଭୁବନେଶ୍ବର ଜନପଥ ଶାଖା ଏବେ ନୂତନ ଓ ବୃହତ୍ତ ରୂପରେଖ ନେଇ ନିଜ ଗ୍ରାହକବନ୍ଧୁଙ୍କୁ ସର୍ବଶ୍ରେଷ୍ଠ ସେବା ଯୋଗାଇଦେବାପାଇଁ ତା ୨୦ ଅକ୍ଟୋବରରେ ଉଦଘାଟିତ ହୋଇଯାଇଛି | ଚଳିତ ପାର୍ବଣ ମହୋତ୍ସବରେ ତଥା ନିଜ ଗ୍ରାହକ ବନ୍ଧୁଙ୍କ ସହ ୨୫ ବର୍ଷର ସୁବର୍ଣ୍ଣ ସମ୍ପର୍କର ରୌପ୍ୟ ଜୟନ୍ତୀକୁ ଆହୁରି ମଜବୁତ କରିବା ପାଇଁ ଅରୁନ୍ଧତୀର ଏହା ଅନ୍ୟତମ ପାର୍ବଣ ଭେଟି || ଅରୁନ୍ଧତୀ ଜୁଏଲର୍ସ ବ୍ରାଣ୍ଡ ଆମ୍ବାସଡର ତଥା ଓଲିଉଡ଼ର ଷ୍ଟାର ଅର୍ଚିତା ସାହୁ, ପରିଚାଳନା ନିର୍ଦେଶକ ବ୍ରହ୍ମାନନ୍ଦ ମେହେର, ଡ଼ାଇରେକ୍ଟର ଅଚ୍ୟୁତାନନ୍ଦ ମେହେର ଓ ଡ଼ାଇରେକ୍ଟର ଅରୁନ୍ଧତୀ ମେହେରଙ୍କ ଉପସ୍ଥିତିରେ ଏହି ବିଶାଳ ସୋରୁମର ଶୁଭାରମ୍ଭ କରାଯାଇ ଗ୍ରାହକ ବନ୍ଧୁଙ୍କୁ ଉତ୍ସର୍ଗୀକୃତ କରାଯାଇଥିଲା |ଏହି ଅବସରରେ ଗ୍ରାହକ ବନ୍ଧୁଙ୍କ ଚାହିଦା କୁ ଦୃଷ୍ଟି ରେ ରଖି ଅରୁନ୍ଧତୀ ଜୁଏଲର୍ସ ତରଫରୁ ପାର୍ବଣ ଋତୁରେ ନୂତନ କଲେକସନ ଭରା ଡିଜାଇନ “ଅର୍ଘ୍ୟ” ଓ “ଆରାପା” ମଧ୍ୟ ଉନ୍ମୋଚିତ ହୋଇଛି । ଶତାଧିକ ଗ୍ରାହକଙ୍କ ଉପସ୍ଥିତିରେ ଏହି ଅତ୍ୟାଧୁନିକ ୧୨୦୦୦ ବର୍ଗଫୁଟ ସୋରୁମର ଉଦଘାଟନୀ ସମାରୋହରେ ୨୫୦୦୦ ରୁ ଅଧିକ ନୂଆ ପାର୍ବଣ କଲେକସନ ପ୍ରଦର୍ଶିତ ହୋଇଛି | ଏହି ଅବସରରେ ଅରୁନ୍ଧତୀର ପରିଚାଳନା ନିର୍ଦେଶକ ଶ୍ରୀ ମେହେର ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ଯେ,ଦୀର୍ଘ ୨୫ ବର୍ଷ ରୁ ଅତୁଟ ସ୍ନେହ, ଶ୍ରଦ୍ଧା, ଭଲ ପାଇବା ପାଇଁ ଓଡିଶାବାସୀଙ୍କ ସ୍ମୃତି ଅରୁନ୍ଧତୀ ପରିବାର ସର୍ବଦା ନତମସ୍ତକ | ଆମ ପ୍ରିୟ ଓଡିଶାବାସୀଙ୍କ ଆଶୀର୍ବାଦ ଅରୁନ୍ଧତୀଙ୍କୁ ପ୍ରତିଟି ସଫଳ ସୋପାନ ଅତିକ୍ରମ କରାଇବାରେ ସହାୟକ ହୋଇଛି | ଏହି ଅତ୍ୟାଧୁନିକ ସୋରୁମର ପ୍ରତିଟି କର୍ମକର୍ତ୍ତା ନିଜ ପ୍ରିୟ ଗ୍ରାହକବନ୍ଧୁଙ୍କୁ ସର୍ବଶ୍ରେଷ୍ଠ ସେବା ଯୋଗାଇଦେବାପାଇଁ ପ୍ରତିଜ୍ଞାବଦ୍ଧ ଓ କର୍ତ୍ତବ୍ୟବୋଧ |

Leave A Reply

Your email address will not be published.