ବରିଷ୍ଠ ବୁଣାକାରଙ୍କୁ ଭତ୍ତା ମିଳିବାରେ ବିଳମ୍ବ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ।

0 53

ଭୁବନେଶ୍ଵର, ତା୨୫/୦୯/୨୦୨୪ : ( ପ୍ରତ୍ୟୁଷା ବ୍ୟୁରୋ )ସାମାଜିକ ସୁରକ୍ଷା ଦୃଷ୍ଟିରୁ ୬୦ ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ବୁଣାକାରମାନଙ୍କୁ ଚଳିବା ପାଇଁ ମାସିକ ୨ ହଜାର ଟଙ୍କା ସରକାର ଯୋଗାଇ ଦେଉଥିଲେ । ଗତ ଏପ୍ରିଲ୍ ମାସଠାରୁ ଏଯାବତ୍ ୬ ମାସ ହେଲା ସେହି ଭତ୍ତା ମିଳିବାରେ ଅହେତୁକ ବିଳମ୍ବ ଘଟିଛି । ଏହାଦ୍ଵାରା ବୟୋଜ୍ୟେଷ୍ଠ ବୁଣାକାରମାନେ ନିରାଶ ହେବା ସହିତ ଦୁର୍ଦ୍ଦିନରେ ଅଛନ୍ତି । ଆଜି ଓଡ଼ିଶା ବୁଣାକାର ମହାସଂଘର ସଭାପତି ଶ୍ରୀଧର ବେହେରାଙ୍କ ନେତୃତ୍ବରେ ଶତାଧ୍ଵକ ବରିଷ୍ଠ ବୁଣାକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟ ବୟନଶିଳ୍ପ ନିର୍ଦ୍ଦେଶକଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିପତ୍ର ଗ୍ରହଣ କରି ବୟନଶିଳ୍ପ ନିର୍ଦ୍ଦେଶକ ଶୋଭନ କୁମାର ସାହୁ ସରକାରଙ୍କ ସହିତ ଆଲୋଚନା କରି ଏହାକୁ ସମାଧାନ କରିବା ପାଇଁ ସେ ଚେଷ୍ଟା କରିବେ ବୋଲି କହିଛନ୍ତି । ବୟନଶିଳ୍ପ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଦେବଜିତ୍ ନନ୍ଦୀ, ଉପନିର୍ଦ୍ଦେଶକ ଆଶୁତୋଷ ମହାନ୍ତି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବୁଣାକାର ମହାସଂଘର ଉପସଭାପତି ଶ୍ରୀକାନ୍ତ ନାୟକ, ସାଧାରଣ ସମ୍ପାଦକ ବିଜୟ ମେହେର, ସଂଗଠନ ସମ୍ପାଦକ ବିଜୟ କୁଣ୍ଡୁ, ସମ୍ପାଦକ ବିଶ୍ଵନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସଂଜୟ କର, ହୃଦାନନ୍ଦ ରାଉତ, ରାଜେନ୍ଦ୍ର ଦାସ, ଗୋବିନ୍ଦ ଦାସ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.