୧୯ ବର୍ଷରେ ପାଶନ କ୍ଲବ ୟୁନିଟ – ୪ ପକ୍ଷରୁ ସ୍ୱତନ୍ତ୍ର ରଥରେ ଶ୍ରୀଗଣେଶଙ୍କ ଶ୍ରୀଜଗନ୍ନାଥ ବେଶରେ ପୁଜା ।

0 64

ଭୁବନେଶ୍ୱର, 11.08.24 ( ପ୍ରତ୍ୟୁଷା ବ୍ୟୁରୋ ) : ପାଶନ କ୍ଲବ ପକ୍ଷରୁ ଆଜି ଚଣ୍ଡିଖୋଲ ମହାବିନାୟକ ମନ୍ଦିରରୁ ଚଳିତ ବର୍ଷ ଶ୍ରୀଗଣେଶ ପୁଜା ନିମନ୍ତେ ସମସ୍ତେ ଯାଇ ପୁଜାକରି ଆଜ୍ଞା ମାଳଅଣାଯାଇଥିଲା ଏବଂ କାର୍ଯ୍ୟ ଆରମ୍ଭ ନିମନ୍ତେ ମୁଖ୍ୟ କାରିଗର ଶଚିକାନ୍ତ ଜେନାଙ୍କୁ ପ୍ରଦାନ କରାଯାଇଥିଲା । ଆସନ୍ତା ମାସ ୭ ତାରିଖରେ ହବାକୁ ଯାଉଥିବା ଗଣେଶ ପୂଜା ପାଇଁ ୟୁନିଟ – ୪ ଏମ.ଏଲ.ଏ କଲୋନୀ ସ୍ଥିତ ଯୁବ ଅନୁଷ୍ଠାନ PASSION CLUB ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ୨୦୦୫ ମସିହାରେ ପ୍ରତିଷ୍ଠିତ ଏହି ସଂଗଠନ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ସରକାରୀ ଏବଂ ବେସରକାରୀ କାର୍ଯ୍ୟ ରେ ଯୋଡି ହୋଇ ଅନେକ ପ୍ରସଂଶା ସାଉଣ୍ଟିଛନ୍ତି | ବିଶେଷକରି ସଂଗଠନ ଦ୍ୱାରା କୋଭିଡ଼-୧୯ ଭଳି ମହାମାରୀ ସମୟରେ କରଯାଇଥିବା କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ସ୍ଥାନ ହାସଲ କରିସାରିଛି ଏବଂ ଅନେକ ଜାଗାରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି | ଏହି ସଂଗଠନ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ସ୍ଵଛ ଭାରତ ଅଭିଯାନ, ବୃକ୍ଷ ରୋପଣ, ରକ୍ତ ଦାନ, ବସ୍ତ୍ର ଦାନ, ଅନ୍ନ ଦାନ, ବିଶ୍ୱ ପଖାଳ ଦିବସ, ବିଶ୍ୱ ବନ୍ଧୁତା ଦିବସ ଆୟୋଜନ କରିଆସୁଛି | ଏହି ଯୁବ ସଂଗଠନ ଦ୍ୱାରା ମହା ଆଡମ୍ବର ସହିତ ଗଣେଶ ପୂଜା ଦୀର୍ଘ ୧୯ ବର୍ଷ ଧରି ନିରନ୍ତର ଭାବେ କରିଆସୁଛନ୍ତି | ପ୍ରତ୍ୟକ ଥର ଏହି ସଂଗଠନ କିଛି ନୂଆ ଚିନ୍ତାଧାରା ସହିତ ପୂଜା କରିଆସୁଛି | ଆପଣାକୁ ଜଣେଇଦେବାକୁ ଚାହେଁଇବି କି ଏହି ସଂଗଠନ ପୂର୍ବରୁ ମୁଦ୍ରାରେ, ପ୍ଲାଷ୍ଟିକ ମାଳି ରେ, ଏମିତି ନୂଆ ନୂଆ ଚିନ୍ତାଧାରା ରେ ପୂଜା କରିଆସୁଛି | ଚଳିତ ବର୍ଷ ସଂଗଠନ ଦ୍ୱାରା ପାଖାପାଖି ୩୦ଫୁଟ ଉଚର ରଥ ନିର୍ମାଣ କରିକି ସେଥିରେ ଶ୍ରୀ ଜଗନ୍ନାଥଙ୍କ ଗଜାନନ ବେଶରେ ଗଣେଶଙ୍କୁ ପୂଜା କରିବାକୁ ନିଷ୍ପତି ନିଆଯାଇଛି | ଏଥି ସହିତ ଚାରିଦିନ ଧରି ହବାକୁ ଥିବା ଏହି ପୂଜାରେ ଜଗନ୍ନାଥ ସଂସ୍କୃତି ର ପ୍ରଚାର ଓ ପ୍ରସାର, ଭଜନ, ପ୍ରବଚନ, ଓଡିଶୀ ନୃତ୍ୟ ପରିବେଷଣ କରାଯିବା ସହିତ ଛୋଟ ପିଲାଙ୍କର ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯିବ | ୧୦ ତାରିଖ ଦିନ ପ୍ରସାଦ ସେବନ ର ଆୟୋଜନ କରାଯିବ | କ୍ଳବର ସଭାପତି ଅଶୋକ କୁମାର ପଲ୍ଲାଇଙ୍କ ଅଧ୍ୟକତାରେ ବସିଥିବା ଏହି ସାମ୍ବାଦିକ ସମିଳନୀ ରେ ଆଦିଶକ୍ତି ଚାରିଟାଵଲେ ଟ୍ରଷ୍ଟର ଅଧକ୍ଷ ଡ଼ ନାରାୟଣ ମହାପାତ୍ର, ଯୁବ ନେତା ନରେନ ସହୂ, କ୍ଳବର ସଭାପତି ଅଶୋକ କୁମାର ପଲ୍ଲାଇ ସମ୍ପାଦକ ସୁବାଶ ବେହେରା ଉପସଭାପତି ପ୍ରଶାନ୍ତ ବଡୁ ସହ ସମ୍ପାଦକ କେଦାର ମହାରଣା କୋଷାଧକ୍ଷ ଗୋପାଳ ଦାଶ ଅଶ୍ଵିନି କର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.