ରୁନୟ ପକ୍ଷରୁ ଝାରସୁଗୁଡ଼ାରେ ଅତ୍ୟାଧୁନିକ କ୍ୟାଲସିୟମ ଆଲୁମିନିୟମ ପ୍ଲାଣ୍ଟ ଉଦଘାଟିତ ।

0 76

ଭୁବନେଶ୍ୱର, ୧୬ ଏପ୍ରିଲ, ୨୦୨୪: ( ପ୍ରତ୍ୟୁଷା ବ୍ୟୁରୋ ) : ଆଜି ଝାରସୁଗୁଡାରେ ଏହାର ଅତ୍ୟାଧୁନିକ କ୍ୟାଲସିୟମ୍ ଆଲୁମିନିଟ୍ ପାଂଟର ଉଦଘାଟନ ଘୋଷଣା କରିଛି । ଶିତାଂଚଳରେ ପରିବେଶ ନେତୃତ୍ବ ତଥା ବୈଷୟିକ ପ୍ରଗତି ଦିଗରେ ରୁନାୟାର ଯାତ୍ରାରେ ଏହି ଉନ୍ମୋଚନ ଏକ ପ୍ରମୁଖ ମୁହୂର୍ତ ଅଟେ । ଏହାର ମୂଳରେ ସ୍ଥିରତା ବଜାୟ ରଖୁବା ଓ ରୁନୟାର ସବୁଜ ଆଲୁମିନିୟମ୍ ପୁନରୁଦ୍ଧାର କାରଖାନା ଟେକ୍ନୋଲୋଜି- ସକ୍ଷମ ନବସୃଜନ କେନ୍ଦ୍ରରେ ଅବସ୍ଥାପିତ । ବାର୍ଷିକ ୧୨,୦୦୦ ମେଟ୍ରିକ୍ ଟନ୍ କ୍ଷମତା ସହିତ ଏହି ସୁବିଧା ଇସ୍ପାତ ଶିଳ୍ପରେ ଗ୍ରାହକଙ୍କୁ ସବୁଜ ପ୍ରିମିୟମ୍ ଉତ୍ପାଦ ବିତରଣ କରିବାକୁ ସକ୍ଷମ ହେବ । ସବୁଜ କଂଚାମାଲ ବିନିଯୋଗରେ ଏକ ବୃତାକାର ଅର୍ଥନୀତି ଆଡ଼କୁ ଅଗ୍ରସର ହେବା ସହିତ କାର୍ବନ ଫୁଟ ହିଂଟକୁ କମ କରିବ । କ୍ୟାଲସିୟମ ଆଲୁମିନିୟମ ପ୍ଲଟ ରୁନୟାର ଗ୍ରୀନ ଆଲୁମିନିୟମ ପୋର୍ଟଫୋଲିଓର ଏକ ରଣନୀତିକ ବିସ୍ତାରକୁ ପ୍ରତିପାଦିତ କରେ । ଆର୍ଥିକ ବର୍ଷ ୨୫ରେ ୧୦୦ ପ୍ରତିଶତ ସବୁଜ ଏବଂ ଅକ୍ଷୟ ଶକ୍ତି ଉତ୍ସ ଉପରେ କାର୍ଯ୍ୟ କରିବାକୁ, ଏହି ସୁବିଧା ଶିଳ୍ପ ମଧ୍ୟରେ ସ୍ଥିରତା ପାଇଁ ଏକ ନୂତନ ମାନଦଣ୍ଡ ସ୍ଥିର କରିଛି । କ୍ୟାଲସିୟମ ଆଲୁମିନେଟ ମାଂଟର ମୁଖ୍ୟ ବିଶେଷତ୍ଵ ଗୁଡିକ ହେଲା: ପ୍ରଯୁକ୍ତିଗତ ଉନ୍ନତି: ରୁନୟାର ଇଲେକ୍ଟ୍ରିକ ଆର୍କ ଫର୍ମେସ, ଭାରତର ବୃହତ କ୍ୟାଲସିୟମ ଆଲୁମିନେଟ ମାଂଟ ଏହା ସୟଂ ଚାଳିତ ଭାବରେ କାର୍ଯ୍ୟ କରୁଥିବାରୁ ଉପଯୁକ୍ତ ଦକ୍ଷତା ଓ ଉତ୍ପାଦକତାକୁ ସୁନିଶ୍ଚିତ କରିବ । ଉତ୍ପାଦନ କ୍ଷମତା: ୨.୫ଏକର ଜମିରେ କାରଖାନା ବର୍ତମାନ କାର୍ଯ୍ୟ କରିବ । ବ୍ରିକେଟ ଓ କ୍ୟାଲସିୟମ ସହ ସ୍ଵାଗ କଣ୍ଡିସନର ବାର୍ଷିକ ୩୦,୦୦୦ ଟନ କ୍ଷମତା ସୃଷ୍ଟି ହେବ । ଅନନ୍ୟ ବିକ୍ରୟ ପଏଂଟ: ରୁନୟାର କ୍ୟାଲସିୟମ ଆଲୁମିନେଟ ଉତ୍ପାଦ ଗୁଡ଼ିକ ପରିବେଶ ଉପଯୋଗୀ ସଚେତନତା ଓ ସ୍ଥିରତାକୁ ପୋତ୍ସାହିତ କରିବ । ଏହା ଛଡା ଏକକ-ଉତ୍ସ କଂଚାମାଲର ବ୍ୟବହାର ଉତ୍ପାଦର ଏକତାକୁ ସୁନିଶ୍ଚିତ କରିବା ସହିତ ଗ୍ରାହକଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତା ସମାଧାନଗୁଡିକ ମଧ୍ୟ ପୂରଣ କରିବା ପାଇଁ ପ୍ରସ୍ତୁତ ।

Leave A Reply

Your email address will not be published.