ନିର୍ବାଚନ ଶେଷ ପର୍ଯ୍ୟନ୍ତ ଦେଶରେ ସଦଭାବନା ବାଜୟ ରହୁ: କ୍ରାନ୍ତି ଇଂଡିଆ

0 164

ଭୁବନେଶ୍ଵର: ୧୬ ଏପ୍ରିଲ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି l ଏହି ସମୟର୍ ଦେଶ ପାଇଁ ଶାନ୍ତି ସଦଭାବନା ଜରୁରୀ ଅଟେ l ଏଣୁ ଏହାକୁ ଦୃଷ୍ଟିରେ ରଖି ଦେଶର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଉଚ୍ଚ ପ୍ରଶାସିକ ବ୍ୟବସ୍ଥା ପର୍ଯ୍ୟନ୍ତ ସତର୍କ ରହିବାକୁ ନିବେଦନ କରିଛନ୍ତି କ୍ରାନ୍ତି ଇଣ୍ଡିଆର ପୁରୋଧା ଗଙ୍ଗାଧର ପାଣିଗ୍ରାହୀ। ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି କେତେକ ରାଜ ନୈତିକ ଶକ୍ତି ନିଜ ସ୍ବାର୍ଥ ରକ୍ଷା ପାଇଁ ଦେଶରେ ବିଭେଦ ସୃଷ୍ଟି କରୁଛନ୍ତି ଏଣୁ ଏହା ଚିନ୍ତା ଜନକ ଏହି ଅବସରରେ ସେ କହିଛନ୍ତି ଦେଶ ଏବେ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି l ଯାହାର ପ୍ରଭାବ ଦେଶବାସୀଙ୍କ ଉପରେ ପଡୁଛି l ଏହି ଅବସରରେ କୌଣସି କାରଣ ବଶତଃ ନିର୍ବାଚନ ସମୟରେ ନେତାଙ୍କ ଆଚରଣରୁ ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ଥିବାରୁ ପୋଲିସଦ୍ବାରା ସଜାଗ ରହିବା ସହ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉ l

Leave A Reply

Your email address will not be published.