ରବୀନ୍ଦ୍ର ମଣ୍ଡପରେ ୨୦ ରୁ ଉତ୍ତର ପୁରୁଷର ୩ଦିନିଆ ନାଟ୍ୟମହୋତ୍ସବ ।

0 159

ଭୁବନେଶ୍ୱର ୧୭/୩ ( ପ୍ରତ୍ୟୁଷା ବ୍ୟୁରୋ )ଭୁବନେଶ୍ବରସ୍ଥିତ ଶିକ୍ଷକ ଭବନ ପରିସରରେ ଉତ୍ତରପୁରୁଷ ନାଟ୍ୟ ସଂସ୍ଥା ତରଫରୁ ବାର୍ଷିକ ନାଟକ ପରିକ୍ରମା-୨୦୨୪ ପରିପ୍ରେକ୍ଷୀରେ ଗଣମାଧ୍ୟମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୦ ମାର୍ଚ୍ଚରୁ ୨୨ ମାର୍ଚ୍ଚ ଯାଏ ରବୀନ୍ଦ୍ରମଣ୍ଡପ ପ୍ରେକ୍ଷାଳୟରେ ସଂସ୍ଥା ତରଫରୁ ନିଜସ୍ବ ୩ଟି ନାଟକ ପରିବେଷଣ କରାଯିବ । ଉଲ୍ଲେଖନୀୟ ଯେ ଉକ୍ତ ୩ଟି ନାଟକର ନିର୍ଦ୍ଦେଶକ ଓ ଅଭିନୟ କରୁଥିବା ସମସ୍ତ କଳାକାର ସଂସ୍ଥାର ନିଜସ୍ବ ସଦସ୍ୟ । ଉତ୍ତରପୁରୁଷ ସର୍ବଦା ଭଲ ନାଟକ ପରିବେଷଣ ଉପରେ ଗୁରୁତ୍ବ ଦେଇଆସିଛି । ଦୀର୍ଘ ୫୪ ବର୍ଷର ନାଟକ ଯାତ୍ରାରେ ଶତାତ୍ତ୍ଵିକ ନାଟକ ପରିବେଷଣ କରି ନାଟ୍ୟ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛି । ତିନି ଦିନର ନାଟକ ମଧ୍ୟରେ ୨୦ ତାରିଖ ଦିନ ନାଟକ: ମୃଗୟା ନାଟ୍ୟ ରଚନା: ବିଶ୍ବଜିତ୍ ଦାସ ନିର୍ଦେଶନା: ନିଶିକାନ୍ତ ଓ ରାଣେଶ ୨୧ ତାରିଖ ଦିନ ନାଟକ: ଯାହା କହି ହୁଏନା ନାଟ୍ୟ ରଚନା: ଅଧ୍ୟାପକ ଡ. ନାରାୟଣ ସାହୁ ନିର୍ଦେଶନା: ଡ. ପ୍ରସନ୍ନ ମିଶ୍ର,୨୨ ତାରିଖରେ ନାଟକ: ସରଳାର ଚିଠି ମୂଳ ଗଳ୍ପ: ଅମ୍ରିତା ପ୍ରୀତମ୍ ନାଟ୍ୟରୂପ ଓ ନିର୍ଦେଶନା: ଦେବଦତ୍ତ ପତି ସୂଚନାଯୋଗ୍ୟ ଯେ ଚଳିତ ବର୍ଷଠାରୁ ଉତ୍ତରପୁରୁଷ ୪ଟି ପୁରସ୍କାର | ୩ ଜଣ ନାଟ୍ୟ ବ୍ୟକ୍ତିତ୍ୱଙ୍କୁ ସମ୍ବଦ୍ଧିତ କରିବା ପାଇଁ ସ୍ଥିର କରିଛି । ଦର୍ଶକ ସଦସ୍ୟ ସମ୍ମାନ: ଶଶିପ୍ରଭା ଦାସ ଗୌରିଶ୍ୟାମ ମହାପାତ୍ର ସମ୍ମାନ: ପ୍ରଶାନ୍ତ କୁମାର ସ୍ବାଇଁ ଉତ୍ତରପୁରୁଷ ସମ୍ମାନ: ରମେଶ ମହାନ୍ତି ଅସୀମ ବସୁ ସମ୍ମାନ: ଧୀରେନ୍ଦ୍ର ନାଥ ମଲ୍ଲିକ ଉତ୍ତରପୁରୁଷ ସର୍ବଦା ଦର୍ଶକଙ୍କ ସମୟକୁ ମୂଲ୍ୟବାନ ମନେ କରେ । ଆମର ଦିବଂଗତ ପ୍ରତିଷ୍ଠାତା ସଭାପତି ଅସୀମ ବସୁ ସର୍ବଦା ସମୟକୁ ଗୁରୁତ୍ବ ଦେଇଆସୁଥିଲେ । ସଠିକ୍ ସମୟରେ ନାଟକ ଆରମ୍ଭ କରିବାର ପରମ୍ପରା ଉତ୍ତରପୁରୁଷ ଦୀର୍ଘ ୫ ଦଶନ୍ଧି ଧରି ନିର୍ବାହ କରିଆସିଛି । ଚଳିତ ବର୍ଷ ମଧ୍ଯ ଧାର୍ଯ୍ୟ ସମୟ ୭ଟା ୧୦ରେ ନାଟକ ଆରମ୍ଭ କରିବ । ବହୁ ସଂଖ୍ୟାରେ ଯୋଗ ଦେଇ ନାଟକ ଦେଖ‌ିବା ସହିତ କଳାକାରଙ୍କୁ ଉତ୍ସାହିତ କରିବାକୁ ଅନୁଷ୍ଠାନର ସମ୍ପାଦକ ଦେବଦତ୍ତ ପତି ନିବେଦନ କରିଛନ୍ତି ।

Leave A Reply

Your email address will not be published.