ଲୋକପ୍ରିୟ ସାପ୍ତାହିକୀ ” ପ୍ରବାହ ” ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ।

0 117

ଭୁବନେଶ୍ଵର , ୧୭ ମାର୍ଚ୍ଚ ୨୦୨୪( ପ୍ରତ୍ୟୁଷା ବ୍ୟୁରୋ) : ଲୋକ ପ୍ରିୟ ସମ୍ବାଦପତ୍ର ସାପ୍ତାହିକୀ ” ପ୍ରବାହ” ଭରପୁର ଦର୍ଶକ ଓ ଶ୍ରୋତା ମଣ୍ଡଳୀ ମଧ୍ୟରେ ଆଜି ଜୟଦେବ ଭବନ ପରିସରରେ ତା’ ର ୧୭ ତମ ଜନ୍ମତିଥି ପ୍ରତିବର୍ଷ ପରି ପାଳନ କରିଛି l ସ୍ୱନକ୍ଷତ୍ର ଉତ୍ସବରେ ମଞ୍ଚ ମଣ୍ଡନ କରିଥିଲେ ସୁନାମଧନ୍ୟ ଅଭିନେତା ଚୌଧୁରୀ ବିକାଶ ଦାସ, ସୂଚନା କମିଶନର ସୁଶାନ୍ତ ମହାନ୍ତି , ସ୍ତମ୍ଭକାର ଅକ୍ଷୟ କୁମାର ସାହୁ, ହାସ୍ୟକାର ଡ ଗିରିଶ ରଞ୍ଜନ ସାହୁ ଓ ପ୍ରବାହର ସମ୍ପାଦକ ଅଭିମନ୍ୟୁ ମହାପାତ୍ର l ଏହି ଅବସରରେ ଅତିଥିମାନେ ପ୍ରବାହ ର ସ୍ଵତନ୍ତ୍ର ସଂଖ୍ୟା ଉନ୍ମୋଚିତ କରିଥିଲେ l

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅତିଥି ମାନେ ସମ୍ବାଦପତ୍ର ଗୁଡିକ ଭଲ କଥା ଗୁଡ଼ିକୁ ପ୍ରଶଂସା କରି କୌଣସି କାରଣରୁ କାମକୁ ବିରୋଧ ନ କରି ସମାଲୋଚନା କରାଯାଉ ବୋଲି ମତ ପ୍ରକାଶ କରିଥିଲେ l ଉତ୍ସବରେ ସାହିତ୍ୟ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l କାର୍ଯକ୍ରମକୁ ସଂଯୋଜନା କରିଥିଲେ ପରିଚାଳନା ସମ୍ପାଦକ ସିଦ୍ଧାର୍ଥ ସ୍ୱରୂପ ଦାଶ l

Leave A Reply

Your email address will not be published.