ସାଂସଦ ଅଚ୍ୟୁତ ସାମନ୍ତଙ୍କ ମହାନତା କନ୍ଧମାଳ ସଂସଦୀୟ କ୍ଷେତ୍ରର ୧୦ହଜାର ଯୁବକଯୁବତୀ ପାଇଲେ ନିଯୁକ୍ତି ପତ୍ର ।

0 80

ଭୁବନେଶ୍ବର,୧୫ ମାର୍ଚ୍ଚ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) :କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଦିନରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ୨୦ଟି ବ୍ଲକର ୧୦ ହଜାର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସଂସଦୀୟ କ୍ଷେତ୍ରର୨୦ଟି ବ୍ଲକରେ ବିଡ଼ିଓମାନଙ୍କ ଜରିଆରେ ନିଯୁକ୍ତି ପାଇଁ ମନୋନୀତ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଉଥିବା ବେଳେ କେତେକ ସ୍ଥାନରେ ସାଂସଦ ଶ୍ରୀ ସାମନ୍ତ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ନିଜ ପରିବାରର ଖୁସି ଏବଂ ନିଜର କାରିୟର ଆଗକୁ ବଢ଼ାଇବା ପାଇଁ ଯୁବକଯୁବତୀମାନେ ଯିଏ ଯେଉଁ କମ୍ପାନୀରେ ନିଯୁକ୍ତି ପାଇଛନ୍ତି ସେଠାରେ ଯୋଗଦେବା ନିମନ୍ତେ ସାଂସଦ ଶ୍ରୀ ସାମନ୍ତ ସମସ୍ତ ପ୍ରାର୍ଥୀଙ୍କୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ସାଂସଦ ଶ୍ରୀ ସାମନ୍ତଙ୍କ ପ୍ରୟାସରେ କିଟ୍ ବିଶ୍ବବିଦ୍ୟାଳୟର ସହାୟତା ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ବାବଧାନରେ ଗତ ଜାନୁଆରୀ ୨୧ତାରିଖରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ଯୁବକ ଯୁବତୀଙ୍କ ନିମନ୍ତେ ଫୁଲବାଣୀଠାରେ ଏକ ମେଗା ନିଯୁକ୍ତି ମେଳା ଆୟୋଜିତ ହୋଇଥିଲା । ଏହି ମେଳାରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ୨୦ଟି ବ୍ଲକରୁ ୨୦ ହଜାର ବେକାର ଯୁବକଯୁବତୀ ଯୋଗ ଦେଇଥ‌ିବା ବେଳେ ଓଡ଼ିଶା ତଥା ଭାରତର ୧୧୦ଟି କମ୍ପାନୀ ଅଂଶ ଗ୍ରହଣ କରିଥିଲେ । ଖୁସିର କଥା ଏହି ନିଯୁକ୍ତିମେଳାରେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଦିନରେ ୧୦ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଏଥୁରୁ ଓଡ଼ିଶାର କମ୍ପାନୀ ଗୁଡ଼ିକ ୩୫୦୦ ପିଲାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ପରବର୍ତୀ ପର୍ଯ୍ୟାୟରେ ଆଉ ୩୫୦୦ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ନିଯୁକ୍ତି ପାଇଥିବା ଯୁବକଯୁବତୀମାନଙ୍କ ମାସିକ ବେତନ ୧୨ହଜାର ଟଙ୍କାରୁ ୩୫ହଜାର ଟଙ୍କା ରହିଛି । ଫୁଲବାଣୀ ଭଳି ଓଡ଼ିଶାର ଏକ ଛୋଟିଆ ସହରରେ ଏଭଳି ଏକ ମେଗା ନିଯୁକ୍ତି ମେଳା ଆୟୋଜନ କରିବା, ଏଥୁରେ ଏତେ ସଂଖ୍ୟକ କମ୍ପାନୀ ।

Leave A Reply

Your email address will not be published.