ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ସ୍ୱତନ୍ତ୍ର ହସ୍ତ ତନ୍ତ ପ୍ରଦର୍ଶନୀ ୨୦୨୪ ଉଦଘାଟିତ ।

0 70

ଭୁବନେଶ୍ୱର ୧୬ ମାର୍ଚ୍ଚ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଦ୍ଵାରା ଅନୁମୋଦିତ ବାର୍ଷିକ ତାଲିକା ହିସାବରେ ଏ ବର୍ଷ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ବାରା ଏକ ସ୍ଵତନ୍ତ୍ର ହସ୍ତତନ୍ତ ମେଳା-୨୦୨୪ ଭୁବନେଶ୍ଵର ସ୍ଥିତ ଏକାମ୍ର ହାଟ ଠାରେ ଉଦଘାଟିତ ହେଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ତନ୍ତବାୟ ସମିତି/ ଏସ ଏଚ ଜି ବୁଣାକାରମାନଙ୍କ ଦ୍ବାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରି ବୁଣାକାରଙ୍କୁ ନିୟମିତ କାମ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ POHI-2023-24 ଯୋଜନାରେ ଏହା ଅନୁଷ୍ଠିତ ହୋଇଅଛି । ଏହି ମେଳାକୁ ପ୍ରଣତି ଛୋଟରାୟ, ଭା.ପ୍ର.ସେ, ନିର୍ଦ୍ଦେଶକ, ବୟନ ଓ ହସ୍ତତନ୍ତ, ବିଭାଗ ଉଦ୍‌ଘାଟନ କରିଥିଲେ। ଉକ୍ତ ଉତ୍ସବରେ ଶ୍ରୀମତୀ ମମତା ନାୟକ, ଓ.ଏ.ଏସ୍.( ଏସ୍. ଏ.ଜି), ଯୁଗ୍ମ ସଚିବ, ଶ୍ରୀମତୀ ମମତା ନାୟକ, ଓ.ଏଫ୍.ଏସ୍. ବିତ୍ ତ ଉପଦେଷ୍ଟା ତଥା ଯୁଗ୍ମ ସଚିବ ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଓଡିଶା, ଶ୍ରୀଯୁକ୍ତ ହୁଷିକେଶ ମାହାଲି, ପରିଚାଲନା ନିର୍ଦ୍ଦେଶକ, ସମ୍ବଲପୁରୀ ବସ୍ତ୍ରାଳୟ, ଶ୍ରୀଯୁକ୍ତ ଦେବଜୀତ ନନ୍ଦି, ଯୁଗ୍ମ ନିର୍ଦ୍ଦେଶକ ବୟନଶିଳ୍ପ, ଭୂବନେଶ୍ଵର, ଓ ଶ୍ରୀଯୁକ୍ତ ହେମନ୍ତ କୁମାର ମିଶ୍ର, ବାଣିଜ୍ୟ ଅଧିକାରୀ, ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡ ଉପସ୍ଥିତ ଥିଲେ । ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ, କଟକ, ସୋନପୁର, ଆଠଗଡ, ବାରିପାଦା, ବାଲେଶ୍ଵର,ପାଟଣାଗଡ,ନୟାଗଡ, ଖୋର୍ଧା, କୋରାପୁଟ ଓ ବୌଦ୍ଧ ବୟନ ମଣ୍ଡଳ ମାନଙ୍କରୁ ୩୩ଗୋଟି ତନ୍ତବାୟ ସମିତି/ SHG SHGର ବୁଣାକାର ସେମାନଙ୍କର ଉତ୍ପାଦିତ ଲୁଗାର ପ୍ରଦର୍ଶନୀ ଓ ବିକ୍ରୟ କରିବାପାଇଁ ଯୋଗଦାନ କରିଛନ୍ତି । ଏଥି ସକାସେ ସେମାନଙ୍କୁ ୩୪ଗୋଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଅଛି । ଏହି ସ୍ଵତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଆସନ୍ତା ତା.୩୧.୦୩.୨୦୨୪ ପର୍ଯ୍ୟନ୍ତ ଚାଲୁରହିବ । ତା.୧୫.୦୩.୨୦୨୪ରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ମେଳାରେ ଗ୍ରାହକ ମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଉତ୍ପାଦିତ ହସ୍ତତନ୍ତ ଲୁଗା ସୁଲଭ ମୂଲ୍ୟରେ10% ସରକାରୀ ରିହାତିରେ କିଣିପାରିବେ ।

Leave A Reply

Your email address will not be published.