ରେଳ ମନ୍ତ୍ରୀଙ୍କ ଦ୍ୱାରା ନୂଆ ପ୍ରକଳ୍ପ ଘୋଷଣା: ନରସିଂହପୁର – ଅନୁଗୋଳ ଚାଲିବ ରେଳ।

0 63

କଟକ ୧୫/୩/୨୪ ( ପ୍ରତ୍ୟୁଷା ବ୍ୟୁରୋ ): ମାନ୍ୟବର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ସାମ୍ବାଦିକ ମାନଙ୍କ ସହିତ କଥାବାର୍ତ୍ତା ବେଳେ ଓଡ଼ିଶାର ଦୁଇଟି ନୂଆ ପ୍ରକଳ୍ପ ସମ୍ବନ୍ଧରେ ସୂଚନା ଦେଇଛନ୍ତି l ଏହି ଦୁଇଟି ପ୍ରକଳ୍ପ ବହୁଦିନରୁ ଜନସାଧାରଣଙ୍କ ଦ୍ୱାରା ଦାବି ହୋଇଆସୁଥିଲା l A. ଦିଘା-ଜଳେଶ୍ୱର (ଚନ୍ଦନେଶ୍ୱର) ନୂଆ ଲାଇନ ପ୍ରକଳ୍ପ (42କିମି) ଫାଷ୍ଟ ଟ୍ରାକ ଆଧାରରେ ନିର୍ମାଣ କରାଯିବ l ସ୍ୱୀକୃତି ପ୍ରକ୍ରିୟା ଏଥିପାଇଁ ସମ୍ପୂର୍ଣ୍ଣ ହୋଇସାରିଛି l ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ l ଏହି ରେଳ ସଂଯୋଗ ଏହି ଅଞ୍ଚଳର ଆର୍ଥିକ ଏବଂ ପର୍ଯ୍ୟଟନକୁ ସମୃଦ୍ଧି କରାଇବା ସହିତ ମୁଖ୍ୟସ୍ରୋତରେ ସାମିଲ ହେବ l ଜଳେଶ୍ୱର – ଚନ୍ଦନେଶ୍ୱର ଲାଇନ ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଯଥା ଚନ୍ଦନେଶ୍ୱର, ଭୂଷଣ୍ଢେଶ୍ୱର ସହିତ ଜଳେଶ୍ୱର ଷ୍ଟେସନକୁ ସଂଯୋଗ କରାଇବ l • ଆଞ୍ଚଳିକ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହେବ : ଏହି ଅଞ୍ଚଳର ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, କୃଷକ, ସ୍ଥାନୀୟ ବ୍ୟବସାୟୀ ଏହାଦ୍ୱାରା ଉପକୃତ ହେବେ l • ବାଲେଶ୍ୱର ଜିଲ୍ଲାର ଅନୁନ୍ନତ ଅଞ୍ଚଳ ଜଳେଶ୍ୱର ଏବଂ ଭୋଗରାଇ ବ୍ଲକର ମତ୍ସ୍ୟ ଉପାଦାନକାରୀ ଏବଂ ସ୍ଥାନୀୟ କୃଷିଜାତ ଦ୍ରବ୍ୟ ଉତ୍ପାଦନାକାରୀ ମାନେ ମଧ୍ୟ ଏହା ଦ୍ୱାରା ଉପକୃତ ହେବେ l B. ନରସିଂହପୁର – କଣ୍ଟିଲୋ – ଖଣ୍ଡପଡା ଦେଇ ଅନୁଗୁଳ – ନୟାଗଡ଼ ଟାଉନ ମଧ୍ୟରେ ନୂଆ ଲାଇନ ଏବଂ ଖୋର୍ଦ୍ଧା ଟାଉନ – କାଇପଦର ମଧ୍ୟରେ କର୍ଡ ଲାଇନ (120 କିମି ) କୁ ସ୍ୱୀକୃତି ଦିଆଯାଇଅଛି l • କଣ୍ଟିଲୋ ନୀଳମାଧଵ ମନ୍ଦିରକୁ ଟ୍ରେନ ସଂଯୋଗ • ପ୍ରାକୃତିକ ପର୍ଯ୍ୟଟନ: ଅନ୍ୱେଷଣ ହୋଇନଥିବା ବନ୍ୟଜନ୍ତୁ ଅଭୟାରଣ୍ୟ ଏବଂ ସଂରକ୍ଷିତ ଜଙ୍ଗଲ ମାର୍ଗ ଦେଇ ଟ୍ରେନ/ରେଳ ସଂଯୋଗ • କଣ୍ଟିଲୋ ଓ ଖଣ୍ଡପଡ଼ାର କଂସା ପିତ୍ତଳ କାରୁକାର୍ଯ୍ୟ ପାଇଁ ବୁଆ ବଜାର ସୃଷ୍ଟି ହେବ • ପଣ୍ୟ ପରିବହନ : କୋଇଲା, ପାୱାର ପ୍ଲାଣ୍ଟ ଓ ପୋର୍ଟ ସହିତ ସଂଯୋଗ • ଏହି ପ୍ରସ୍ତାବିତ ରେଳ ଲାଇନ ଚାଲୁରହିଥିବା ଖୋର୍ଦ୍ଧା ରୋଡ଼ ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଟାଉନ ଠାରେ ସଂଯୋଗ ହୋଇ ଖୋର୍ଦ୍ଧା ଟାଉନ – କାଇପଦର ନୂତନ କର୍ଡ ଲାଇନ ରେ ହାଓଡା – ଚେନ୍ନାଇ ମୁଖ୍ୟ ରେଳ ଲାଇନ ରେ ସଂଯୋଗ ହେବ ।

Leave A Reply

Your email address will not be published.