ମଣିପାଲ ସିଗ୍ନାର ସ୍ଵତନ୍ତ୍ର ସ୍ୱାସ୍ଥ୍ୟ ବୀମା ସୁନିଶ୍ଚିତ କରିବ ସ୍ୱାସ୍ଥ୍ୟ ସମସ୍ୟା ।

0 292

ଭୁବନେଶ୍ୱର ୧୭/୦୧ ( ପ୍ରତ୍ୟୁଷା ବ୍ୟୁରୋ ) : ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସ୍ଵାସ୍ଥ୍ୟ ବୀମା କମ୍ପାନୀ ମଣିପାଲସିଗ୍‌ନା ସକ୍ରିୟ ଭାବେ ଓଡିଶା ଓ ପୂବାଂଚଳ ଭାରତରେ ନିଜର ଉପସ୍ଥିତି ବୃଦ୍ଧି କରୁଛି । କମ୍ପାନୀ ଓଡିଶାରେ ବିଭିନ୍ନ ଗ୍ରାହକ ବର୍ଗ ସମ୍ମୁଖୀନ ହେଉଥିବା ବିବିଧ ସ୍ଵାସ୍ଥ୍ୟ ସମସ୍ୟାଗୁଡିକୁ ସମ୍ବୋଧୂତ କରିବା ଏବଂ ସେମାନଙ୍କୁ ଜୀବନକାଳ ଗୁଣାତ୍ମକ ସ୍ଵାସ୍ଥ୍ୟସେବା ସୁବିଧା ପ୍ରଦାନ କରିବା ପାଇଁ ଅଭିନବ ଓ କଷ୍ଟମାଇଜ୍‌ ସ୍ଵାସ୍ଥ୍ୟ ବୀମା ସମାଧାନ ପ୍ରଦାନ କରିବା ଲାଗି ଉତ୍ସର୍ଗୀକୃତ ରହିଛି । ସ୍ଵାସ୍ଥ୍ୟ ବୀମା କ୍ଷେତ୍ରରେ ନିଜର ବିଶେଷଜ୍ଞତାକୁ ବ୍ୟବହାର କରି ମଣିପାଲସିଗ୍‌ନା ହେଲ୍‌ଥ ଇନୁରାନ୍ସ ପୂବାଂଚଳ ଭାରତରେ ଏକ ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ କରିଛି । କମ୍ପାନୀର ଦେଶରେ ଥିବା ୯୦୦୦ରୁ ଅଧିକ ସର୍ବଭାରତୀୟ ସ୍ତରର ହସ୍ପିଟାଲ ମଧ୍ୟରୁ କେବଳ ପୂର୍ବାଚଳ ଭାରତରେ ପ୍ରାୟ ୧୦୦୦ ହସ୍ପିଟାଲର ଏକ ନେଶ୍ୱର୍କ ରହିଛି । ପୂର୍ବାଚଳ ଭାରତରେ ନିଜର ଉପସ୍ଥିତିକୁ ଅଧୁକ ମଜଭୁତ କରିବା ଓ ରୋଗୀମାନଙ୍କୁ ସେବା ପ୍ରଦାନ କରିବା ପାଇଁ ୨୦୨୩ରେ ମଣିପାଲ ହସ୍ପିଟାଲ୍ସ ଆଫ୍ରି (ଆଡ଼ଭାନ୍ସଡ୍ ମେଡିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍)ରେ ଅଂଶଧନ ଅଧୁଗ୍ରହଣ କରିଥିଲା । ଏହା ମଣିପାଲ ହସ୍ପିଟାଲୁକୁ ପୂର୍ବାଚଳ ଭାରତରେ ତୃତୀୟ ସ୍ତରୀୟ ଓ ଚତୁର୍ଥାଂଶ ସ୍ୱାସ୍ଥ୍ୟସେବା ପାଇଁ ବଢ଼ୁଥିବା ଚାହିଦାକୁ ପ୍ରଭାବୀ ରୂପେ ପୂରଣ କରିବା ପାଇଁ ପୂର୍ବାଚଳ ଭାରତରେ ସବୁଠାରୁ ବଡ ହସ୍ପିଟାଲ ଶୃଙ୍ଖଳାରେ ପରିଣତ କରୁଛି । ଏସମ୍ପର୍କରେ ମଣିପାଲସିଗ୍‌ନା ହେଲ୍‌ଥ ଇନ୍ଗୁରାନ୍ସର ଚିଫ୍ ମାର୍କେଟିଂ ଅଫିସର ସପ୍ନ ଦେସାଇ କହିଛନ୍ତି, ‘ ଓଡିଶା ରାଜ୍ୟ ଉଚ୍ଚ ରକ୍ତଚାପ, ମଧୁମେହ, ଶ୍ଵାସକ୍ରିୟା ସମ୍ବନ୍ଧିତ ଅସୁସ୍ଥତା, ହଜମ ସମ୍ପନ୍ଧିତ ରୋଗ ଓ ସ୍ନାୟୁଗତ ରୋଗ ଭଳି ପ୍ରମୁଖ ନନ୍-କମ୍ୟୁନିକେବୁଲ ଡିଜିଜ (ଏନ୍‌ସିଡି) ଗୁଡିକର ଏକ ଗୁରୁତ୍ଵପୂର୍ଣ୍ଣ ୨୭.୧୯% ପ୍ରାଦୁର୍ଭାବ ସହିତ ମୁକାବିଲା କରୁଛି ।

Leave A Reply

Your email address will not be published.