ଲୋକାର୍ପିତ ହେଲା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ।

0 124

ପୁରୀ, ୧୭/୦୧/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ):

ଓଡ଼ିଆ ଜାତିର ଭାବ ଏବଂ ଭକ୍ତିର ପ୍ରାଣକେନ୍ଦ୍ର ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହୋଇଛି ଏକ ସ୍ଵଶ୍ଚିମ ଅଧ୍ୟାୟ ଏବଂ ନାମ, ସଂକୀର୍ତ୍ତନ, ଘଣ୍ଟ, ଶଙ୍ଖଧ୍ବନିରେ ପ୍ରକମ୍ପିତ ହୋଇଛି ସମଗ୍ର ରାଜ୍ୟ । ପୋଷ ଶୁକ୍ଳ ସପ୍ତମୀର ଶୁଭଲଗ୍ନରେ ଏକ ଅନନ୍ୟ ଭାବବିହ୍ଵଳ ଦିବ୍ୟ ପରିବେଶ ମଧ୍ୟରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରି ପ୍ରତିଟି ଓଡ଼ିଆ ଏବଂ ପ୍ରତିଟି ଜଗନ୍ନାଥପ୍ରେମୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ତା’ସହ ପୁରୀବାସୀଙ୍କ ଅସୀମ ତ୍ୟାଗକୁ ସମ୍ମାନ ଜଣାଇଛନ୍ତି । ଲୋକାର୍ପଣ ସମୟରେ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ, ୫– ‘ଟି’ ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ ଓ ଅନ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ । ଶ୍ରୋତୀୟ ବ୍ରାହ୍ମଣଙ୍କ ବେଦମନ୍ତ୍ର, ମହାଯଜ୍ଞ ଏବଂ ନାମ-ସଂକୀର୍ତ୍ତନରେ ମନ୍ତ୍ରାୟିତ ଓ ପ୍ରକମ୍ପିତ ହୋଇଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମହାଯଜ୍ଞରେ ପୂର୍ଣ୍ଣାହୂତି ଦେଇଛନ୍ତି ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ । ପୂର୍ଣ୍ଣାହୂତି ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୁ, ସାଧୁସନ୍ଥ, ମଠାଧ୍ୟ, ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ମନ୍ତ୍ରୀ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ସେବାୟତ, ପୂଜକ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ହିନ୍ଦୁଧର୍ମରେ ମନ୍ଦିର ପରିକ୍ରମା ଭାବ–ଭକ୍ତିକୁ ପ୍ରଶସ୍ଥ କରିଥାଏ । ଅନ୍ତଃପ୍ରଦକ୍ଷିଣ ପଥରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗଜପତି ମହାରାଜା, ୫–‘ଟି’ ଅଧ୍ୟକ୍ଷ, ସାଧୁସନ୍ଥ, ମାନ୍ୟଗଣ୍ୟ ବ୍ୟକ୍ତିମାନେ ପରିକ୍ରମା କରି ମହାପ୍ରଭୁଙ୍କ ନିକଟରେ ପ୍ରଣତି ଜଣାଇଥିଲେ । ମହାପ୍ରଭୁଙ୍କ ଅପାର କରୁଣା, ରାଜ୍ୟ ସରକାରଙ୍କ ନିଷ୍ଠାପର ଏବଂ ନିରନ୍ତର ଉଦ୍ୟମ, ହଜାର ହଜାର ବ୍ୟକ୍ତିଙ୍କ କଠିନ ପରିଶ୍ରମ ଏବଂ ସର୍ବୋପରି ପୁରୀବାସୀଙ୍କ ଅସୀମ ତ୍ୟାଗ ଓ ଅକୁଣ୍ଠ ସହଯୋଗର ସୁଫଳ ଓ ସୌରଭ ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ।ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ, ମାନ୍ୟବର ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ, ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ୫–’ଟି’ ଅଧ୍ଯକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଉଲ୍ଲେଖନୀୟ ଅବଦାନ ରଖୁଥୁବା ୧୦ ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ବନ୍ଧିତ କରିଥିଲେ । ସେମାନେ ହେଲେ ଶ୍ରୀ ୟୁନିଭର୍ସ ମହାରଣା, ଲକ୍ଷ୍ମୀ ପ୍ରଧାନ (ଶ୍ରମିକ), ଶ୍ରୀ ରାଜୁ ଭୋଇ (ମାଳି), ଶ୍ରୀ ପ୍ରକାଶ ପ୍ରଧାନ (ଜେସିବି ଅପରେଟର), ଶ୍ରୀ ରବିନ୍ଦ୍ର ଗୌଡ଼ (ପ୍ରସ୍ତର ଶିଳ୍ପୀ), ଶ୍ରୀ କିର୍ତ୍ତନ ମହାରଣା (ପ୍ରସ୍ତର ଶିଳ୍ପୀ), ଶ୍ରୀ କବିରାଜ ରାଉଳ (ରାଜମିସ୍ତ୍ରୀ), ଶ୍ରୀ ସୁକାନୁ ପ୍ରଧାନ (ହେଲ୍ମର), ଶ୍ରୀ ବିଭୁ ରାଉତ (ହେଲ୍ମର) ଏବଂ ଶ୍ରୀ ରାଜ ପେନ୍ଥେଇ (ରାଜମିସ୍ତ୍ରୀ) । ଲୋକାର୍ପଣ ଉତ୍ସବ ପାଇଁ ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ମନ୍ଦିର ଏବଂ ମଠଗୁଡ଼ିକ ଫୁଲରେ ସୁନ୍ଦର ଭାବେ ସଜା ହୋଇଥିଲା । ଶ୍ରୀକ୍ଷେତ୍ରରେ ଆଜି ଲକ୍ଷାଧ୍ବ ଭକ୍ତି ଏବଂ ଶ୍ରଦ୍ଧାଳୁ ସମାଗମ ହୋଇଥିଲା । ପ୍ରବଳ ଜନସମାଗମକୁ ଆଖୁ ଆଗରେ ରଖ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.