ଆଇସିଏମଏଆଇ-ଇଆଇଆରସି ଏବଂ ଭୁବନେଶ୍ବର ଗପ୍ଟରର ୪୩ତମ ରିଜିଓନାଲ କଷ୍ଟ କନଫରେନ୍ସ ଉଦ୍‌ଯାପିତ ।

0 76

ଭୁବନେଶ୍ବର ୧୬/୦୧( ପ୍ରତ୍ୟୁଷା ବ୍ୟୁରୋ ) ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ-ଇଷ୍ଟର୍ସ ଇଣ୍ଡିଆ ରିଜିଓନାଲ କାଉନସିଲ ଏବଂ ଭୁବନେଶ୍ଵର ଋପ୍ଟରର ସହଯୋଗରେ ଏକ ତିନିଦିନିଆ ୪୩ତମ ରିଜିଓନାଲ କଷ୍ଟ କନଫରେନ୍ସ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି। ରୁପାନ୍ତର: ନୂତନ ଭାରତ-ଏକ ବୃହତ୍ତର ଉତଥାନ-ଆହ୍ବାନ ଏବଂ ସୁଯୋଗ ଶିର୍ଷକ ବିଷୟବସ୍ତୁ ଉପରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଥିଲେ ନାଲକୋର ନିର୍ଦ୍ଦେଶକ (ଫାଇନାନ୍ସ) ସିଏମଏ ରମେଶ ଚନ୍ଦ୍ର ଯୋଶୀ, ଆଇସିଏମଏଆଇର ଉପସଭାପତି ବିଭୂତିଭୂଷଣ ନାୟକ, ଅଧ୍ୟକ୍ଷ ଉତ୍ତମ କୁମାର ନାୟକ, ଆଇସିଏମଏଆଇ-ଇଷ୍ଟର୍ଣ୍ଣ ଇଣ୍ଡିଆର ରିଜିଓନାଲ କାଉନସିଲର କୋଷାଧ୍ୟକ୍ଷ ଦାମୋଦର ମିଶ୍ର, ଭୁବନେଶ୍ଵର ଋପ୍ଟର ସେକ୍ରେଟାରୀ ରମେଶ ଚନ୍ଦ୍ର ପାତ୍ର, ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ତ୍ରିପାଠୀ ଇତ୍ୟାଦି, ମୁଖ୍ୟଗଣ ବ୍ୟକ୍ତିବିଶେଷ ଉଦ୍‌ଯାପନୀ ଦିବସରେ ପ୍ରଥମ ଅଧ୍ୟବେସନ ଆରମ୍ଭ ହୋଇଥିଲା “ ବ୍ୟକ୍ତିଗତ ଜୀବନରେ ଆଧ୍ୟାମ୍ବିକ ପ୍ରତିରକ୍ଷା ଶକ୍ତି ବୃଦ୍ଧି” ଶିର୍ଷକରୁ ଏବଂ ଡିଲୋଟିର ମଧୁର ଦାସଗୁପ୍ତା ଏ ବିଷୟରେ ବିଶେଷ ଆଲୋକପାତ କରିଥିଲେ । ଆରସିଏମ ଅଭିଜିତ ଦତ୍ତ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଭୁବନେଶ୍ଵର ଋପ୍ଟରର ଉପାଧ୍ୟକ୍ଷ ଶତର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ୩ ଦିନିଆ ସମ୍ମିଳନୀକୁ ଗ୍ରିଡକୋ ଲିର ନିର୍ଦ୍ଦେଶକ ଗଗନ ବିହାରୀ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଆଇସିଏମଏଆଇର ନ୍ୟୁଜଲେଟର ଉନ୍ମୋଚନ ସହ ଉଦ୍‌ଘାଟନ ଅବେଶନ ଆରମ୍ଭ କରିଥିଲେ। ଏହି ସମ୍ମିଳନୀର ବୈଷୟିକ ଅଧୁବେଶନ-୩ରେ ଶିର୍ଷକ ଥିଲା “ଟ୍ୟାକ୍ସ-ମ୍ୟାନେଜମେଣ୍ଟ; ଚେଞ୍ଜିଙ୍ଗ ରେଗୁଲେଟୋରୀ ଲ୍ୟାଣ୍ଟସ୍କେପ”, ୪ର୍ଥ ବୈଷୟିକ ଅଧବେଶନରେ ଶିର୍ଷକ ଥିଲା “ଇଏସ୍‌ଜି ଫ୍ରେମ୍ୱାର୍କ: ବିଜିନେସ ରେସପନସିବିଲିଟି ଏବଂ ସସ୍ଟେନବିଲିଟି ରିପୋର୍ଡିଂ ଆଣ୍ଡ ଇନଭେଷ୍ଟମେଣ୍ଟ ” ଏ ବିଷୟରେ ଏକ ଫିଚର ଉପସ୍ଥାପନ କରିଥିଲେ ତ୍ରିନାଥ ଲେଙ୍କା, ଏମଡି, ୱାଲେଟ୍ ଫର ୱେଲଥ, ଭୁବନେଶ୍ଵର ଏହି ସମ୍ମିଳନୀରେ ଏକ ଆଡଭାଇଜରି ସମ୍ମିଳନୀ ମଧ୍ୟ ଆୟୋଜିତ ହୋଇଥିଲେ।

Leave A Reply

Your email address will not be published.