ପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତ ।

0 91

ଭୁବନେଶ୍ବର : ୧୬/୦୧( ପ୍ରତ୍ୟୁଷା ବ୍ୟୁରୋ ): ପ୍ରଫେସର ରଶ୍ମୀ ମିଶ୍ରଙ୍କ ଦ୍ଵାରା ସଂଗୃହୀତ ହୋଇଥିବା କବିତା ପୁସ୍ତକ “ୟୁଭିକା” ରୋଟାରିଆନ୍ ଜୟଶ୍ରୀ ମହାନ୍ତିଙ୍କ ଦ୍ବାରା ଭୁବନେଶ୍ବରସ୍ଥିତ ମେ ଫେୟାର ଠାରେ ଉନ୍ମୋଚିତ ହୋଇଯାଇଛି । ପ୍ରଫେସର ରଶ୍ମୀ ମିଶ୍ର ଏବଂ ଡଃ ଲିତା ମହାପାତ୍ର ଏହି ପୁସ୍ତକ ସମ୍ପର୍କରେ ବର୍ଣ୍ଣନା କରି ନାରୀ ଅନ୍ଧକାରରୁ ପରମ ମୁକ୍ତିର ଦିଗ ଏବଂ ଶାରିରୀକ ବନ୍ଧନରୁ ମାନସିକ ମୁକ୍ତିର ଦିଗ ବିଷୟରେ ନିଜର ସାରଗର୍ଭକ ମତାମତ ଦେଇଥିଲେ। ଏହି କବିତାଗୁଡିକ ପ୍ରତ୍ୟେକ ମହିଳାଙ୍କୁ ଏକ ବହୁମୂଖୀ ଚରିତ୍ରରେ ଚିତ୍ରିତ କରିଛି ଯେଉଁମାନେ ଧୈର୍ଯ୍ୟ ଓ ଗଭୀର ଭାବନା ସହ ଆସୁଥିବା ବାଧାବିଘ୍ନଗୁଡିକୁ ଅତିକ୍ରମ କରିଥାଆନ୍ତି । ଏହି କାର୍ଯ୍ୟକ୍ରମରେ ଡଃ ମଞ୍ଜୁଶ୍ରୀ ପଟ୍ଟନାୟକ, ଚିନ୍ମୟ ଜେନା, ପ୍ରଫେସର ଗୋପ ରଞ୍ଜନ ମିଶ୍ର ଏବଂ ଡଃ ଦୀପା ପାଢୀଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ଗଣ ଯୋଗ ଦେଇଥିଲେ। ଆଲୋଚନା ଅତ୍ୟନ୍ତ ମନୋଜ୍ଞ ହୋଇଥିଲା l

Leave A Reply

Your email address will not be published.