ସ୍ଵର୍ଗତ ଲୁଲୁ ମହାପାତ୍ରଙ୍କ ସ୍ମୃତିରେ ସମାଜସେବୀ ଅମୀୟ ଦାସଙ୍କ ପକ୍ଷରୁ ସହାୟତା ପ୍ରଦାନ ।

0 95

ଭୁବନେଶ୍ୱର, 6.11.23 ( ପ୍ରତ୍ୟୁଷା ବ୍ୟୁରୋ ): ଓଡ଼ିଶାର ରାଜନୀତିର ଜଣେ ଟାଣୁଆ ନେତା ତଥା ଦକ୍ଷ ସଂଗଠକ ଭାବେ ବେଶ୍‌ ପରିଚିତ ଥିବା ଲୁଲୁ ମହାପାତ୍ର ଆମ ଗହଣରେ ନାହାନ୍ତି ସତ, ତାଙ୍କର ଅବର୍ତ୍ତମାନରେ ଆଜି ସାରା ରାଜ୍ୟର ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନୀତି କ୍ଷେତ୍ରରେ ଯୋଗଦେଉଥିବା ଯୁବରାଜନେତାଙ୍କ ପାଇଁ ସେ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ। ସ୍ଵର୍ଗତ ଲୁଲୁ ମହାପାତ୍ରଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଶିଷ୍ଟ ସମାଜସେବୀ ଅମୀୟ ଦାସଙ୍କ ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ସମାଜର ଗରିବ ବ୍ୟକ୍ତି ଓ ବିଭିନ୍ନ ଅନୁଷ୍ଠାନଗୁଡ଼ିକୁ ବିଭିନ୍ନ ଆବଶ୍ୟକୀୟ ସହାୟତା ଉପକରଣ ପ୍ରଦାନ କରାଯାଇଛି। ସ୍ଵର୍ଗତ ଲୁଲୁ ମହାପାତ୍ରଙ୍କ ସ୍ମୃତିରେ ଶ୍ରୀଯୁକ୍ତ ଦାସ ଚଳିତ ବର୍ଷ ଭୁବନେଶ୍ୱରସ୍ଥିତ ଏକ ଅନୁଷ୍ଠାନର ଛାତ୍ରୀମାନଙ୍କୁ ୱାସିଂ ମେଶିନ ଓ ଛାତ୍ରମାନଙ୍କୁ କମ୍ପ୍ୟୁଟର ପ୍ରଦାନ କରାଯାଇଥିବାବେଳେ ଜୀବନଜ୍ୟୋତି ଅନାଥ ଆଶ୍ରମକୁ ଏକ ଇନଭଟର, ଡମଣାସ୍ଥିତ ଶ୍ରୀ ଶ୍ରୀ ମା ଆନନ୍ଦ ଆଶ୍ରମକୁ ଟିଭି ପ୍ରଦାନ କରାଯାଇଛି। ସମାଜସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଥିବା ବିଶିଷ୍ଟ ସମାଜସେବୀ ଅମୀୟ କୁମାର ଦାସ ଅସହାୟ ତଥା ଆର୍ଥିକ, ସାମାଜିକ ସହାୟତା ଲୋଡୁଥିବା ବ୍ୟକ୍ତିମାନଙ୍କ ନିକଟରେ ପ୍ରଥମେ ପହଞ୍ଚି ସେମାନଙ୍କୁ ସାହାଯ୍ୟ କରିବାକୁ ତତ୍ପର ରହିଥାନ୍ତି। କେବଳ ଏତିକି ନୁହେଁ ମହାମାରୀ କରୋନା ସମୟରେ ଲୋକଙ୍କୁ ସାରା ଦେଶ ତଥା ରାଜ୍ୟରୁ ସହାୟତାର ହାତ ବଢ଼ୁଥିବାବେଳେ ଶ୍ରୀଯୁକ୍ତ ଦାସ ମଧ୍ୟ ଏଥିରେ ପଛରେ ରହିନଥିଲେ। କରୋନାର ଭୟାବହତା ନଡ଼ରି କୋଭିଡ଼ ସମୟରେ ଏୟାରଲିଫ୍ ପାଇଁ ଅର୍ଥର ଆବଶ୍ୟକତା ଲୋଡୁଥିବା ବ୍ୟକ୍ତିଙ୍କୁ ଆର୍ଥିକ ସାହାଯ୍ୟ କରିବା ସହିତ ବଲାଙ୍ଗୀରର କିଡ଼ନୀ ରୋଗରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ପ୍ରଭୁ ପ୍ରକାଶ ନାୟକଙ୍କ ପାଇଁ ଶ୍ରୀଯୁକ୍ତ ଦାସ ସାଜିଛନ୍ତି ଭଗବାନ। ତାଙ୍କୁ ଆଜିପର୍ଯ୍ୟନ୍ତ ଆର୍ଥିକ, ମାନସିକ ଭାବେ ସାହାଯ୍ୟ କରିଆସୁଛନ୍ତି ସେ। ଶ୍ରୀଯୁକ୍ତ ଦାସଙ୍କର ଏଭଳି ସେବା ଓ ସହାୟତା ମନୋଭାବକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.