” ଫିଓନା ” ପୋଷକତ୍ତ୍ୱ ରିଫାଇନ ସନ୍ ଫ୍ଲାୱାର ତେଲର ଓଡିଶା ବଜାର ପ୍ରବେଶ ।

0 109

ଭୁବନେଶ୍ବର : ଖାଇବା ତେଲ ବଜାରରେ ଏକ ଅଗ୍ରଣୀ କମ୍ପାନୀ ବୁଙ୍ଗେ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ବୁଙ୍ଗେ ଇଣ୍ଡିଆ) ଓଡ଼ିଶାରେ ନିଜର ସ୍ଵସ୍ତରୀୟ ବିକଶିତ ରିଫାଇନ୍‌ ସନ୍‌ଫ୍ଲାୱାର ତେଲ ବ୍ରାଣ୍ଡ୍ ‘ଫିଓନା’କୁ ସମ୍ପ୍ରସାରିତ କରିବା ସମ୍ପର୍କରେ ଗର୍ବର ସହିତ ଘୋଷଣା କରୁଛି। ଭୁବନେଶ୍ଵରରେ ଏହି ଉପଲକ୍ଷେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଲିନ୍ଦ ଆଚାର୍ଯ୍ୟ, ଏଭିପି ମାର୍କେଟିଂ, ବୁଙ୍ଗେ ଇଣ୍ଡିଆ ଏବଂ ବିଶିଷ୍ଟ ଓଡ଼ିଆ ଅଭିନେତ୍ରୀ ସୁପ୍ରିୟା ନାୟକ ଉପସ୍ଥିତ ଥିଲେ। ଫିଓନା ରିଫାଇନ୍‌ ସନ୍‌ଫ୍ଲାୱାର ତେଲ ଅତ୍ୟାବଶ୍ୟକ ଭିଟାମିନ୍‌ସମୂହ ଏ, ଡି, ଇ ଓ କେ’ରେ ସମୃଦ୍ଧ। ଏହି ଭିଟାମିନଗୁଡିକ ସ୍ଵାସ୍ଥ୍ୟ ଓ କଲ୍ୟାଣ ବଜାୟ ରଖିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ସେଗୁଡିକୁ ଜଣଙ୍କର ଭୋଜନରେ ସାମିଲ କରିବା ଅତ୍ୟାବଶ୍ୟକ। ଅନେକ ଏ ସମ୍ପର୍କରେ ଅଜ୍ଞାତ ଯେ, ଏହି ଭିଟାମିନଗୁଡିକର ଉଲ୍ଲେଖନୀୟ ଅଂଶ ରନ୍ଧନ ପ୍ରକ୍ରିୟାରେ ନଷ୍ଟ ହୋଇଯାଏ ଏବଂ ତାହା ଖାଦ୍ୟରେ ପହଞ୍ଚେ ନାହିଁ। ଏହାକୁ ବିଚାର କରି ବୁଙ୍ଗେ ଇଣ୍ଡିଆ ଭିଟୋପ୍ରୋଟେକ୍ସ ଫର୍ମୁଲା ସହିତ କର୍ଣ୍ଣାଟକ ବଜାରରେ ୨୦୨୧ରେ ଫିଓନା ରିଫାଇନ୍‌ଡ ସନ୍‌ଫ୍ଲାୱାର ତେଲ ପ୍ରବେଶ କରାଇଥିଲା। ଏହି ଅନନ୍ୟ ଫର୍ମୁଲା ତେଲରୁ ଆପଣଙ୍କ ଖାଦ୍ୟକୁ ଉଲ୍ଲେଖଯୋଗ୍ୟ ୫୦% ପର୍ଯ୍ୟନ୍ତ ଅଧ୍ବକ ଭିଟାମିନ୍ ସ୍ଥାନାନ୍ତରଣକୁ ସୁନିଶ୍ଚିତ କରିଥାଏ। ଚଳିତ ବର୍ଷ ଏହି ବ୍ରାଣ୍ଡ୍ ଏହାର ପୋଷକତତ୍ତ୍ଵ ସମୃଦ୍ଧ ରାନ୍ଧଣା ତେଲ ଓଡ଼ିଶାରେ ବଜାରେ ପ୍ରଚଳନ ସହିତ ଏହାର ପହଞ୍ଚକୁ ପରିବ୍ୟାପ୍ତ କରିଛି। ଫିଓନା ରିଫାଇନ୍‌ ସନ୍‌ଫ୍ଲାୱାର ତେଲ ଓଡ଼ିଶାକୁ ଆଣିବା ନେଇ ନିଜର ଉଲ୍ଲସିତ ଭାବ ପ୍ରକାଶ କରି ଶ୍ରୀ ମିଲିନ୍ଦ ଆଚାର୍ଯ୍ୟ, ଏଭିପି ମାର୍କେଟିଂ, ବୁଙ୍ଗ ଇଣ୍ଡିଆ କହିଥିଲେ, “ ବୁଙ୍ଗେ ଇଣ୍ଡିଆରେ ଆମେ ଶୀର୍ଷ ମାନର ଉତ୍ପାଦ ଯୋଗାଇଦେବାକୁ ପ୍ରତିବଦ୍ଧ ଅଛୁ, ଯାହା ଉତ୍କର୍ଷ ଏବଂ ନିରାପତ୍ତାକୁ ଅଗ୍ରାଧ୍କାର ପ୍ରଦାନ କରୁଛି ଏବଂ ଫିଓନା ରିଫାଇନ୍‌ ସନ୍‌ଫ୍ଲାୱାର ତେଲର ବଜାର ପ୍ରବେଶ ଏହି ବିଶ୍ଵାସକୁ ପ୍ରତିପାଦିତ କରୁଛି ।

Leave A Reply

Your email address will not be published.