ନେକ୍ସସ୍ ଏସ୍‌ପ୍ଲାନେଡ୍‌ରେ ହାଇସ୍ପିଡ୍ ଇଭି ଚାର୍ଜିଙ୍ଗ୍ ଷ୍ଟେଶନ ଉନ୍ମୋଚନ କରିଛି ଷ୍ଟାଟିକ୍।

0 91

ଭୁବନେଶ୍ଵର, ୭ ନଭେମ୍ବର ୨୦୨୩ ( ପ୍ରତ୍ୟୁଷା ବ୍ୟୁରୋ ): ଭାରତର ଅତ୍ୟାଧୁନିକ ଇଭି ଚାର୍ଜିଙ୍ଗ୍ ନେଟ୍‌ୱର୍କ ଷ୍ଟାଟିକ୍ ପକ୍ଷରୁ ଆଜି ଭୁବନେଶ୍ଵରର ନେକ୍‌ସ୍‌ ଏସ୍‌ପ୍ଲାନେଉଠାରେ ଏହାର ଫାଷ୍ଟ୍ ଇଭି ଚାର୍ଜିଙ୍ଗ ଷ୍ଟେଶନର ଶୁଭାରମ୍ଭ କରାଯାଇଛି । ଏହି ରଣନୈତିକ ପଦକ୍ଷେପ ଭାରତରେ ଇଭି ଚାର୍ଜିଙ୍ଗ୍ ପରିଦୃଶ୍ୟକୁ ବୈପ୍ଳବିକ କରିବା ଏବଂ ଦେଶର ସର୍ବବୃହତ୍ ଲଭି ଚାର୍ଜିଙ୍ଗ୍ ନେଟ୍ବାର୍କ ଭାବେ ନିଜର ସ୍ଥିତିକୁ ସୁଦୃଢ କରିବା ପାଇଁ ଷ୍ଟାଟିକର ପ୍ରତିବଦ୍ଧତାକୁ ସୂଚିତ କରୁଛି । ନେକ୍ସସ୍ ଏସ୍‌ପ୍ଲାନେଡ୍‌ ବେସ୍‌ମେଟ୍ ବି୧ରେ ଅବସ୍ଥିତ ଏହି ଅତ୍ୟାଧୁନିକ ଚାର୍ଜିଙ୍ଗ୍ ଷ୍ଟେଶନରେ ଦୁଇଟି ୬୦ କେଡବ୍ଲ୍ୟୁ ଇଭି ଚାର୍ଜର ରହିଛି। ଏହି ଉତ୍କୃଷ୍ଟ ଭିତିଭୂମି ବିବିଧ ଇରି ଟେକ୍ନୋଲୋଜିଗୁଡିକ ସହିତ ଏକ ବିସ୍ତୃତ ଶୃଙ୍ଖଳାର ଚାରି ଚକିଆ ଯାନ ପାଇଁ ଚାର୍ଜିଙ୍ଗ୍ ଆବଶ୍ୟକତାକୁ ପୂରଣ କରିବ। ଉଲ୍ଲେଖନୀୟ ଭାବେ ପ୍ରତ୍ୟେକ ଗନ୍ ଏକ ଇଲେକ୍‌ଟ୍ରିକ୍‌ କାରକୁ କେବଳ ୪୫ ମିନିଟ୍‌ରେ ୮୦% ଏସ୍ଵସି ପର୍ଯ୍ୟନ୍ତ ରିଚାର୍ଜ କରିବା ପାଇଁ ସୁସଜ୍ଜିତ ରହିଛି, ଯାହାକି ଆଜିର ଦ୍ରୁତ ଗତିଶୀଳ ଦୁନିଆ ପାଇଁ ସୁବିଧାଜନକ ଚାକିଙ୍ଗ୍‌କୁ ସକ୍ଷମ କରୁଛି । ଏହାବ୍ୟତୀତ ଏହି ଷ୍ଟେଶନରେ ଏକାସଙ୍ଗେ ଦୁଇଟି ଯାନକୁ ଚାର୍ଜ କରିବା ପାଇଁ କ୍ଷମତା ରହିଛି ଯାହା ଦକ୍ଷତା ଓ ସୁବିଧା ପ୍ରତି ଷ୍ଟାଟିକ୍‌ର ଉପଙ୍ଗୀକୃତତାକୁ ପ୍ରଦର୍ଶିତ କରୁଛି । ଏହି ସଫଳତା ସମ୍ପର୍କରେ ନିଜର ଉତ୍ସାହକୁ ବ୍ୟକ୍ତ କରି ଷ୍ଟାଟିକ୍ଟର ସହପ୍ରତିଷ୍ଠାତା ଓ ସିଇଓ ଅକ୍ଷିତ୍ ବଂଶଲ କହିଛନ୍ତି, “ ନେତୃସ୍ ଏସ୍‌ପ୍ଲାନେଡ୍‌ରେ ଆମର ଚାର୍ଜିଙ୍ଗ ଷ୍ଟେଶନର ଉଦ୍‌ଘାଟନ ସମସ୍ତ ଭାରତୀୟଙ୍କ ପାଇଁ ସ୍ଥାୟୀ ପରିବହନକୁ ପଂହଚଯୋଗ୍ୟ କରିବାର ଆମର ଲକ୍ଷ୍ୟ ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି । ଆମେ ସେହି ବିଶ୍ଵାସ ଦ୍ଵାରା ପରିଚାଳିତ ଯେ, ପହଂଚଯୋଗ୍ୟ ଓ ଦକ୍ଷ ବାଢିଙ୍ଗ୍ ଭିତିଭୂମି ଇଲେକ୍‌ଟ୍ରିକ୍‌ ଯାନର ବ୍ୟାପକ ଗ୍ରହଣୀୟତାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଅଟେ ।

Leave A Reply

Your email address will not be published.