ଚାନ୍ଦି ଭଣ୍ଡାରରେ ଦୀପାବଳି, ଧନତେରସ୍ ସେଲିବ୍ରେଶନ -ସ୍ୱତନ୍ତ୍ର ‘ବ୍ଲିଙ୍ଗ୍ କଲେକ୍ସନର ଶୁଭାରମ୍ଭ ।

0 155

ଭୁବନେଶ୍ୱର, 3/11/23 ( ପ୍ରତ୍ୟୁଷା ବ୍ୟୁରୋ) : ଆଲୋକର ପର୍ବ ଦୀପାବଳି ଦେବୀ ଲକ୍ଷ୍ମୀଙ୍କ ସହ ଜଡ଼ିତ, ଯିଏକି ଧନ ଏବଂ ସମୃଦ୍ଧିର ଦେବୀ। ଏ ଅବସରରେ ଲୋକେ ପାରମ୍ପରିକ ପ୍ରଥା ପାଳନ ସହିତ ଉପହାର ବିନିମୟ ମଧ୍ୟ କରିଥାନ୍ତି । ଦୀପାବଳି ଏବଂ ଧନ୍ତେରସ୍‌ରେ ଗହଣା କିଣିବାକୁ ସେମାନେ ଶୁଭ ବିଚାର କରନ୍ତି । ଲୋକଙ୍କ ମଧ୍ୟରେ ବିଶ୍ବାସ ରହିଥାଏ ଯେ, ଦୀପାବଳିରେ ଗହଣା ପିନ୍ଧିଲେ ଧନ ପ୍ରାପ୍ତି ହୋଇଥାଏ ଏବଂ ସମୃଦ୍ଧି ମିଳେ। ମା’ ଲକ୍ଷ୍ମୀଙ୍କ ଆଗମନରେ ଉତ୍ସବର ଆନନ୍ଦ ବଢ଼ିଯାଏ । ଦୀପାବଳି ମାତ୍ର ଏକ ପର୍ବ କିମ୍ବା ପ୍ରଥା ନୁହେଁ, ଏହା ହେଉଛି ପରିବାର ଏବଂ ବନ୍ଧୁଜନଙ୍କୁ ଏକତ୍ର କରୁଥିବା ଏକ ସୁଯୋଗ । ଉପହାର ବିନିମୟ ଏବଂ ଖୁସି ମନାଇବାର ଏକ ମାହୋଲ ।

ଏହି ସେଲିବ୍ରେଶନକୁ ବଢ଼ାଇବା ପାଇଁ ରୁପା ଗହଣାର ଅନ୍ୟତମ ଅଗ୍ରଣୀ ବ୍ରାଣ୍ଡ ‘ଚାନ୍ଦି ଭଣ୍ଡାର’ ଏହାର ସ୍ବତନ୍ତ୍ର ‘ବ୍ଲିଙ୍ଗ୍ କଲେକ୍ସନ’ର ଶୁଭାରମ୍ଭ କରିଛି। ୯୨.୫% ଶୁଦ୍ଧତାଯୁକ୍ତ ଷ୍ଟର୍ଲିଙ୍ଗ୍ ସିଲ୍‌ଭରରେ ଜିକନ୍ ଖଚିତ ଏହି ଆକର୍ଷଣୀୟ ତଥା ଷ୍ଟାଇଲିସ୍ ଗହଣା ସମ୍ଭାର ସେମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ସେମାନଙ୍କ ଫ୍ୟାସନ୍ ଗେମ୍‌କୁ ଯେକୌଣସି ନାଇଟ୍ ପାର୍ଟି କିମ୍ବା ସ୍ବତନ୍ତ୍ର ଉତ୍ସବ ଓ ଫେଷ୍ଟିଭ୍ ଅବସରରେ ବଢ଼ାଇବାକୁ ଚାହାନ୍ତି। ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଏ କଲେକ୍ସନ ଉଦ୍ଦିଷ୍ଟ। ଫାଇନ୍ ଜିକନ୍ ଷ୍ଟୋନ୍‌ର ଚାତୁରିରେ ଅଳଙ୍କୃତ ‘ବ୍ଲିଙ୍ଗ୍ କଲେକ୍ସନ’ ଉଜ୍ଜ୍ଵଳ ଏବଂ ପେଷ୍ଟେଲ ରଙ୍ଗରେ ଶୁଦ୍ଧ ଷ୍ଟଲିଂ ରୁପାରେ ପ୍ରସ୍ତୁତ । ପ୍ରତ୍ୟେକ ପିସ୍ ଗହଣା ଆତ୍ମବିଶ୍ଵାସର ପ୍ରତୀକ, ଯାହାକି ଜଣେ ବ୍ୟକ୍ତିଙ୍କ ଜୀବନର ବିଜୟକୁ ପାଳନ କରୁଛି । ଏହି ସମ୍ଭାର ଉଭୟ ନିରପେକ୍ଷ ଏବଂ ବିପରୀତ ରଙ୍ଗର ଏକ ସ୍ପେକ୍ଟ୍ରମ ପ୍ରଦାନ କରୁଛି। ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍‌ ହଂସ କୁହନ୍ତି ଯେ, ଏଥର ଦୀପାବଳିରେ ଆମ ବ୍ରାଣ୍ଡ ଆମ୍ବାସାଡର ଶୈଳେନ୍ଦ୍ର ସାମନ୍ତରାୟ ଏବଂ ଶୀବାନି ସଙ୍ଗୀତା ସ୍ଟିଙ୍ଗ୍ ଏବଂ ଆମୋଘ କଲେକ୍ସନ ସହ ନିଜକୁ ଆଭୁଷିତ କରିବେ । ଏଥର ଦୀପାବଳିରେ ‘ବ୍ଲଙ୍ଗ୍ କଲେକ୍ସନ’କୁ ଆଣି ଆମେ ଅତ୍ୟନ୍ତ ଉତ୍ସାହିତ।

Leave A Reply

Your email address will not be published.