୨୦ରୁ କ୍ରିଷ୍ଟାଲ କ୍ରାଉନରେ ଚାରି ଦିନ ଦାଣ୍ଡିଆ କାର୍ନିଭାଲ ।

0 99

ଭୁବନେଶ୍ଵର, ୦୬/୧୦ ( ପ୍ରତ୍ୟୁଷା ବ୍ୟୁରୋ ): ଜଗତପୃଷ୍ଠକୁ ଆସୁଛନ୍ତି ମା l ଆଉ ୨ ସପ୍ତାହ ପରେ ଧରାବତରଣ କରିବେ ଦୁର୍ଗତିନାଶିନୀ ମାଆ l ଆଉ ତାକୁ ନେଇ ଦିଲ୍ଲୀ ରୁ ପଲ୍ଲୀ ଆରମ୍ଭ ହୋଇ ଯାଇଛି କେତେ ଉନ୍ମାଦନା ଓ ପରିକଳ୍ପନା l ଏହି ଅବସରରେ ରାଜଧାନୀ ଭୁବନେଶ୍ଵର ପଟିଆ ଅଞ୍ଚଳରେ ଅବସ୍ଥିତ ନାମକରା ହୋଟେଲ କ୍ରିଷ୍ଟାଲ କ୍ରାଉନ୍ ଡାଣ୍ଡିଆ କlର୍ଣିଭାଲ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇ ଗଲାଣି l ଅକ୍ଟୋବର ୨୦ରୁ ୨୩ ପର୍ଯ୍ୟନ୍ତ ଏହା ମହାସମାରୋହରେ ପାଳନ ହେବ l ମା ଦୂର୍ଗା ପୂଜା ଉତ୍ସବ ଶକ୍ତି ପୂଜା ମନ୍ତ୍ରରେ ଆରାଧନା କରାଯାଉଥିବାରୁ କାର୍ଣିଭାଲ୍ ରେ ପାରମ୍ପରିକ ଖାଦ୍ୟ ଉଭୟ ଓଡ଼ିଆ ଓ ଗୁଜରାଟି ସମ୍ମିଶ୍ରଣ ବ୍ୟଞ୍ଜନ ପରଷାଯିବ l ଏହି ମହାସମାରୋହରେ ଖାଦ୍ୟ ପାନୀୟ ସହିତ ବ୍ୟାପକ ଅତ୍ୟାଧୁନିକ ବାଦ୍ୟ ଯନ୍ତ୍ର କନ୍ସଡ ଆୟୋଜିତ ହୋଇଛି l ଏହାର ସୁଯୋଗ ନେବାକୁ ହୋଟେଲ ନେଟୱାର୍କ ଇଭେଣ୍ଟ ଆଣ୍ଡ ପ୍ରମୋସନର ଚନ୍ଦନ ନାୟକ ସାମ୍ୱାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।ଏହି କାର୍ଯ୍ୟକ୍ରମରେ ହୋଟେଲର ବରିଷ୍ଠ ଅଧିକାରୀ ସୂର୍ଯନାରାୟଣ ପରିଡ଼ା, ଓଲିଉଡ ଅଭିନେତ୍ରୀ ପୂପୂଲ୍ ଭୂୟାଁ ଓ ଅନ୍ୟମାନେ ହୋଟେଲରୁ ଉପଲବ୍ଧ ସୁବିଧା ସହିତ ନବରାତ୍ରୀ ଉତ୍ସବରେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବିଷୟରେ କହିଥିଲେ।

Leave A Reply

Your email address will not be published.